Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ହିଂସାକୁ ନେଇ ସଂସଦରେ ବିରୋଧୀଙ୍କ ପ୍ରବଳ ହଙ୍ଗାମା

ନୂଆଦିଲ୍ଲୀ : ଦିଲ୍ଲୀ ହିଂସାର ଚିତ୍କାର ସ୍ବର ଏବେ ସଂସଦ ଭବନରେ ଗୁଞ୍ଜରିତ ହେଉଛି ।  ଆଜି ସଂସଦର ଦୁଇ ସଭା ଲୋକସଭା ଓ ରାଜ୍ୟସଭାରେ ଦିଲ୍ଲୀ ହିଂସାକୁ ନେଇ ଜୋରସୋରରେ ହଙ୍ଗାମା ହୋଇଛି । ଦିଲ୍ଲୀ ହିଂସା ନେଇ ଉଭୟ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଏଥିପାଇଁ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଦାୟୀ କରାଯାଇଛି। ଶାହା ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି। ଲୋକ ସଭାରେ ଏନେଇ ହଟ୍ଟଗୋଳ ହୋଇଛି। କଂଗ୍ରେସ ସଦସ୍ୟ ଶାହାଙ୍କ ଇସ୍ତଫା ଦାବି ଲେଖାଥିବା ପ୍ଲାକାର୍ଡ ଧରି ଗୃହ ମଝିକୁ ଆସି ହଟ୍ଟଗୋଳ କରିଥିଲେ। ହିଂସାରେ ଦିଲ୍ଲୀ ଜଳୁଥିବାବେଳେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ନୀରବ ରହିଥିବାର ଅଭିଯୋଗ କରିଛନ୍ତି ଗୁଲାମ ନବୀ ଆଜାଦ୍‌ । ମିଳିଥିବା ସୂତ୍ର ଅନୁସାରେ ଗୃହ ମନ୍ତ୍ରୀ ଅମିତ୍ ଶାହା ଦିଲ୍ଲୀ ହିଂସାକୁ ନେଇ ଉତ୍ତର ରଖିବେ ବୋଲି ଜଣାପଡିଛି ।

ସେହିପରି ଏଆଇଏମ୍‌ଆଇଏମ୍‌ର ସାଂସଦ ଓଓ୍ବେସୀ ମଧ୍ୟ ଦିଲ୍ଲୀ ହିଂସାକୁ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ଅପରପକ୍ଷରେ ସଂସଦରେ ଆଜି ଆପ୍‌ ନେତା ସଞ୍ଜୟ ସିଂହ ମଧ୍ୟ ଦିଲ୍ଲୀ ହିଂସାକାଣ୍ଡର ନିରପେପକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି । ଦିଲ୍ଲୀ ହିଂସାରେ ଏପର୍ଯ୍ୟନ୍ତ 46ଙ୍କର ମୃତ୍ୟୁ ହୋଇଥିବାବେଳେ 200 ଜଣ ଆହତ ହୋଇଛନ୍ତି । (ଏଜେନ୍ସି)