ତେଲୁଗୁ ଗୀତରେ ନାଚିଲେ ଡେଭିଡ୍‌ ଓ୍ବାର୍ଣ୍ଣର : ଭିଡିଓ ଭାଇରାଲ୍‌ ପରେ ଧନ୍ୟବାଦ ଜଣାଇଲେ ଅଲ୍ଲୁ ଅର୍ଜୁନ୍‌

Published: Apr 30, 2020, 7:00 pm IST

ହାଇଦ୍ରାବାଦ୍‌ : ଅଷ୍ଟ୍ରେଲୀୟ କ୍ରିକେଟର ଡେଭିଡ୍‌ ଓ୍ବାର୍ଣ୍ଣର ପୁଣି ଏକ ଗୀତରେ ନାଚୁଥିବାର ଭିଡିଓ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି । ତେବେ ଏଥର କୌଣସି ହିନ୍ଦି ଗୀତରେ ନନାଚି ଏକ ତେଲୁଗୁ ଗୀତରେ ନାଚିଛନ୍ତି । ତେଲୁଗୁ ଫିଲ୍ମ ଆଲା ବୈକୁଣ୍ଠପୁରମଲୋର ଗୀତ ବୁଟ୍ଟା ବୋମ୍ମାରେ ନିଜ ପତ୍ନୀ କାଣ୍ଡିସ୍‌ ଓ୍ବାର୍ଣ୍ଣରଙ୍କ ସହିତ ନାଚୁଥିବାର ନଜର ଆସିଛନ୍ତି । ଟିକ୍‌ଟକ୍‌ ଏବଂ ଇନ୍‌ଷ୍ଟାଗ୍ରାମରେ ଓ୍ବାର୍ଣ୍ଣର ଏହି ଭିଡିଓକୁ ସେୟାର କରିଥିବା ବେଳେ ଏହାକୁ ଭାରତୀୟ ଦର୍ଶକ ପସନ୍ଦ କରିଥିଲେ ।

ଏହାପରେ ଆଲା ବୈକୁଣ୍ଠପୁରମଲୋ ଫିଲ୍ମର ନାୟକ ତଥା ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍‌ ଓ୍ବାର୍ଣ୍ଣରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ତେଲୁଗୁ ଗୀତରେ ନାଚିବାର ଓ୍ବାର୍ଣ୍ଣରଙ୍କ ଏହି ପ୍ରୟାସକୁ ଅଲ୍ଲୁ ଅର୍ଜୁନ୍‌ ପ୍ରଶଂସା କରିଛନ୍ତି ।

Related posts