Categories
ଖେଳ ବିଶେଷ ଖବର

ଆଇପିଏଲ ୨୦୨୦: ପ୍ଲେ ଅଫ ରେ ଖେଳିବା ନେଇ ୬ଟି ଦଳ ମଧ୍ୟରେ ଆଜିଠୁ ଆରମ୍ଭ ହେଲା ଅଙ୍କ କଷା

ଶାରଜା: ଏପର୍ଯ୍ୟନ୍ତ ଚଳିତ ଆଇପିଏଲରେ ୫୨ ଟି  ଲିଗ୍ ମ୍ୟାଚ୍ ର ଖେଳ ଶେଷ ହୋଇଯାଇଥିବା ବେଳେ କେବଳ ମୁମ୍ବାଇ ଇଡିଆନ୍ସ ପ୍ଲେ ଅଫ ପାଇଁ ଯୋଗ୍ୟତା ହାସଲ କରିପାରିଛି। ଆଇପିଏଲ ଇତିହାସରେ ଏହା ଏକ ପ୍ରଥମ ଘଟଣା ହେବ। ଲିଗ୍ ମ୍ୟାଚ୍ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିଲେ ମଧ୍ୟ ପ୍ଲେ ଅଫ ପର୍ଯ୍ୟାୟ ପାଇଁ ୬ ଟି ଦଳ ସଂଘର୍ଷ କରୁଛି। ଏକମାତ୍ର ଦଳ ଭାବେ ତିନି ଥର ଚମ୍ପିୟାନ ହୋଇଥିବା ଚେନ୍ନାଇ ସୁପରକିଙ୍ଗ୍ସ ଟୁର୍ଣ୍ଣାମେଣ୍ଟର ପ୍ଲେ ଅଫରୁ ବିଦା ନେଇସାରିଛି। ବାକି ୬ ଟି ଦଳ ମଧ୍ୟରେ ଦ୍ଵିତୀୟ, ତୃତୀୟ ଏବଂ ଚତୁର୍ଥ ସ୍ଥାନ ପାଇଁ ଆଜି ଠାରୁ ଲଢେଇ ହେବାକୁ ଯାଉଛି। ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଏହି ୬ଟି ଦଳକୁ ଯୋଗ୍ୟତା ହାସଲ କରିବା ପାଇଁ ଗୋଟିଏ ଲେଖାଏଁ ମ୍ୟାଚ ବାକି ରହିଛି। ସେଥିପାଇଁ ଏହି ଦଳଗୁଡିକୁ ଆଗାମୀ ପର୍ଯ୍ୟାୟ ଖେଳିବା ପାଇଁ ବଡ ବ୍ୟବଧାନରେ ନିଶ୍ଚିତ ବିଜୟ ଆବଶ୍ୟକ କରୁଛି।

ଆଜି ଶେଷ ରାଉଣ୍ଡ ଆରମ୍ଭ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୪ ପଏଣ୍ଟ  (-୦.୧୪୫) ଏବଂ ଦିଲ୍ଲୀ ରାଜଧାନୀ ୧୪ ପଏଣ୍ଟ (-୦.୧୫୯) ସହିତ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ଦୁଇ ଦଳ ମଧ୍ୟରୁ ଯେଉଁ ଦଳ ବିଜୟ ହାସଲ କରିବ, ସେହି ଦଳ ଦ୍ଵିତୀୟ ସ୍ଥାନ ହାସଲ କରିବ। ଅନ୍ୟ ଚାରିଟି ଦଳ ଯଥା ସନ୍ ରାଇଜର୍ସ ହାଇଦ୍ରାବାଦ ୧୨ ପଏଣ୍ଟ(୦.୫୫୫), କିଙ୍ଗସ ଏକାଦଶ ପଞ୍ଜାବ ୧୨ ପଏଣ୍ଟ(-୦.୧୩୩0), ରାଜସ୍ଥାନ ରୟାଲ୍ସ ୧୨ ପଏଣ୍ଟ (-୦.୩୭୭), ଏବଂ କୋଲକାତା ନାଇଟ୍ ରାଇଡର୍ସ ୧୨ ପଏଣ୍ଟ (-୦.୪୬୭) ସହିତ ଚତୁର୍ଥ, ପଞ୍ଚମ, ଷଷ୍ଠ ଏବଂ ସପ୍ତମ ସ୍ଥାନରେ ରହିଛନ୍ତି। ତେବେ ତୃତୀୟ ଏବଂ ଚତୁର୍ଥ ସ୍ଥାନ ପାଇଁ ଆଜିର ପରାଜିତ ଦଳ ସହ ଏହି ଦଳଗୁଡିକ ମଧ୍ୟରେ ସମାନ ପଏଣ୍ଟ ଥିବାରୁ ଯେଉଁ ଦଳର ନେଟ୍ ରନ୍ ହାର ଅଧିକ ରହିବ, ସେହି ଦଳ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବ।

ଏହି ୬ ଟି ଦଳ ପାଇଁ ଲିଗ୍ ଖେଳର ଶେଷ ରାଉଣ୍ଡ ପୂର୍ବରୁ ପ୍ଲେ ଅଫ୍ ରେ ସ୍ଥାନ ସୁରକ୍ଷିତ କରିବା ପାଇଁ ସେମାନେ କଣ କରିବା ଆବଶ୍ୟକ:

ଦିଲ୍ଲୀ ରାଜଧାନୀ:

ଦିଲ୍ଲୀ ନିଜର ଶେଷ ଚାରିଟି ମ୍ୟାଚ୍ ରେ ପରାଜିତ ହୋଇଥିଲେ ମଧ୍ୟ ପ୍ଲେ ଅଫ ରେ ଦ୍ଵିତୀୟ ସ୍ଥାନ ହାସଲ କରିବା ପାଇଁ ସୋମବାର ଦିନ କେବଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିବା ଜରୁରୀ ହୋଇପଡିଛି ଯଦି ସେମାନେ ଆରସିବି ବିପକ୍ଷରେ ମ୍ୟାଚ୍ ହାରିଯାଉଛନ୍ତି, ତେବେ ଯୋଗ୍ୟତା ନିଶ୍ଚିତ କରିବାକୁ ସେମାନେ ଅନ୍ୟ ଫଳାଫଳ ଉପରେ ନିର୍ଭର କରିବେ। ସେଥିପାଇଁ ଆଜି ଖେଳାଯିବାକୁ ଥିବା ଚେନ୍ନାଇ ଏବଂ ପଞ୍ଜାବ ମଧ୍ୟରେ ପଞ୍ଜାବ ପରାସ୍ତ ହୋଇ ୧୨ ପଏଣ୍ଟରେ ରହିବ। ଦ୍ବିତୀୟରେ ହାଇଦ୍ରାବାଦକୁ ମୁମ୍ବାଇ ହରାଇବା ଦରକାର, ତୃତୀୟରେ କୋଲକୋତା ଏବଂ ରାଜସ୍ଥାନ ମଧ୍ୟରେ ହେବାକୁ ଥିବା ଲିଗରେ ବିଜେତାଙ୍କ ନେଟ୍ ରନ୍-ହାର ଦିଲ୍ଲୀ ତୁଳନାରେ କମ ରହୁଥିବ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର:

ବାଙ୍ଗାଲୋରର ପରିସ୍ଥିତି ଦିଲ୍ଲୀ ସହିତ ସମାନ। ଯଦି ସେମାନେ ଦିଲ୍ଲୀକୁ ପରାସ୍ତ କରନ୍ତି, ତେବେ ସେମାନେ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜ୍ଜନ କରିବେ ଏବଂ ପ୍ରଥମ ଯୋଗ୍ୟତା ପର୍ଯ୍ୟାୟରେ ମୁମ୍ବାଇ ଇଣ୍ଡିଆନ୍ସଙ୍କୁ ଭେଟିବେ। ଯଦି ସେମାନେ ହାରିଯାଆନ୍ତି, ତେବେ ସେମାନେ ୧୪ ପଏଣ୍ଟରେ ରହିବେ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରବର୍ତ୍ତୀ ପର୍ଯ୍ୟାୟ ଖେଳିବ କି ନାହିଁ  ଆଗାମୀ ମ୍ୟାଚର ଫଳାଫଳ ପରେ ସ୍ପଷ୍ଟ ହେବ।

ସେଥିପାଇଁ ପ୍ରଥମେ ଚେନ୍ନାଇ ଦଳ ପଞ୍ଜାବକୁ ହରାଇବା ଆବଶ୍ୟକ, ଦ୍ବିତୀୟରେ ହାଇଦ୍ରାବାଦକୁ ମୁମ୍ବାଇ ହରାଇବା ଆବଶ୍ୟକ, ତୃତୀୟରେ କୋଲକୋତା ଏବଂ ରାଜସ୍ଥାନ ମଧ୍ୟରେ ହେବାକୁ ଥିବା ଲିଗରେ ବିଜେତାଙ୍କ ନେଟ୍ ରନ୍-ହାର ବାଙ୍ଗାଲୋର ତୁଳନାରେ କମ ରହୁଥିବ।

ସନରାଇଜର୍ସ ହାଇଦ୍ରାବାଦ:

ହାଇଦ୍ରାବାଦ ପାଇଁ ପରିସ୍ଥିତି ବହୁତ ସରଳ। ସର୍ବୋଚ୍ଚ ନେଟ ରନ ହାର(୦.୫୫୫) ଯୋଗୁଁ ସେମାନେ ବର୍ତ୍ତମାନ ୧୨ ପଏଣ୍ଟ ସହିତ ଚତୁର୍ଥ ସ୍ଥାନରେ ଅଛନ୍ତି। ସେମାନଙ୍କୁ କେବଳ ପ୍ଲେ ଅଫ୍ ଖେଳିବାକୁ ଅନ୍ତିମ ଲିଗ୍ ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିବାକୁ ପଡିବ। ଯଦି ସେମାନେ ହାରିଯାଆନ୍ତି, ତେବେ ସେମାନେ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଯିବେ।

କିଙ୍ଗସ ଏକାଦଶ ପଞ୍ଜାବ:

୧୩ ମ୍ୟାଚରୁ ୧୨ ପଏଣ୍ଟ ପାଇ କେଏଲ ରାହୁଲଙ୍କ ନେତୃତ୍ୱାଧୀନ ଦଳ ପଞ୍ଚମ ସ୍ଥାନରେ ରହିଛି। ଯଦି ସେମାନେ ଚେନ୍ନାଇ ବିପକ୍ଷରେ ସେମାନଙ୍କର ଅନ୍ତିମ ଲିଗ୍ ଜିତନ୍ତି, ତେବେ ସେମାନେ ୧୪ ପଏଣ୍ଟ ହାସଲ କରିବେ। ତଥାପି, ଏହା ହୁଏତ ସେମାନଙ୍କର ଯୋଗ୍ୟତା ନିଶ୍ଚିତ କରିପାରିବ ନାହିଁ କାରଣ ଅନ୍ୟ ତିନିଟି ଦଳ ମଧ୍ୟ ୧୪ ଲେଖାଏଁ ପଏଣ୍ଟ ରେ ପହଞ୍ଚି ସେମାନଙ୍କୁ ଅଧିକ ରନ ରେଟରେ ବିଦା କରିପାରିବେ।

୧- ଚେନ୍ନାଇକୁ ପଞ୍ଜାବ ପରାସ୍ତ କରିବା ପରେ ସେମାନଙ୍କର ନେଟ୍ ରନ୍ ହାର ଉଭୟ ବାଙ୍ଗାଲୋର ଏବଂ ଦିଲ୍ଲୀ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ପରାଜିତ ଦଳଠାରୁ ଅଧିକ ରହିବା ଆବଶ୍ୟକ

– ହାଇଦ୍ରାବାଦକୁ ମୁମ୍ବାଇ ହରାଇବା ଆବଶ୍ୟକ

୩- କୋଲକୋତା ଏବଂ ରାଜସ୍ଥାନ ମଧ୍ୟରେ ହେବାକୁ ଥିବା ଲିଗରେ ବିଜେତାଙ୍କ ନେଟ୍ ରନ୍-ହାର ପଞ୍ଜାବ ତୁଳନାରେ କମ ରହୁଥିବ।

ଯଦି, ଚେନ୍ନାଇ ଠାରୁ କିଙ୍ଗସ୍ ଏକାଦଶ ପରାସ୍ତ ହୁଏ, ତେବେ ସେମାନେ ଟୁର୍ଣ୍ଣାମେଣ୍ଟରୁ ବିଦା ନେବେ।

ରାଜସ୍ଥାନ ରୟାଲ୍ସ:

ଶେଷ ଦୁଇଟି ମ୍ୟାଚ୍ ଜିତି ଷ୍ଟିଭ୍ ସ୍ମିଥ୍ ନେତୃତ୍ୱାଧୀନ ଦଳ ଟୁର୍ନାମେଣ୍ଟରେ ଆଗୁଆ ରହିବାରେ ସଫଳ ହୋଇଛି। ସିଧାସଳଖ ଯୋଗ୍ୟତା ହାସଲ କରିବାକୁ, ସେମାନେ କୋଲକୋତାକୁ ପରାସ୍ତ କରିବା ଆବଶ୍ୟକ କରନ୍ତି ଏବଂ କିଙ୍ଗସ୍ ଏକାଦଶକୁ ଚେନ୍ନାଇ ହରାଇବ ଏବଂ ହାଇଦ୍ରାବାଦକୁ ମୁମ୍ବାଇ ପରାସ୍ତ କରିବା ଜରୁରୀ ହୋଇପଡିଛି। ଯଦି ସେମାନେ କେକେଆର ବିପକ୍ଷରେ ହାରିଯାଆନ୍ତି, ତେବେ ସେମାନେ ପ୍ରତିଯୋଗିତାରୁ ବାଦ୍ ପଡ଼ିବେ।

କୋଲକାତା ନାଇଟ୍ ରାଇଡର୍ସ:

୧୩ ଟି ମ୍ୟାଚରୁ ୧୨ ପଏଣ୍ଟ ସହିତ କୋଲକାତା ବର୍ତ୍ତମାନ ସପ୍ତମ ସ୍ଥାନରେ ରହିଛି। ଇଏନ୍ ମୋର୍ଗାନ୍ ନେତୃତ୍ୱାଧୀନ ଦଳ ପାଇଁ ପରବର୍ତ୍ତୀ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳିବା ପାଇଁ କଷ୍ଟ ହୋଇପାରେ। ସେମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବା ପାଇଁ ତିନୋଟି ବିକଳ୍ପ ରହିଛି ।

୧- ରାଜସ୍ଥାନକୁ ହରାଇବା ନିତ୍ୟାନ୍ତ ଜରୁରୀ

୨- ଚେନ୍ନାଇ ଠାରୁ ପଞ୍ଜାବ ହାରିବା ଆବଶ୍ୟକ

୩- ମୁମ୍ବାଇ ଠାରୁ ହାଇଦ୍ରାବାଦ ହାରିବା ଜରୁରୀ

ଯାହାଫଳରେ କୋଲକୋତା ୧୪ ପଏଣ୍ଟ ହାସଲ କରି ହାଇଦ୍ରାବାଦ, ରାଜସ୍ଥାନ, ପଞ୍ଜାବ (୧୨ ପଏଣ୍ଟ) ଠାରୁ ଅଧିକ ପଏଣ୍ଟ ହାରରେ ପ୍ଲେ ଅଫ କୁ ଉନ୍ନୀତ ହୋଇପାରିବ। ଯଦି ସେମାନେ ରାଜସ୍ଥାନ ଠାରୁ ପରାଜିତ ହୁଅନ୍ତି, ତେବେ ତାଙ୍କୁ ଟୁର୍ଣ୍ଣାମେଣ୍ଟରୁ ବାହାର ହେବାକୁ ପଡିବ।

Categories
ଆଜିର ଖବର ଜାତୀୟ ଖବର

ଅକ୍ଟୋବର 31 ଯାଏଁ ଦିଲ୍ଲୀରେ ସ୍କୁଲ ବନ୍ଦ ରହିବ

ନୂଆଦିଲ୍ଲୀ: କରୋନା ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । କିନ୍ତୁ ଅନଲକ୍‌-5ରେ  ସରକାର କଟକଣା କୋହଳ କରିବା ସହ କିଛି ରାଜ୍ୟରେ ସ୍କୁଲ ଓ କଲେଜ ଖୋଲିବାକୁ ଉଦ୍ୟମ କରିଛନ୍ତି । ଅନଲକ୍‌-5ରେ ଅକ୍ଟୋବର 15 ତାରିଖରୁ ସ୍କୁଲ ଖୋଲିବା ନେଇ ସୂଚନା ରହିଛି । ତେବେ ସ୍କୁଲ ଖୋଲିବା ନ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ରହିଛି । ତେବେ ଦିଲ୍ଲୀରେ ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ସ୍କୁଲ ନ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି କେଜରୀଓ୍ବାଲ ସରକାର । ବର୍ତ୍ତମାନସୁଦ୍ଧା ଦିଲ୍ଲୀରେ କରୋନା ସ୍ଥିତି ଦେଖି ଦିଲ୍ଲୀ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଏନେଇ ଦିଲ୍ଲୀର ଶିକ୍ଷାମନ୍ତ୍ରୀ ମନିଷ ସିସୋଦିଆ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଳୀରେ ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ରହିଛି । କରୋନା ପ୍ରଭାବ ଲାଗି ରହିଥିବାରୁ ଏହି ନିଷ୍ପତ୍ତିକୁ ବଦଳା ଯାଇଥିବାର ସୂଚନା ରହିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

କରୋନା ଅପଡେଟ୍‌ : ଦିନକରେ 64 ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନ, 861ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ 64 ହଜାର 399 ଜଣ ଆକ୍ରାନ୍ତ ହୋଇଥିବାବେଳେ 861ଜଣ ପ୍ରାଣ ହରାଇଛନ୍ତି । ଏବେ ଦେଶର ଆକ୍ରାନ୍ତଙ୍କ ସଂଖ୍ୟା 21 ଲକ୍ଷ 53 ହଜାର 11ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 43 ହଜାର 379କୁବୃଦ୍ଧି ହୋଇଛି । ଦେଶରେ ବର୍ତ୍ତମାନ ସୁଦ୍ଧା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ 28 ହଜାର 747 ରହିଛି । ସେହିପରି ସୁସ୍ଥ ହୋଇଛନ୍ତି 14 ଲକ୍ଷ 08 ହଜାର 884ଜଣ ।

ମହାରାଷ୍ଟ୍ରରେ ସର୍ବାଧିକ 17 ହଜାର 376ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ତାମିଲନାଡୁରେ 4 ହଜାର 808 ଜଣ, ଦିଲ୍ଲୀରେ 4 ହଜାର 98 ଜଣ, କର୍ଣ୍ଣାଟକରେ 3 ହଜାର 91 ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସୂଚନା ରହିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଗତ 24 ଘଣ୍‌ଟାରେ 61 ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ, 933 ଜଣ ମୃତ

ନୂଆଦିଲ୍ଲୀ :  ଦେଶରେ କରୋନା ପ୍ରକୋପ ଲଗାତାର ଭାବରେ ବଢି ଚାଲିଛି ।  ଗତ 24 ଘଣ୍‌ଟା ମଧ୍ୟରେ ଦେଶରେ 61 ହଜାର 537 ଜଣ ଆକ୍ରାନ୍ତ ହୋଇଥିବାବେଳେ 933 ଜଣଙ୍କ ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଖ୍ୟା 20 ଲକ୍ଷ 86 ହଜାର ପାର୍‌ କରିସାରିଛି । ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା 42 ହଜାର 518କୁ ବୃଦ୍ଧି ହୋଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା 20 ଲକ୍ଷ 88 ହଜାର 612 ପାର୍‌ କରିଛି ।  ଦିନକରେ 61, 537 କରୋନା ଆକ୍ରାନ୍ତ ହୋଇଥିବାବେଳେ 933 ଜଣଙ୍କର ମୃତ୍ୟୁ ହୋଇଛି । ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 14.27 ଲକ୍ଷ ଛୁଇଁଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ ରହିଛି । ଦେଶରେ କରୋନାରୁ ସୁସ୍ଥ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା 68. 32% ରହିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀରେ କୃତ୍ରିମ ବନ୍ୟା ପରିସ୍ଥିତି: ଜଣକର ମୃତ୍ୟୁ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଳୀ ସମେତ ଏନ୍‌ସିଆରରେ ରବିବାର ସକାଳେ ଖୁବ୍‌ ଜୋର୍‌ରେ ବର୍ଷା ହେବାରୁ କିଛି ଅଞ୍ଚଳରେ ଜଳାର୍ଣ୍ଣବ ହୋଇଥିବାବେଳେ କୃତ୍ରିମ ବନ୍ୟା ପରିସ୍ଥିତି ଉପୁଜିଛି ।  ଲଗାତାର ବର୍ଷା ଯୋଗୁଁ ରାଜଧାନୀ ଦିଲ୍ଳୀ ମିଣ୍ଟୋ ରୋଡ୍‌ ଅଞ୍ଚଳ ଜଳବନ୍ଦୀ ହୋଇଛି । ଫଳରେ ଜଣକର ମୃତ୍ୟୁ ଘଟିଥିବାର ସୂଚନା ରହିଛି ।

ମିଳିଥିବା ସୂଚନା ଅନୁସାରେ ରବିବାର ମିଣ୍ଟୋ ରୋଡ୍‌ସ୍ଥିତ ପୋଲ ତଳେ ପାଣିରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନା ମୁତାବକ, ପ୍ରବଳ ବର୍ଷା ଯୋଗୁଁ ଅଞ୍ଚଳ ଜଳବନ୍ଦୀ ହୋଇ ରହିଥିବା ବେଳେ ଏକ ଡିଟିସ ବସ୍‌ ଏବଂ ଏକ ଅଟୋ ରିକ୍ସା ପାଣିରେ ଫସି ରହିଥିଲା । ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ବସ୍‌ ଭିତରେ ଫଶି ରହିଥିବା ଡ୍ରାଇଭର, କଣ୍ଡକ୍ଟର ଓ ଅଟୋ ଡ୍ରାଇଭରଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା ।

ତେବେ ସେଠାରେ ଏକ ମୃତଦେହ ପାଣିରେ ଭାସୁଥିବାର ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତକ ଜଣକ କୁନ୍ଦନ ସିଂ ବୋଲି ସୂଚନା ରହିଥିବାବେଳେ ସେ ଜଣେ ଅଟୋ ଡ୍ରାଇଭର ଥିଲେ ବୋଲି ଜଣାପଡିଛି । ସେ ଦିଲ୍ଲୀରୁ କନାସ ପ୍ଲେସରୁ ଆସୁଥିଲେ ଆଉ ମିଣ୍ଟୋ ରୋଡ୍‌ ବ୍ରିଜ୍‌ ତଳେ ପାଣିରେ ଫସି ଯାଇଥିବାରୁ ତାଙ୍କର ମୃତ୍ୟୁ ଘଟିଛି ।

Categories
ଆଜିର ଖବର ଜାତୀୟ ଖବର

ଦେଶରେ କରୋନା ସ୍ଥିତି ଗମ୍ଭୀର : 24 ଘଣ୍ଟାରେ ପ୍ରାୟ 17 ହଜାର ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ :ଦିନକୁ ଦିନ ଭାରତରେ କରୋନା ସ୍ଥିତି ସଂଘାତିକ ହେବାରେ ଲାଗିଛି । ପ୍ରତିଦିନ ଦେଶରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ 16 ହଜାର922  ନୂଆ ମାମଲା ସାମନାକୁ ଆସିଛି। ସେହିପରି 418 ଜଣଙ୍କର ମୃତ୍ୟୁ ହୋଇଛି ।

ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 4 ଲକ୍ଷ 73 ହଜାର105 ରେ ପହଂଚିଛି ।  ଏପର୍ଯ୍ୟନ୍ତ ଭାରତରେ 14 ହଜାର 894 ଜଣଙ୍କ ମୃତ୍ୟୁ ଘଟିଛି । ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ 2 ଲକ୍ଷ 71ହଜାର 697 ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 1 ଲକ୍ଷ 86 ହଜାର 514 ସକ୍ରିୟ ଅଛନ୍ତି।

ସେହିପରି ଦେଶରେ ସର୍ବାଧିକ ଆକ୍ରାନ୍ତ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଥିବାବେଳେ ଦ୍ବିତୀୟ ସ୍ଥାନରେ ରହିଛି ଦିଲ୍ଲୀ । ସେହିପରି ତୃତୀୟ ସ୍ଥାନରେ ତାମିଲନାଡୁ, ଚତୁର୍ଥ ସ୍ଥଶନରେ ଗୁଜୁରାଟ ଓ ପଞ୍ଚମ ସ୍ଥାନରେ ପଶ୍ଚିମବଙ୍ଗ ରହିଛି । ଏହି ପାଞ୍ଚୋଟି ରାଜ୍ୟରୁ ସର୍ବାଧିକ ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ସେହିପରି ବିଶ୍ବରେ ସଂକ୍ରମିତ ପ୍ରଭାବିତ ଦେଶ ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ 1 ଲକ୍ଷ 42 ହଜାର 900 ଆକ୍ରାନ୍ତ ଚିହ୍ନଟ ବେଳେ 6 ହଜାର 739ଜଣଙ୍କ ମୃତ୍ୟୁ ହୋଇଛି ।

କେଉଁ ରାଜ୍ୟରେ କିପରି ରହିଛି ସ୍ଥିତି :

କ୍ରମିକ ସଂଖ୍ୟା ରାଜ୍ୟ ପଜିଟିଭ୍‌ ସୁସ୍ଥ ମୃତ
1 ଆଣ୍ଡାମାନ ନିକୋବର 56 43 0
2 ଆନ୍ଧ୍ରପ୍ରଦେଶ 10331 4779 124
3 ଅରୁଣାଚଳ ପ୍ରଦେଶ 158 38 0
4 ଆସାମ 6198 3958 9
5 ବିହାର 8209 6113 57
6 ଚଣ୍ଡୀଗଡ 420 323 6
7 ଛତିଶଗଡ 2419 1627 12
8 ଦିଲ୍ଲୀ 70390 41437 2365
9 ଗୋଆ 951 289 2
10 ଗୁଜୁରାଟ 28943 21088 1735
11 ହରିୟାଣା 12010 6925 188
12 ହିମାଚଳ ପ୍ରଦେଶ 806 466 8
13 ଜମ୍ମୁକାଶ୍ମୀର 6422 3818 88
14 ଝାରଖଣ୍ଡ 2207 1570 11
15 କର୍ଣ୍ଣାଟକ 10118 6151 164
16 କେରଳ 3603 1888 22
17 ଲଦାଖ 941 274 1
18 ମଧ୍ୟପ୍ରଦେଶ 12448 9473 534
19 ମହାରାଷ୍ଟ୍ର 142900 73792 6739
20 ମଣିପୁର 970 328 0
21 ମେଘାଳୟ 46 42 1
22 ମିଜୋରାମ 142 19 0
23 ଓଡ଼ିଶା 5752 4123 17
24 ପୁଡୁଚେରୀ 461 176 9
25 ପଞ୍ଜାବ 4627 3099 113
26 ରାଜସ୍ଥାନ 16009 12611 375
27 ତାମିଲନାଡୁ 67468 37763 866
28 ତେଲେଙ୍ଗାନା 10444 4361 225
29 ତ୍ରିପୁରା 1259 897  1
30 ଉତ୍ତରାଖଣ୍ଡ 2623 1721 35
31 ଉତ୍ତରପ୍ରଦେଶ 19557 12586 596
32 ପଶ୍ଚିମବଙ୍ଗ 15173 9702 591
33 ନାଗାଲାଣ୍ଡ 347 148 0
34 ସିକିମ୍‌ 84 39  0
35 ଦାଦ୍ରାନଗର ହାବେଳୀ 120 30  0
ମୋଟ୍‌ ପଜିଟିଭ୍‌ ସଂଖ୍ୟା 473105 271697 14894
Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଜୁଲାଇ ସୁଦ୍ଧା 1.5 ଲକ୍ଷ ଶଯ୍ୟା ପ୍ରସ୍ତୁତ କରିବେ ଦିଲ୍ଲୀ ସରକାର : କେଜ୍ରିଓ୍ବାଲ

ନୂଆଦିଲ୍ଲୀ : ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜି୍ରୱାଲ ଏକ ପ୍ରେସ କନଫରେନ୍ସ କରିଛନ୍ତି । ଏହା ସହିତ ଦିଲ୍ଲୀରେ ବାହାର ରାଜ୍ୟର ଲୋକମାନଙ୍କୁ ଚିକିତ୍ସା କରାହେବ । ପୂର୍ବରୁ ଦିଲ୍ଲୀର ସରକାରୀ ଓ ପ୍ରାଇଭେଟ ହସ୍ପିଟାଲରେ କେବଳ ଦିଲ୍ଲୀବାସୀଙ୍କ ଚିକିତ୍ସା ନିଷ୍ପତିକୁ ଉପରାଜ୍ୟପାଳ ପରିବର୍ତ୍ତନ କରିଥିଲେ । ଉପରାଜ୍ୟପାଳଙ୍କ ନିଷ୍ପତିକୁ ଆକ୍ଷରିକ ଭାବେ ଦିଲ୍ଲୀ ସରକାର ପାଳନ କରିବେ ବୋଲି କେଜ୍ରିଓ୍ବାଲ କହିଛନ୍ତି । ଆସନ୍ତା ଜୁଲାଇ ସୁଦ୍ଧା ଦିଲ୍ଲୀରେ 1.5 ଲକ୍ଷ ଶଯ୍ୟା ପ୍ରସ୍ତୁତ କରିବେ ବୋଲି କେଜ୍ରିଓ୍ବାଲ ସୂଚନା ଦେଇଛନ୍ତି । ବିଭିନ୍ନ ଷ୍ଟାଡିୟମ୍‌ ଏବଂ ହୋଟେଲ୍‌କୁ ହସ୍ପିଟାଲ ଭାବରେ ବ୍ୟବହାର କରାଯିବା ନେଇ କେଜ୍ରିଓ୍ବାଲ ମତ ରଖିଥିଲେ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବେକାବୁ କରୋନା :  ଗତ 24 ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ ମୃତ୍ୟୁ

ନୂଆଦିଲ୍ଲୀ : ଭାରତରେ କରୋନା ସ୍ଥିତି ବେଶ୍‌ ସଂକଟଜନକ ସ୍ଥିତିରେ ରହିଛି । ଦିନକୁ ଦିନ କରୋନା ମାମଲା ବୃଦ୍ଧି ପାଇ ଚାଲିଛି ।  ସେହିପରି ଗତ ଚବିଶ ଘଣ୍ଟା ମଧ୍ୟରେ ଭାରତରେ ମୋଟ୍ 331 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 9987 ନୂଆ କରୋନା ମାମଲା ଆସିଛି । ଦେଶରେ କରୋନା ମୃତ୍ୟୁସଂଖ୍ୟା 7 ହଜାର 466କୁ ବୃଦ୍ଧି ହୋଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 66 ହଜାର 598କୁ ବୃଦ୍ଧି ହୋଇଛି । ଆକ୍ଟିଭ୍‌ କେସ୍‌ 1 ଲକ୍ଷ 29 ହଜାର 917 ରହିଛନ୍ତି । ସୁସ୍ଥ ହୋଇଛନ୍ତି 1 ଲକ୍ଷ 29 ହଜାର 215 । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ 88,528ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 3,169 ରହିଛି । ଗୁଜୁରାରେ ମୃତ୍ୟୁ ସଂଖ୍ୟା 1280, ଦିଲ୍ଲୀରେ 874, ମଧ୍ୟପ୍ରଦେଶରେ 414, ପଶ୍ଚିମବଙ୍ଗରେ 405ଜଣଙ୍କର ମୃତ୍ୟୁ ହୋଇଛି ।

କେଉଁ ରାଜ୍ୟରେ କିପରି ରହିଛି ସ୍ଥିତି :

ରାଜ୍ୟ ପଜିଟିଭ୍‌ ସୁସ୍ଥ ମୃତ
ମହାରାଷ୍ଟ୍ର 88528 40975 3169
ତାମିଲ୍‌ନାଡୁ 33229 17527 286
ଦିଲ୍ଲୀ 29943 11357 874
ଗୁଜୁରାଟ 20545 13956 1280
ଉତ୍ତରପ୍ରଦେଶ 10947 6344 283
ରାଜସ୍ଥାନ 10763 8004 246
ମଧ୍ୟପ୍ରଦେଶ 9638 6536 414
ପଶ୍ଚିମବଙ୍ଗ 8613 3465 405
କର୍ଣ୍ଣାଟକ 5760 2519 64
ବିହାର 5202 2499 31
ହରିୟାଣା 4854 2134 39
ଆନ୍ଧ୍ରପ୍ରଦେଶ 4851 2745 75
ଜମ୍ମୁ ଓ କାଶ୍ମୀର 4285 1324 45
ତେଲେଙ୍ଗାନା 3650 1710 137
ଓଡ଼ିଶା 2994 1993 9
ଆସାମ 2776 665 4
ପଞ୍ଜାବ 2663 2128 53
କେରଳ 2005 814 16
ଉତ୍ତରାଖଣ୍ଡ 1411 714 13
ଝାଡଖଣ୍ଡ 1256 519 7
ଛତିଶଗଡ 1160 308 4
ତ୍ରିପୁରା 838 192 0
ହିମାଚଳ ପ୍ରଦେଶ 421 227 5
ଗୋଆ 330 67 0
ଚଣ୍ଡୀଗଡ 317 273 5
ମଣିପୁର 272 58 0
ପୁଡୁୁଚେରୀ 127 52 0
ନାଗାଲାଣ୍ଡ 123 8 0
ଲଦାଖ 103 52 1
ଅରୁଣାଚଳ ପ୍ରଦେଶ 51 1 0
ମିଜୋରାମ 42 1 0
ମେଘାଳୟ 36 13 1
ଆଣ୍ଡାମାନ ନିକୋବର 33 33 0
ଦାଦ୍ରାନଗର ହାବେଳୀ 22 2 0
ସିକିମ୍‌ 7 0 0
Categories
ଆଜିର ଖବର ରାଜ୍ୟ ଖବର

ଲୋକଙ୍କ ଜୀବନ ସହିତ ଖେଳୁଛନ୍ତି କେଜ୍ରିଓ୍ବାଲ : ଅଜୟ ମାକେନ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଛି । ଦିଲ୍ଲୀ କଂଗ୍ରେସର ପୂର୍ବତନ ମୁଖ୍ୟ ଅଜୟ ମାକେନ୍‌ କେଜ୍ରିଓ୍ବାଲଙ୍କୁ ସମାଲୋଚନା କରିଛନ୍ତି । ସାଧାରଣ ଲୋକଙ୍କ ଜୀବନ ସହିତ କେଜ୍ରିଓ୍ବାଲ ଖେଳୁଛନ୍ତି ବୋଲି ମାକେନ୍‌ ଅଭିଯୋଗ କରିଛନ୍ତି । ଦିଲ୍ଳୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ କେଜ୍ରିଓ୍ବାଲ ସରକାରଙ୍କ ପକ୍ଷରୁ ଟେଷ୍ଟିଂ କମ୍‌ କରି ଦିଆଯାଇଛି । ବର୍ତ୍ତମାନ ଦୈନିକ 4000 ଟେଷ୍ଟିଂ କରାଯାଉଥିବା ବେଳେ ପୂର୍ବରୁ 29 ମେ ରେ ସର୍ବାଧିକ 7649 ଟେଷ୍ଟ କରାଯାଇଥିଲା । ଦିଲ୍ଲୀ ସରକାର ବିଜ୍ଞାପନରେ ବିପୁଳ ଖର୍ଚ୍ଚ କରୁଥିବା ବେଳେ ହସ୍ପିଟାଲରେ ଜାଗା ନପାଇ ସାଧାରଣ ଲୋକ ପ୍ରାଣ ହରାଉଛନ୍ତି ବୋଲି ମାକେନ୍‌ ଅଭିଯୋଗ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା 27564 ରହିଛି । (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଦିଲ୍ଲୀରେ ଚୀନ୍‌ ମହିଳାଙ୍କୁ ଆକ୍ରମଣ ନେଇ ଥାନାରେ ମାମଲା

ନୂଆଦିଲ୍ଲୀ : ଦିଲ୍ଲୀରେ ରହିଥିବା ଜଣେ ଚୀନ୍‌ ମହିଳାଙ୍କୁ ଆକ୍ରମଣ କରାଯାଇଛି । ଆକ୍ରମଣ ମଙ୍ଗଳବାର ହୋଇଥିବା ବେଳେ ଏ ନେଇ ପୋଲିସ୍‌ରେ ଅଭିଯୋଗ ମଧ୍ୟ କରାଯାଇଥିଲା । ମାତ୍ର ପୋଲିସ୍‌ର ନିଷ୍କ୍ରିୟତା ପରେ ମହିଳା ଜଣକ ସୋସିଆଲ ମିଡିଆରେ ପୋଷ୍ଟ କରିବାରୁ ଏହି ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀର ଗ୍ରେଟର ନୋଏଡା ଅଞ୍ଚଳରେ ଏହି ଘଟଣା ଘଟିଛି ।

ଏହି ଚୀନ୍‌ ମହିଳାଙ୍କ ନାମ ଜୋଉ ହୁଇ । ମହିଳା ଜଣଙ୍କ ପ୍ରାତଃଭ୍ରମଣରେ ଯାଇଥିବା ବେଳେ ଜଣେ ବ୍ୟକ୍ତି ଆସି ହଠାତ୍‌ ଏକ ବାଡିରେ ତାଙ୍କୁ ଆକ୍ରମଣ କରିଥିଲା । ମହିଳା ଜଣକ ଗ୍ରେଟର ନୋଇଡାର ଏଟିଏସ୍‌ ପାରିଦୋଷ ସୋସାଇଟିରେ ରହୁଥିବା ବେଳେ ଉକ୍ତ ସୋସାଇଟିର ସିକ୍ୟୁରିଟି ଗାର୍ଡ ତାଙ୍କୁ ଉଦ୍ଧାର କରିଥିଲେ । ଏହାପରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସ୍‌ ଏଫ୍‌ଆଇଆରରେ ଅଭିଯୁକ୍ତଙ୍କ ନାଁ ନାହିଁ । ମହିଳା ଜଣକ ଟ୍ବିଟ୍‌ କରି ଅଭିଯୁକ୍ତଙ୍କ ନାଁ ପ୍ରକାଶ କରିଛନ୍ତି । ଅଭିଯୁକ୍ତଙ୍କ ନାମ ଅମରପାଲ ସିଂ ବୋଲି ମହିଳା ଜଣକ କହିଛନ୍ତି । ଏହା ସହିତ ମାଡ ଦାଗର ଫଟୋ ଗୁଡିକ ମଧ୍ୟ ପୋଷ୍ଟ କରିଛନ୍ତି ଜୋଇ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଏକୁଟିଆ ବିମାନ ଯାତ୍ରା କରି 2 ମାସ ପରେ ମା’କୁ ଭେଟିଲା 5 ବର୍ଷର ପୁଅ

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ କାରଣରୁ ଦିଲ୍ଲୀରେ ଅଟକି ରହିଥିବା 5 ବର୍ଷୀୟ ଶିଶୁ ଶେଷରେ ନିଜ ମାକୁ ଭେଟିଛି । ବିମାନ ଯାତ୍ରା ଆରମ୍ଭ ହେବା ପରେ ଏହି 5 ବର୍ଷୀୟ ଶିଶୁ ଜଣକ ଏକୁଟିଆ ଦିଲ୍ଲୀରୁ ବେଙ୍ଗାଲୁରୁ ଯାତ୍ରା କରିଥିଲା । 5 ବର୍ଷୀୟ ଏହି ଶିଶୁର ନାମ ଭିହାନ୍‌ । ନିଜ ଜେଜେ ବାପା ଏବଂ ଜେଜେ ମାଙ୍କୁ ଭେଟିବାକୁ ଆସିଥିବା ଭିହାନ୍‌ ଲକ୍‌ଡାଉନ୍‌ କାରଣରୁ ଆଉ ବେଙ୍ଗାଲୁରୁ ଫେରି ପାରିନଥିଲେ ।

ଭିହାନ୍‌ ବେଙ୍ଗାଲୁରୁରେ ପହଞ୍ଚିବା ପରେ ବେଙ୍ଗାଲୁରୁ ବିମାନ ବନ୍ଦର ପକ୍ଷରୁ ’ଓ୍ବେଲ୍‌କମ୍‌ ହୋମ୍‌ ଭିହାନ୍‌ ଶର୍ମା’ ଟ୍ବିଟ କରାଯାଇଥିଲା । ଏକ ନୀଳ ରଙ୍ଗର ଜ୍ୟାକେଟ୍‌ ଏବଂ ମାସ୍କ ପିନ୍ଧିଥିବା ଭିହାନ୍ ସ୍ବତନ୍ତ୍ର ଶ୍ରେଣୀର ଯାତ୍ରୀ ଭାବରେ ଏକ ପ୍ଲାକାର୍ଡ ଧରି ବେଙ୍ଗାଲୁରୁ ବିମାନ ବନ୍ଦରରେ ଓହ୍ଲାଇଥିଲା । ବିମାନବନ୍ଦରରେ ଭିହାନ୍‌କୁ ଅପେକ୍ଷା କରି ରହିଥିଲେ ମା ମଞ୍ଜୀସ୍‌ ଶର୍ମା । ଏହାପରେ ନିଜ ମାଙ୍କ ସହିତ ଭିହାନ୍‌ ଘରକୁ ଫେରିଥିଲା । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 78 ହଜାର ଡେଇଁଲା, ମୃତ୍ୟୁ ସଂଖ୍ୟା 25 ଶହ ଟପିଲା

ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନା ପ୍ରକୋପ ଜାରି ରଖିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା  78 ହଜାର ପାର ହୋଇଥିବା ବେଳେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା 25 ଶହ ଟପିଛି ।

ଗତ 24 ଘଣ୍ଟାରେ ଦେଶରେ 3722 ଟି ନୂଆ କରୋନା ଆକ୍ରାନ୍ତଙ୍କ ମାମଲା ସାମନାକୁ ଆସିଥିବା ବେଳେ 134 ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି ।  ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 78 ହଜାର 003ରେ ପହଂଚିଛି ।  ଏପର୍ଯ୍ୟନ୍ତ ଭାରତରେ 2549 ଜଣଙ୍କ ମୃତ୍ୟୁ ଘଟିଛି ।  ସେହିପରି ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ 26,235ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 49, 219 ସକ୍ରିୟ ଅଛନ୍ତି।

ମହରାଷ୍ଟ୍ରରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଦିଲ୍ଲୀ ଓ ଗୁଜୁରାଟରେ ମଧ୍ୟ ସ୍ଥିତି ଭୟଙ୍କର ରହିଛି । ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା 975କୁ ବୃଦ୍ଧି ହୋଇଛି । ମଧ୍ୟପ୍ରଦେଶରେ 232, ଗୁଜୁରାଟରେ 566, ଦିଲ୍ଲୀରେ 106, ତାମିଲନାଡୁରେ 64, ତେଲେଙ୍ଗାନାରେ 34, ଆନ୍ଧ୍ରପ୍ରଦେଶରେ 47, କର୍ଣ୍ଣାଟକରେ 33, ଉତ୍ତରପ୍ରଦେଶରେ 83, ପଞ୍ଜାବରେ 32, ପଶ୍ଚିମବଙ୍ଗରେ 207, ରାଜସ୍ଥାନରେ 121, ଜମ୍ମୁକାଶ୍ମୀରର 11, ହରିୟାଣାରେ 11, କେରଳରେ 4, ଝାଡଖଣ୍ଡରେ 3, ବିହାରରେ 7, ଓଡ଼ିଶାରେ 3, ହିମାଚଳ ପ୍ରଦେଶରେ 2, ମେଘାଳୟରେ ଜଣଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀରେ 3.5 ତୀବ୍ରତାର ଭୂକମ୍ପ

ନୂଆଦିଲ୍ଲୀ : କରୋନା ସମୟରେ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଜାତୀୟ ରାଜଧାନୀ ଦିଲ୍ଲୀରେ ଅନୁଭୂତ ହୋଇଛି ଏକ ମୃଦୁ ଭୂକମ୍ପ । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତ୍ରୀବ୍ରତା 3.5 ରହିଥିଲା । ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ଭୂକମ୍ପର ପ୍ରଭାବ କିଛି ସେକେଣ୍ଡ ପାଇଁ ଅନୁଭୂତ ହୋଇଥିଲା । ଅପରାହ୍ନ ପ୍ରାୟ 2ଟା ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ଏଥିରେ କାହାର କିଛି କ୍ଷତି ହୋଇନଥିବା ପ୍ରକାଶ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀରେ ଗତ 24 ଘଣ୍ଟାରେ 428 ପଜିଟିଭ୍‌ ଚିହ୍ନଟ : ମୃତ୍ୟୁ ସଂଖ୍ୟା 65କୁ ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତି ବେଶ୍‌ ଜଟିଳ ରହିଛି । ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଥିବାବେଳେ ଦେଶର ରାଜଧାନୀ ନୂଆଦିଲ୍ଲୀରେ ମଧ୍ୟ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ବୁଧବାର ଦିନ 428 ଜଣ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏବେ ଦିଲ୍ଲୀରେ ମୋଟ୍‌ କରୋନା ସଂକ୍ରମିତଙ୍କ ସଂଖ୍ୟା 5000 ଟପିଯାଇଛି । ତେବେ ଦିଲ୍ଲୀରେ ଗୋଟିଏ ଦିନରେ ଅର୍ଥାତ୍‌ ଗତକାଲି ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କିନ୍ତୁ ମୁମ୍ବାଇ ଓ ଅହମ୍ମଦାବାଦର ସ୍ଥିତିଠାରୁ ଦିଲ୍ଲୀରେ ଟିକେ ନିୟନ୍ତ୍ରଣରେ ରହିଛି । କିନ୍ତୁ ମଦ ଦୋକାନ ଖୋଲାଯିବା ପରେ ସାମାଜିକ ଦୂରତ୍ବ ଭଙ୍ଗ ବିପଦର ସଂକେତ ଦେଉଛି । ସେହିପରି ଦିଲ୍ଲୀରେ କରୋନା ଯୋଗୁଁ 65ଜଣଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ଏପର୍ଯ୍ୟନ୍ତ 54 ଜଣ ପୋଲିସ୍‌ କର୍ମୀ ସଂକ୍ରମିତ ହୋଇଥିବାବେଳେ ସିଆରପିଏଫ୍‌ର 155 ଜଣ ଯବାନ ମଧ୍ୟ ସଂକ୍ରମିତ ହୋଇଛନ୍ତି । ମାତ୍ର ଦିଲ୍ଲୀରେ ସଂକ୍ରମିତ ହାର ଅଧିକ ରହିଛି । ରାଜ୍ୟରେ ଏଯାଏଁ 1 ହଜାର 542 ଜଣ ସୁସ୍ଥ ହୋଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ଏଣିକି ମଦ ପାଇଁ ଦେବାକୁ ପଡିବ ସ୍ବତନ୍ତ୍ର କରୋନା ଫି

ନୂଆଦିଲ୍ଲୀ  : ଦିଲ୍ଲୀରେ ମଙ୍ଗଳବାରଠାରୁ ମଦ ମହଙ୍ଗା ହୋଇଯିବ । କେଜରୀଓ୍ବାଲ ସରକାର ମଦ ଉପରେ ସ୍ବତନ୍ତ୍ର କରୋନା ଫି’ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ମଦ ବିକ୍ରି ଉପରେ ଅଧିକ 70 ପ୍ରତିଶତ ଟ୍ୟାକ୍ସ ଦିଲ୍ଲୀରେ  ଆଦାୟ କରାଯିବ । ଦିଲ୍ଲୀରେ ମଦ ବିକ୍ରି ଉପରେ ସ୍ବତନ୍ତ୍ର କରୋନା ଫି’ ଲାଗୁ ହୋଇଛି ।

ସୋମବାର ଦିନ ଦେଶରେ ଲକ୍‌ଡାଉନର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏହି ଲକ୍‌ ଡାଉନରେ କିଛି କଟକଣାକୁ କୋହଳ କରାଯାଇଛି । ମଦ ବିକ୍ରି କୁ ଏହି ପର୍ଯ୍ୟାୟରେ ଅନୁମତି ଦିଆଯାଇଛି । ସେମବାର ଦେଶର ବହୁ ସହରରେ ମଦ ଦୋକାନ ଖୋଲା ଯାଇଥିଲା । ଦୋକାନ ବାହାରେ ଲମ୍ବା ଲମ୍ବା ଲାଇନ ମାନ ଦେଖିବାକୁ ମିଳିଥିଲା । ଦିଲ୍ଲୀର କେତେ ଅଞ୍ଚଳରେ ମଦ ପାଇଁ ଅସମ୍ଭାଳ ଭିଡ ପରିଲକ୍ଷିତ ହୋଇଥିଲା । ମଦ ପାଇଁ ଲୋକମାନେ ସାମାଜିକ ଦୂରତ୍ବ ତଥା କୋଭିଡ୍‌ -19ର ଗାଇଡ୍‌ ଲାଇନକୁ ଉଲ୍ଲଂଘନ କରିଥିଲେ ।

ଦିଲ୍ଲୀରେ ମଦ ଦୋକାନ ଖୋଲାଯିବା ପରେ ସାମାଜିକ ଦୂରତ୍ବକୁ ପାଳନ  ନହେଉଥିବାର ଦେଖାଯାଇଥିଲା । ଏଥିପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକଟ କରିବା ସହିତ ମଦ ପାଇଁ ସାମାଜିକ ଦୂରତ୍ବ ଉଲ୍ଲଂଘନ କଲେ ଏହି କଟକଣାକୁ ପୂର୍ବବତ୍‌ କଠୋର କରି ଦିଆଯିବ ବୋଲି ସୂଚନା ଦେଇଛନ୍ତି । ସେହିପରି ଗତକାଲି ସମଗ୍ର ଦେଶରେ ମଦ ପାଇଁ ହୋଇଥିବା ଅସମ୍ଭାଳ ଭିଡକୁ ଦେଖି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀରୁ ମୁମ୍ବାଇ ଯିବା ପାଇଁ ଋଷି କପୁରଙ୍କ ଝିଅଙ୍କୁ ଅନୁମତି

ନୂଆଦିଲ୍ଲୀ : ଦିଲ୍ଲୀରୁ ମୁମ୍ବାଇ ଯିବା ପାଇଁ ଋଷି କପୁରଙ୍କ ଝିଅଙ୍କୁ ଅନୁମତି ମିଳିଛି । ଭେଟରାନ୍‌ ବଲିଉଡ୍‌ ଅଭିନେତା ଋଷି କପୁର ଆଜି ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଋଷି କପୁରଙ୍କ ଅନ୍ତିମ ଦର୍ଶନରେ ଯୋଗ ଦେବା ପାଇଁ ଝିଅ ରିଦ୍ଧିମା ସାଇନିଙ୍କୁ ଗୃହ ମନ୍ତ୍ରାଳୟ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ଦିଲ୍ଲୀରେ ଅବସ୍ଥାନ କରୁଥିବା ରିଦ୍ଧିମାଙ୍କୁ ମୁମ୍ବାଇ ଯିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ରିଦ୍ଧିମା ସଡକ ପଥରେ ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ଯିବେ । ଉଲ୍ଲେଖଯୋଗ୍ୟ ଯେ, ସକାଳ 8.54 ମିନିଟ୍‌ରେ କପୁରଙ୍କ ଦେହାନ୍ତ ହୋଇଥିବା ବେଳେ ଅପରାହ୍ନ 4ଟାରେ ତାଙ୍କ ମରଶରୀର ଚନ୍ଦନବାଡି ଶ୍ମସାନକୁ ନିଆଯିବ ବୋଲି ଜଣାପଡିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀର ଆଦର୍ଶ ନଗରରେ ଗୋଟିଏ ପରିବାରର 10 ଜଣ କରୋନାରେ ସଂକ୍ରମିତ

ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆଦର୍ଶ ନଗର ଅଞ୍ଚଳରେ ଏଲଏନ୍‌ଜେପି ହସ୍ପିଟାଲର ଜଣେ ମହିଳା ଡାଏଟିସିଆନ୍‌ଙ୍କ ସମେତ ଜଣେ ପରିବାରର 10 ଜଣ ସଦସ୍ୟଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ମଜଲିସ୍‌ ପାର୍କରୁ ଏହି ମାମଲାଟି ଜଣାପଡିଛି। ଏଠାରେ ତିନି ଗଳିକୁ ସିଲ୍‌ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ଏଲଏନ୍‌ଜେପି ହସ୍ପିଟାଲରେ ଡାଏଟିସିାନ୍‌ ଥିବା ଜଣେ ମହିଳାଙ୍କ ନିକଟରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କ ପରିବାରର 10 ଜଣ ସଦସ୍ୟ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି।

ଦିଲ୍ଲୀର ତିଲକ୍‌ ନଗର ଅଞ୍ଚଳରେ ଜଣେ  58 ବର୍ଷୀୟା ମହିଳା ମଧ୍ୟ କରୋନାରେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।  ଦେଶରେ ସର୍ବାଧିକ କରୋନା ସଂକ୍ରମିତ ରାଜ୍ୟ ମଧ୍ୟରେ ଦିଲ୍ଲୀ ଅନ୍ୟତମ। ଦିଲ୍ଲୀର ସଂକ୍ରମଣ ସ୍ଥିତିକୁ ଦେଖୁ ବିଭିନ୍ନ ଜାଗାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ଦିଲ୍ଲୀରେ ହଟସ୍ପଟ୍‌ ଓ କଣ୍ଟେନମେଣ୍ଟ ଜୋନର ସଂଖ୍ୟା ଏବେ 97କୁ ବୃଦ୍ଧି ହୋଇଛି । (ଏଜେନ୍ସି)

Categories
ଆଜିର ଖବର

ଗର୍ଭବତୀ ମହିଳାଙ୍କଠାରୁ ସଂକ୍ରମିତ ହେଲେ 32 ଜଣ ସ୍ବାସ୍ଥ୍ୟ କର୍ମୀ,ଦିଲ୍ଲୀର କେଉଁ ହସ୍ପିଟାଲରେ କେତେ ଜଣ ସ୍ବାସ୍ଥ୍ୟକର୍ମୀ ହୋଇଛନ୍ତି ସଂକ୍ରମିତ

ନୂଆଦିଲ୍ଲୀ : ଦିଲ୍ଲୀର ରୋହିଣୀ ସ୍ଥିତି ଅମ୍ବେଦକର ହସ୍ପିଟାଲର 32 ଜଣ ସ୍ବାସ୍ଥ୍ୟକର୍ମୀଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ଏଥିରେ ଡାକ୍ତର ଓ ନର୍ସ ମଧ୍ୟ ସାମିଲ୍‌ ରହିଛନ୍ତି। କିଛି ଦିନ ପୂର୍ବରୁ ଏହି ହସ୍ପିଟାଲକୁ ଜଣେ କରୋନା ସଂକ୍ରମିତ ଗର୍ଭବତୀ ମହିଳା ଆସିଥିଲେ। ସେ ତାଙ୍କ ରୋଗ ସମ୍ପର୍କରେ ଲୁଚାଇଥିଲେ। ପରେ ଏହି ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଗର୍ଭବତୀ ମହିଳାଙ୍କ ସମ୍ପର୍କରେ ଆସି ହସ୍ପିଟାଲର 32 ଜଣ ସ୍ବାସ୍ଥ୍ୟ କର୍ମୀ କରୋନାରେ ସଂକ୍ରମିତ ହୋଇଛନ୍ତି।

ଦିଲ୍ଲୀର ବହୁ ହସ୍ପିଟାଲରେ ସ୍ବାସ୍ଥ୍ୟ କର୍ମୀମାନେ କରୋନା ଦ୍ବାରା ସଂକ୍ରମିତ ହୋଇଛନ୍ତି। ତେବେ ଆସନ୍ତୁ ନଜର ପକାଇବା କେଉଁ ହସ୍ପିଟାଲରେ କେତେ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି ।

  • ଏମସ୍‌ରେ ଦୁଇଟି ନର୍ସ ଓ ଜଣେ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି।
  • ସଫଦରଗଞ୍ଜ ହସ୍ପିଟାଲରେ 7 ଜଣ ଡାକ୍ତର ଓ 2 ନର୍ସଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି।
  • ବାବୁ ଜଗଜୀବନ ରାମ ହସ୍ପିଟାଲରେ 65 ଜଣ ସ୍ବାସ୍ଥ୍ୟ କର୍ମୀ କରୋନାରେ ସଂକ୍ରମିତ ହୋଇଛନ୍ତି ।
  • ରାଜୀବ ଗାନ୍ଧି କ୍ୟାନସର ହସ୍ପିଟାଲର ତିନି ଜଣ ଡାକ୍ତରଙ୍କ ସମେତ 21 ଜଣ କର୍ମଚାରୀଙ୍କଠାରେ କରୋନା ପଜିଟିଭ୍‌ ମିଳିଛି ।
  • ଲେଡି ହାର୍ଡିଙ୍ଗ୍ ହସ୍ପିଟାଲର 2 ଡାକ୍ତରଙ୍କ ସମେତ 6 ଜଣ ନର୍ସଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।
  • କଲାବତୀ ଶରଣ ହସ୍ପିଟାଲରେ ଦୁଇ ଡାକ୍ତର କରୋନାରେ ସଂକ୍ରମିତ ହୋଇଛନ୍ତି ।
  • ସେହିପରି ମହୋଲ୍ଲା କ୍ଲିନିକ୍‌ ବାବରପୁର ଓ ମୌଜପୁର ଜଣେ ଜଣେ ଡାକ୍ତର କରୋନା ସଂକ୍ରମଣର ଶିକାର ହୋଇଛନ୍ତି ।

ସୂଚନାଯୋଗ୍ୟ, ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା 2918ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 54ରେ ପହଞ୍ଚିଛି ।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ଜହାଙ୍ଗିରୀପୁରୀର ଗୋଟିଏ ଗଳିରୁ 46ଜଣ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଦିଲ୍ଲୀର ଜାହାଙ୍ଗିରପୁରୀ ଅଞ୍ଚଳର ଏକ ଗଳିରୁ 46 ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି ଅଞ୍ଚଳର ଏଚ୍‌ ବ୍ଲକର ଗଳିରୁ ଏହି ସମସ୍ତ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଚ୍‌ ବ୍ଲକର ତିନୋଟି ଗଳିକୁ ଅପ୍ରେଲ୍‌ 14 ତାରିଖରେ ସିଲ୍‌ କରାଯାଇଥିଲା । ଏହି 46ଜଣଙ୍କୁ ନରେଲାର କ୍ବାରେଣ୍ଟିନ୍‌ ସେଣ୍ଟରକୁ ନିଆଯାଇଛି ।

ଜାହାଙ୍ଗିରୀପୁରୀଠାରୁ ଏହା ତୃତୀୟ ବୃହତ୍ତ କରୋନା ପଜିଟିଭ୍‌ ମାମଲା ସାମ୍ନାକୁ ଆସିଛି । ଏହା ପୂର୍ବରୁ ଜାହାଙ୍ଗିରୀପୁରୀର ସି ବ୍ଲକରୁ 31ଟି ମାମଲା ଆସିଥିଲା । ସେହିପରି ଜାହାଙ୍ଗିରୀପୁରୀ ଥାନା ଅଞ୍ଚଳରେ ଜଣେ ପୋଲିସ ଏସ୍‌ଆଇ, ତାଙ୍କ ପତ୍ନୀ ଓ 7 ପୋଲିସ୍‌ କର୍ମୀଙ୍କୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଜହାଙ୍ଗିରୀପୁରୀରେ ଅଲଗା ଅଲଗା ଅଞ୍ଚଳରେ 89ଟି ମାମଲା ସାମ୍ନାକୁ ଆସିଛି ।

ସେହିପରି ବୁଧବାର ଦିନ ଜାମା ମସ୍‌ଜିଦ୍‌ ଅଞ୍ଚଳରୁ ଜଣେ ପରିବାରର 11 ଜଣ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ରହିଥିଲା । ଏହି ପରିବାରର ଜଣେ ସଦସ୍ୟ ବିଦେଶରୁ ଫେରିଥିଲେ । ଏହାପରେ ପରିବାରର ସମସ୍ତଙ୍କୁ ସଂକ୍ରମିତ ହୋଇଥିଲା । ଟେଷ୍ଟ ପରେ ପରିବାରର 18 ଜଣ ସଦସ୍ୟଙ୍କ ମଧ୍ୟରୁ 11ଜଣଙ୍କ ଠାରେ କରୋନା ଚିହ୍ନଟ ହୋଇଥିଲା ।  ସୂଚନାଯୋଗ୍ୟ, ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା 2,248 ରହିଥିବାବେଳେ ମୃତ୍ୟୁ ସଂଖ୍ୟା 48କୁ ବୃଦ୍ଧି ପାଇଛି । (ଏଜେନ୍ସି)

 

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନାରେ ପ୍ରାଣ ହରାଇଲା 45 ଦିନର ଶିଶୁ : କ୍ବାରାଣ୍ଟାଇନ୍‌ରେ 30 ଜଣ ବ୍ୟକ୍ତି

ନୂଆଦିଲ୍ଲୀ : କରୋନା ପ୍ରଭାବରେ ଜଣେ 45 ଦିନର ଶିଶୁ ପ୍ରାଣ ହରାଇଥିବା ବେଳେ ଶିଶୁ ସଂସ୍ପର୍ଶରେ ଆସିଥିବା 30 ଜଣ ବ୍ୟକ୍ତିଙ୍କୁ କ୍ବାରାଣ୍ଟାଇନ୍‌ରେ ରଖାଯାଇଛି । ଦିଲ୍ଲୀ ସ୍ଥିତ ଲେଡି ହର୍ଡିଂ ହସ୍ପିଟାଲରେ ଏହି ଘଟଣା ଘଟିଛି । ଏହି ଘଟଣାରେ ଅନ୍ୟ 6 ଜଣ ସ୍ବାସ୍ଥ୍ୟ କର୍ମୀ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଶିଶୁ ସଂସ୍ପର୍ଷରେ ଆସିଥିବା 30 ଜଣଙ୍କୁ କ୍ବାରାଣ୍ଟାଇନ୍‌ରେ ରଖାଯାଇଛି । ଏହା ସହିତ ଏହି ଦେଶର ସର୍ବକନିଷ୍ଠ କରୋନା ଆକ୍ରାନ୍ତ ଭାବରେ ଏହି ଶିଶୁଟି ପ୍ରାଣ ହରାଇଛି । ଶିଶୁଟିର ଚିକିତ୍ସା କରିଥିବା 2 ଡାକ୍ତର ଏବଂ 3 ଜଣ ନର୍ସ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଏକ ଲକ୍ଷ ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ କନଷ୍ଟେବଳ ଏବଂ ଓକିଲ ଗିରଫ

ନୂଆଦିଲ୍ଲୀ: ଜଣେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଛାଡିବା ବଦଳରେ ଏକ ଲକ୍ଷ ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦିଲ୍ଲୀ ପୋଲିସ କନଷ୍ଟେବଳ ତଥା ଜଣେ ଓକିଲଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ହାଭିଲଦାରଙ୍କ ନାମ ସତ୍ୟ ନାରାୟଣ ଏବଂ ଓକିଲଙ୍କ ନାମ ସୋନି। ସେମାନେ ଜଣେ ବ୍ୟକ୍ତିଙ୍କଠାରୁ ଏକ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ।

ସିବିଆଇରେ ଅଭିଯୋଗ କରିଥିବା ବ୍ୟକ୍ତି ପ୍ରକୃତରେ ଅଳଙ୍କାର ଚୋରି ମାମଲାରେ ଅଭିଯୁକ୍ତ ଥିଲେ ଏବଂ ତାଙ୍କ ବିରୋଧରେ ମାମଲା ପଞ୍ଜୀକୃତ ହୋଇଥିଲା। ପ୍ରସାଦ ନଗର ପୋଲିସ ଷ୍ଟେସନରେ ଡେପୁଟି କମିଶନର ପୋଲିସ (ଡିସିପି) ସଞ୍ଜୟ ଭାଟିଆ ଏହି ଘଟଣା ବିଷୟରେ ଅବଗତ କରାଇଛନ୍ତି। ଡିସିପିଙ୍କ ଅନୁଯାୟୀ, ଜାନୁଆରୀ ୨୨ତାରିଖରେ ପ୍ରସାଦ ନଗର ପୋଲିସ ଷ୍ଟେସନରେ ଏକ ଚୋରି ମାମଲା (କେସ ନଂ-୨୧) ରେଜିଷ୍ଟ୍ରେସନ୍ ହୋଇଥିଲା। ସୁନା ଅଳଙ୍କାର ଚୋରି ହୋଇଥିବା ଏହି ମାମଲାର ତଦନ୍ତ ହାଭିଲଦାର ସତ୍ୟ ନାରାୟଣ  କରୁଥିଲେ। ଏହି ମାମଲାର ସମାଧାନ ପାଇଁ ଜଣେ ଓକିଲଙ୍କ ମାଧ୍ୟମରେ ଅଭିଯୁକ୍ତଙ୍କଠାରୁ ଏକ ଲକ୍ଷ ଟଙ୍କା ମାଗିଥିଲେ। ଏହା ପରେ ଅଭିଯୁକ୍ତ ନାରାୟଣଙ୍କ ବିରୋଧରେ ସିବିଆଇ ନିକଟରେ ଅଭିଯୋଗ କରିଥିଲେ।

ଶନିବାର ଦିନ ସିବିଆଇ ଟିମ୍ ପ୍ରଥମେ ଓକିଲଙ୍କୁ ଗିରଫ କରିଥିଲା। ରାତିରେ ପ୍ରସାଦ ନଗର ଥାନାରେ କାର୍ଯ୍ୟରତ ହାବିଲଦାର ସତ୍ୟ ନାରାୟଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଅଭିଯୁକ୍ତ ହାଭିଲଦାରଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏହି ଅନୁସନ୍ଧାନକୁ ଭିତ୍ତି କରି ଏବଂ ସିବିଆଇରୁ ମିଳିଥିବା ଦଲିଲଗୁଡ଼ିକ ଅଭିଯୁକ୍ତ ହାଭିଲଦାରଙ୍କ ବିରୋଧରେ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପୋଲିସ କହିଛି। (ଏଜେନ୍ସି)