ଭୁବନେଶ୍ୱର : ବିଜୁ ଜନତା ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଘର ଉପରେ ଆଜି ସିବିଆଇ ରେଡ କରିଛି । ସିସୋର ଚିଟଫଣ୍ଡ ଲିଙ୍କ ମାମଲାରେ ସିବିଆଇ ପକ୍ଷରୁ ଏହି ଚଢାଉ କରାଯାଇଛି । ମିଶ୍ରଙ୍କ ୟୁନିଟ-1 ସ୍ଥିତ ଘରେ ସିବିଆଇ ପକ୍ଷରୁ ଏହି ରେଡ କରାଯାଛି । ପୂର୍ବରୁ ଏହି ମାମଲାରେ ଏକାଧିକ ନେତାଙ୍କ ନାମ ଆସିଥିଲା ଏପରିକି ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା ଏହି ମାମଲାରେ ସିବିଆଇ ସମ୍ମୁଖରେ ହାଜର ହୋଇଥିଲେ । ଅନ୍ୟତମ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ମଧ୍ୟ ଏହି ମାମଲାରେ ପଚରା ଉଚୁରା କରାଯାଇଥିଲା ।
