Categories
ଆଜିର ଖବର ଜାତୀୟ ଖବର

ମଦ ପାଇଁ ଚାଖଣା ନଥିବାରୁ ବନ୍ଧୁଙ୍କୁ ହତ୍ୟା କଲା ଆଉ ଜଣେ ବନ୍ଧୁ

ତାମିଲନାଡୁ : ତାମିଲନାଡୁରେ ଜଣେ ସାଙ୍ଗ ଆଉ ଜଣେ ସାଙ୍ଗକୁ ହତ୍ୟା କରିଥିବାର ଖବର ସାମ୍ନାକୁ ଆସିଛି। ମଦ ସହ ଚାଖଣା ନଥିବାରୁ ଜଣେ ସାଙ୍ଗ ଆଉ ଜଣେ ସାଙ୍ଗର ହତ୍ୟା କରିଛି।

ମିଳିଥିବା ସୂଚନା ଅନୁସାରେ ତାମିଲନାଡୁରେ ଚେଙ୍ଗଲପୁରା ଜିଲ୍ଲାର ଗୁଡୁବନଚେରୀ ସହରରେ ଜଣେ 38 ବର୍ଷୀୟ ବ୍ୟକ୍ତି 43 ବର୍ଷୀୟ ସାଙ୍ଗକୁ ଛୁରୀ ଦ୍ବାରା ହତ୍ୟା କରିଛି। ସାଙ୍ଗ ଜଣକ ମଦ ପିଇବା ପାଇଁ ଚାଖଣା ବ୍ୟବସ୍ଥା କରିନଥିବାରୁ ରାଗରେ ସାଙ୍ଗର ହତ୍ୟା କରିଛି ଆଉ ଜଣେ ସାଙ୍ଗ ।

ଦୁହେଁ ରିୟଲ୍‌ଇଷ୍ଟେଟ୍‌ରେ ବ୍ରୋକର୍‌ ରୂପେ କାର୍ଯ୍ୟ କରୁଥିଲେ । ଏତଦ୍‌ବ୍ୟତୀତ ସେମାନେ କ୍ୟାବ୍‌ ଡ୍ରାଇଭିଂ ଓ ଫୁଲ୍‌ ବିକ୍ରି ମଧ୍ୟ  କରୁଥିଲେ । ମୃତକଙ୍କ ନାମ ବିନୟଗାମ ହୋଇଥିବାବେଳ ଅଭିଯୁକ୍ତ ଜଣକ ହେଉଛନ୍ତି ବାସୁ ।  ଲକ୍‌ଡାଉନ୍‌ ସମୟରେ ତାମିଲନାଡୁରେ ମଦ ଦୋକାନ ଖୋଲାଯିବା ପରେ ଦୁହେଁ ମଦ ପିଇବାକୁ ଯୋଜନା ପ୍ରସ୍ତୁତ କରିଥିଲେ । ଯୋଜନା ମୁତାବକ ମଦ କିଣିଥିଲେ । ମଦ ସହିତ ଖାଇବା ପାଇଁ ମାଂସ ପସ୍ତୁତ କରିବା ପାଇଁ ଜଣେ ବିନୟଗାମ ବାସୁକୁ କହିଥିଲେ । କିନ୍ତୁ ଯେତେବେଳେ ଦୁଇ ସାଙ୍ଗ ମଦ ପିଇବା ପାଇଁ ବସିଲେ ମାଂସ ଆଣିବାକୁ ଭୁଲି ଯାଇଥିଲେ ବୋଲି କହିଥିଲେ ବାସୁ । ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା। ରାଗରେ ବାସୁ ବିନୟଗାମକୁ ଛୁରୀ ଭୁସି ଦେଇ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛି । ପୋଲିସ୍‌ ଏପର୍ଯ୍ୟନ୍ତ ଅଭିଯୁକ୍ତ ଗିରଫ କରିନଥିବାର ଜଣାପଡିଛି । (ଏଜେନ୍ସି)