Categories
ଆଜିର ଖବର ଖେଳ ମନୋରଂଜନ

ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି ଓ୍ବାର୍ଣ୍ଣର ଦମ୍ପତ୍ତିଙ୍କ ଡ୍ୟାନ୍ସ ଭିଡିଓ

ସିଡ୍‌ନୀ : ଅଷ୍ଟ୍ରେଲୀୟ କ୍ରିକେଟର ଡେଭିଡ୍‌ ଓ୍ବାର୍ଣ୍ଣର ଲକ୍‌ଡାଉନ୍‌ରେ ପରିବାର ସହିତ ସମ୍ପୂର୍ଣ୍ଣ ସମୟ ବିତାଉଛନ୍ତି । ଏହି ସମୟରେ ଏକାଧିକ ଭାରତୀୟ ଗୀତର ଓ୍ବାର୍ଣ୍ଣର ଦମ୍ପତ୍ତି ନାଚୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି । ଓ୍ବାର୍ଣ୍ଣର ପ୍ରଥମେ ଶୀଲା କି ଜଓ୍ବାନୀ ଗୀତରେ ନାଚିଥିବା ବେଳେ ଦ୍ବିତୀୟ ଭିଡିଓରେ ତେଲୁଗୁ ଗୀତ ବୁଟ୍ଟା ବୋମ୍ମାରେ ନାଚିଥିଲେ । ଏପରିକି ଅଲ୍ଲୁ ଅର୍ଜୁନ୍‌ ମଧ୍ୟ ଏହାକୁ ପସନ୍ଦ କରିଥିଲେ ।

ସେହି ଫିଲ୍ମର ଆଉ ଏକ ଗୀତ ରାମୁଲୋ ରାମୁଲାରେ ପୁଣି ଥରେ ନାଚିଛନ୍ତି ଡେଭିଡ୍‌ ଓ୍ବାର୍ଣ୍ଣର ଏବଂ ପତ୍ନୀ କ୍ୟାଣ୍ଡିସ୍‌ । ଭିଡିଓଟିକୁ ଓ୍ବାର୍ଣ୍ଣର ଟିକ୍‌ଟକ୍‌ ଏବଂ ଇନ୍‌ଷ୍ଟାଗ୍ରାମରେ ସେୟାର କରିଥିବା ବେଳେ ଇନ୍‌ଷ୍ଟାଗ୍ରାମ୍‌ରେ ଭିଡିଓଟିକୁ 2.44 ଲକ୍ଷ ଲାଇକ୍‌ ମିଳିଛି । ଉଲ୍ଲେଖଯୋଗ୍ୟ ଯେ, ଲକ୍‌ଡାଉନ୍‌ ସମୟରେ ଓ୍ବାର୍ଣ୍ଣର ସନରାଇଜର୍ସ ଟିମ୍‌ ମେଟ୍‌ ଭୁବନେଶ୍ବର କୁମାର ଏବଂ ଯୁବରାଜ ସିଂଙ୍କ ସହିତ ଲାଇଭ୍‌ ଚାଟ୍‌ ମଧ୍ୟ କରିଥିଲେ ଯାହାକୁ ଫ୍ୟାନ୍‌ ମାନେ ବହୁତ ପସନ୍ଦ କରିଥିଲେ । (ଏଜେନ୍ସି)

Categories
ଆଜିର ଖବର ଖେଳ ମନୋରଂଜନ

ତେଲୁଗୁ ଗୀତରେ ନାଚିଲେ ଡେଭିଡ୍‌ ଓ୍ବାର୍ଣ୍ଣର : ଭିଡିଓ ଭାଇରାଲ୍‌ ପରେ ଧନ୍ୟବାଦ ଜଣାଇଲେ ଅଲ୍ଲୁ ଅର୍ଜୁନ୍‌

ହାଇଦ୍ରାବାଦ୍‌ : ଅଷ୍ଟ୍ରେଲୀୟ କ୍ରିକେଟର ଡେଭିଡ୍‌ ଓ୍ବାର୍ଣ୍ଣର ପୁଣି ଏକ ଗୀତରେ ନାଚୁଥିବାର ଭିଡିଓ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି । ତେବେ ଏଥର କୌଣସି ହିନ୍ଦି ଗୀତରେ ନନାଚି ଏକ ତେଲୁଗୁ ଗୀତରେ ନାଚିଛନ୍ତି । ତେଲୁଗୁ ଫିଲ୍ମ ଆଲା ବୈକୁଣ୍ଠପୁରମଲୋର ଗୀତ ବୁଟ୍ଟା ବୋମ୍ମାରେ ନିଜ ପତ୍ନୀ କାଣ୍ଡିସ୍‌ ଓ୍ବାର୍ଣ୍ଣରଙ୍କ ସହିତ ନାଚୁଥିବାର ନଜର ଆସିଛନ୍ତି । ଟିକ୍‌ଟକ୍‌ ଏବଂ ଇନ୍‌ଷ୍ଟାଗ୍ରାମରେ ଓ୍ବାର୍ଣ୍ଣର ଏହି ଭିଡିଓକୁ ସେୟାର କରିଥିବା ବେଳେ ଏହାକୁ ଭାରତୀୟ ଦର୍ଶକ ପସନ୍ଦ କରିଥିଲେ ।

ଏହାପରେ ଆଲା ବୈକୁଣ୍ଠପୁରମଲୋ ଫିଲ୍ମର ନାୟକ ତଥା ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍‌ ଓ୍ବାର୍ଣ୍ଣରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ତେଲୁଗୁ ଗୀତରେ ନାଚିବାର ଓ୍ବାର୍ଣ୍ଣରଙ୍କ ଏହି ପ୍ରୟାସକୁ ଅଲ୍ଲୁ ଅର୍ଜୁନ୍‌ ପ୍ରଶଂସା କରିଛନ୍ତି ।