ଷଢେଇକଳାଠାରେ ନକ୍ସଲ ଆକ୍ରମଣରେ ପାଞ୍ଚ ପୋଲିସ୍‌ ଶହୀଦ୍‌

Published: Jun 15, 2019, 12:19 pm IST

ଝାରଖଣ୍ଡର ଷଢେଇକଳା ଜିଲ୍ଲାରେ ନକ୍ସଲ ଆକ୍ରମଣରେ ପାଞ୍ଚ ଜଣ ପୋଲିସ ସହିଦ ହୋଇଛନ୍ତି। ପୋଲିସ ଦଳ ପେଟ୍ରୋଲିଂ କରି ଫେରୁଥିବା ବେଳେ ନକ୍ସଲ ଏହି ଆକ୍ରମଣ କରିଛନ୍ତି। ଶୁକ୍ରବାର ଷଢେଇକଳା ତିରୁଲହିଡ ଥାନା କ୍ଷେତ୍ର କୁକଡୁ ହାଟରେ ଏହି ଘଟଣା ଘଟିଛି। ପୋଲିସ ପେଟ୍ରୋଲିଂ କରି ଫେରୁଥିଲେ ନକ୍ସଲ ମାନେ ପୋଲିସ ଗାଡିକୁ ଚାରିଆଡୁ ଘେରି ଅତି ନିକଟରୁ ଗୁଳି ମାଡ କରିଥିଲେ।  ସହିଦଙ୍କ ମଧ୍ୟରେ ଦୁଇ ଜଣ ଏଏସଆଇ ଓ ତିନି ଜଣ କନଷ୍ଟେବଳ ଅଛନ୍ତି। ପେଟ୍ରୋଲିଂ କରୁଥିବା ଗାଡିରେ ୬ ଜଣ ପୋଲିସ କର୍ମୀ ଥିଲେ। ଏଥିରୁ ପାଞ୍ଚ ଜଣ ସହିଦ ହୋଇଥିବା ବେଳେ ଜଣେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସହିଦଙ୍କ ମଧ୍ୟରେ ରହିଛନ୍ତି ଏଏସଆଇ ମନୋଧନ ହାସଦା, ଏଏସଆଇ ଗୋବର୍ଦ୍ଧନ ପାସଓ୍ଵାନ, କନଷ୍ଟେବଳ ଯୁଧିଷ୍ଠୀର ମାଲୁଆ, କନଷ୍ଟେବଳ ଡିବରୁ ପୂର୍ତ୍ତି ଓ କନଷ୍ଟେବଳ ଧନେଶ୍ଵର ମହନ୍ତ ପ୍ରମୁଖ।

Related posts