Categories
ଆଜିର ଖବର

ଅଭିନନ୍ଦନଙ୍କୁ ସ୍ୱର୍ଣ୍ଣ ପଦକ ସମର୍ପିତ କଲେ ବଜରଙ୍ଗ ପୁନିଆ

ବୁଲଗେରିଆରେ ଡାନ୍ କୋଲୋଭ-ନିକୋଲା ପେଟ୍ରୋଭ୍ ଟୁର୍ଣ୍ଣାମେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ। ଏହି ମେଡାଲକୁ ସେ ବାୟୁସେନା ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ସମର୍ପିତ କରିଛନ୍ତି। ବିଜୟ ପରେ ଟ୍ୱିଟ୍ କରି ଏହି ସୂଚନା ନିଜେ ଦେଇଥିଲେ ବଜରଙ୍ଗ ପୁନିଆ। ସେ ଲେଖିଥିଲେ, ‘ମୁଁ ମୋର ସ୍ୱର୍ଣ୍ଣ ପଦକକୁ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ସମର୍ପିତ କରିବାକୁ ଚାହୁଁଛି। ସେ ମୋତେ ପ୍ରେରଣା ଯୋଗାଇଛନ୍ତି। ମୁଁ ଦିନେ ଭେଟି ତାଙ୍କ ସହ ହାତ ମିଳାଇବାକୁ ଚାହୁଁଛି।’ ବିଶ୍ୱ ଚାମ୍ପିଅନସିପର ରୌପ୍ୟ ବିଜେତା ବଜରଙ୍ଗ ପୁନିଆ ୬୫କି.ଗ୍ରା ଫ୍ରି-ଷ୍ଟାଇଲରେ ଆମେରିକାର ଜୋଡାନ୍ ଓଲିଭରଙ୍କୁ ହରାଇଥିଲେ।