Categories
ଆଜିର ଖବର

କଂଗ୍ରେସରେ ସାମିଲ୍‌ ହେବାକୁ ଇଚ୍ଛୁକ ଆପ୍‌ ବିଧାୟିକା ଅଲକା ଲାମ୍ବା

ଆମ୍‌ ଆଦ୍‌ମୀ ପାର୍ଟିର ଚାନ୍ଦିନୀ ଚୌକ ବିଧାୟିକା ଅଲ୍‌କା ଲାମ୍ବା କଂଗ୍ରେସର ଯୋଗଦେବା ନେଇ ଇଚ୍ଛୁକ ରହିଛନ୍ତି। ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଯଦି କଂଗ୍ରେସ ଦଳ ତାଙ୍କୁ ସ୍ବୀକାର କରିପାରିବ, ତେବେ ସେ ନିଶ୍ଚୟ ଯୋଗଦାନ କରିବେ। ଦିଲ୍ଲୀ ଓ ହରିୟାଣାରେ କଂଗ୍ରେସ ସହ ଆପ୍‌ ମେଣ୍ଟ କରିବା ନେଇ ବେଶ୍‌ ଚର୍ଚ୍ଚାରେ ରହିଥିଲା। ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍‌ରୀଓ୍ବାଲ କଂଗ୍ରେସ ସହ ମେଣ୍ଟ କରିବା ନେଇ ବାରମ୍ବାର ନିବେଦନ କରି ଆସିଛନ୍ତି। ଅଲକା ଲମ୍ବା ୧୯୯୫ରେ ଦିଲ୍ଲୀ ୟୁନିଭରସିଟିର ଷ୍ଟୁଡେଣ୍ଟ ୟୁନିଅନ୍‌ର ଅଧ୍ୟକ୍ଷ ହୋଇ ଚର୍ଚ୍ଚାକୁ ଆସିଥିଲେ। ଦୁଇ ବର୍ଷ ପରେ ସେ କଂଗ୍ରେସ ଛାତ୍ର ସଂଗଠନ ଏନଏସ୍‌ୟୁଆଇର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥିଲେ। ପରବର୍ତ୍ତୀ ସମୟରେ ମହିଳା କଂଗ୍ରେସ, ଦିଲ୍ଲୀ କଂଗ୍ରେସ ଓ ଅଖିଳ ଭାରତୀୟ କଂଗ୍ରେସ କମିଟିର ବିଭିନ୍ନ ପଦବୀରେ ମଧ୍ୟ ଅବସ୍ଥାପିତ ରହିଥିଲ। ଅଲ୍‌କା ୨୦୧୩ ମସିହାରେ ଆମ୍‌ ଆଦ୍‌ମୀ ପାର୍ଟିରେ ଯୋଗଦାନ କରିଥିଲେ।