Categories
ଆଜିର ଖବର ଜାତୀୟ ଖବର

ବିଜେପି ବିଧାୟକଙ୍କ ପରଲୋକ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଦେବରିଆ ସଦରର ବିଜେପି ବିଧାୟକ ଜନ୍ମେଜୟ ସିଂହଙ୍କ ଆଜି ମୃତ୍ୟୁ ହୋଇଯାଇଛି । ଗୁରୁବାର ବିଳମ୍ବିତ ରାତ୍ରିରେ ରାମ ମନୋହର ଲୋହିଆ ହସ୍ପିଟାଲରେ ହାର୍ଟ ଆର୍ଟାକ୍‌ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ଗତକିଛି ମାସ ଧରି ରୋଗରେ ପୀଡ଼ିତ ଥିଲେ ଜନ୍ମେଜୟ ସିଂହ । ଜନ୍ମେଜୟଙ୍କ ନିଧନରେ ଶୋକ ଜଣାଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ସପା ପ୍ରମୁଖ ଅଖିଳେଶ ଯାଦବ ।

1945 ମସିହା ଜୁଲାଇ 7 ତାରିଖରେ ଜନ୍ମେଜୟ ତ୍ରିଲୋକୀନାଥସିଂହଙ୍କ ଘରେ ଜନ୍ମ ହୋଇଥିଲେ । ଜନ୍ମେଜୟଙ୍କ ସ୍ତ୍ରୀଙ୍କ ନାମ ଗୁଜୁରାତୀ ଦେବୀଓ ତାଙ୍କର ତିନି ପୁଅ ଓ ଚାରି ଝିଅ ଅଛନ୍ତି । 2012ରେ ବସପା ପ୍ରାର୍ଥୀ ପ୍ରମୋଦ ସିଂଙ୍କୁ ହରାଇ ଜନ୍ମେଜୟ ବିଧାୟକ ହୋଇଥିଲେ । ଏହାପରେ 2017ରେ ସପା ପ୍ରାର୍ଥୀ ଜେପି ଜେୟସଓ୍ବାଲଙ୍କୁ ବହୁ ବ୍ୟବଧାନରେ ଭୋଟରେ ହରାଇ ନିଜ ରାଜନୈତିକ ଶକ୍ତିର ପରିଚୟ ପ୍ରଦାନ କରିଥିଲେ ଜନ୍ମେଜୟ ।

2000 ମସିହା ଉପନିର୍ବାଚନରେ ପ୍ରଥମଥର ପାଇଁ ବସପା ଟିକେରେ ବିଧାୟକ ହୋଇଥିଲେ ଜନ୍ମେଜୟ । ଏହାପରେ 2007ରେ ଜନ୍ମେଜୟ ବିଜେପିରେସାମିଳ୍‌ ହୋଇଥିଲୋ । ଏହାପରେ ଉତ୍ତରପ୍ରଦେଶର 16ତମ ଓ 17ତମ ବିଧାନସଭାର ସଦସ୍ୟ ରହିଥିଲେ ଜନ୍ମେଜୟ । (ଏଜେନ୍ସି)