Categories
ଆଞ୍ଚଳିକ

ଡିଏଭି ଚନ୍ଦ୍ରଶେଖରପୁରର ପାଳିତ ହେଲା ମହର୍ଷି ଦୟାନନ୍ଦ ସରସ୍ବତୀଙ୍କ ଜୟନ୍ତି

ଭୁବନେଶ୍ୱର : ଆର୍ଯ୍ୟ ସମାଜର ପ୍ରତିଷ୍ଠାତା, ମହାନ ସମାଜ ସଂସ୍କାରକ ତଥା ଡିଏଭି ଆନ୍ଦୋଳନର ସୂତ୍ରଧର ମହର୍ଷି ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କୁ ତା’ଙ୍କ ପବିତ୍ର ଜନ୍ମତିଥିରେ ଡିଏଭି ପବ୍ଲିକ୍‍ ସ୍କୁଲ୍‍, ଚନ୍ଦ୍ରଶେଖରପୁର ପରିସରରେ ସଭକ୍ତି ଶ୍ରଦ୍ଧାର୍ଘ୍ୟ ଅର୍ପିତ ହୋଇଛି ।

ସମଗ୍ର ରାଷ୍ଟ୍ର ପକ୍ଷରୁ ଏହି ମହାନ ତ୍ୟାଗୀ ସାଧକଙ୍କ ଜନ୍ମ ଦ୍ୱିଶତବାର୍ଷିକୀ ଉପଲକ୍ଷେ ବହୁବିଧ କାର୍ଯ୍ୟକ୍ରମମାନ ଆୟୋଜିତ ହେବ ବୋଲି ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଛି । ଡିଏଭି ଚନ୍ଦ୍ରଶେଖରପୁର ପରିସରରେ ଏହି ଉପଲକ୍ଷେ ୨୦୦ ସୁସଜ୍ଜିତ କଳସ ସ୍ଥାପନ ପୂର୍ବକ ବୈଦିକ ଯଜ୍ଞାନୁଷ୍ଠାନ ଆୟୋଜିତ ହୋଇଥିଲା ।

ଏଥିରେ ଭାରପ୍ରାପ୍ତ ଅଧ୍ୟକ୍ଷା ଇନ୍ଦିରା ଭଟ୍ଟାଚାର୍ଯ୍ୟଙ୍କ ସମେତ ଏକାଡେମିକ ସୁପରଭାଇଜର, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀମାନେ ଯୋଗ ଦେଇ ମହର୍ଷିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତା’ଙ୍କ ମହାନ ଅବଦାନ ଓ ଆଦର୍ଶ ସଂପର୍କରେ ଆଲୋଚନା କରିଥିଲେ । ବର୍ଷତମାମ ଏ ସଂକ୍ରାନ୍ତରେ ଏକାଧିକ ଶୈକ୍ଷିକ ଓ ସାମାଜିକ କଲ୍ୟାଣଧର୍ମୀ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ ବୋଲି ସୂଚନା ଦିଆଯାଇଛି ।