Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ବିରୋଧୀଦଳ ନେତା ଭାବରେ ନିର୍ବାଚିତ ହେଲେ ରାମବୀର ସିଂ ବିଧୁରୀ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ଭାବରେ ନିର୍ବାଚିତ ହୋଇଛନ୍ତି ରାମବୀର ସିଂ ବିଧୂରୀ । ସୋମବାର ବିଧୂରୀଙ୍କୁ ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ଭାବରେ ନିର୍ବାଚିତ କରାଯାଇଛି । ବିଜେପିର ଦିଲ୍ଲୀ ମୁଖ୍ୟାଳୟରେ ଏକ ବୈଠକ କରାଯାଇ ସୋମବାର ଦିନ ସର୍ବସମ୍ମତି କ୍ରମେ ବିଧୂରୀଙ୍କୁ ବିରେଧୀ ଦଳର ନେତା ଭାବେ ଚୟନ କରାଯାଇଛି । ବଦରପୁରରୁ ବିଜେପିର ବିଧାୟକ ରହିଥିବା ବିଧୂରୀଙ୍କୁ ସୋମବାର ସକାଳ 10ଟା ସମୟରେ ନିର୍ବାଚିତ କରାଯାଇଛି । ବିଜେପିରେ ଯୋଗ ଦେବା ପୂର୍ବରୁ ଏବିଭିପିର ସଦସ୍ୟ ରହିଥିବା ବିଧୂରୀ 2015 ଦିଲ୍ଲୀ ନିର୍ବାଚନରେ ପରାଜିତ ହୋଇଥିଲେ । 2012ରେ ବିଜେପିରେ ଯୋଗ ଦେଇଥିବା ଗୁଜ୍ଜର ସମ୍ପ୍ରଦାୟର ନେତା ବିଧୂରୀ 2013ରେ ପ୍ରଥମ ଥର ବିଧାନସଭାରେ ପ୍ରବେଶ କରିଥିଲେ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

କିଏ ହେବ ଦିଲ୍ଲୀରେ ବିଜେପି ବିଧାୟକ ଦଳର ନେତା, ଚର୍ଚ୍ଚାରେ ରହିଛି ତିନୋଟି ନାମ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ଏବେ ବିଜେପି ବିଧାୟକ ଦଳ ନେତା ଚୟନକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି। ବିଜେପି ବିଧାୟକ ଦଳର ନେତା କିଏ ହେବ ନେଇ ଏବେ  ଚାଲିଛି ବିଚାର ବିମର୍ଶ। ସେହିପରି ବିଧାନସଭାରେ ବିରୋଧୀ ନେତା ଚୟନ ନେଇ ମଧ୍ୟ ବିଚାର ଚାଲିଛି। ମଙ୍ଗଳବାର ଦିନ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପ୍ପି ନଡ୍ଡା ସରୋଜ ପାଣ୍ଡେଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି କରି ବିଧାୟକ ଦଳ ନେତା ଚୟନର ଦାୟିତ୍ବ ଦେଇଛନ୍ତି।

ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିକୁ ମାତ୍ର 8ଟି ଆସନ ମିଳିଛି। ଏବେ ଏହି ଆଠଟି ଆସନରୁ ଜଣକୁ ବିଧାୟକ ନେତା ଚୟନ କରିବାକୁ ପଡିବ। ତେବେ ମିଳିଥିବା ସୂଚନା ଅନୁସାରେ  ବିଜେପି ବିଧାୟକ ନେତା ନେଇ ତିନୋଟି ନାମକୁ ନେଇ ଏବେ ବେଶ୍‌ ଚର୍ଚ୍ଚା ରହିଛି । ତିନିଜଣଙ୍କ ମଧ୍ୟରେ ରହିଛନ୍ତି ବିଜେନ୍ଦ୍ର ଗୁପ୍ତା, ରାମବୀର ସିଂହ ବିଧୁଡି ଓ ମୋହନ ସିଂ ବିଷ୍ଟ୍‌। ଗତ ବିଧାନସଭାରେ ବିଜେନ୍ଦ୍ର ଗୁପ୍ତା ବିରୋଧୀ ନେତା ରୂପେ ରହିଥିଲେ। ଚଳିତଥର ପୁନଶ୍ଚ ତାଙ୍କୁ ଆଉ ଥରେ ଦାୟିତ୍ବ ଦିଆଯିବ କି ନାହିଁ ଏହା ପର୍ଯ୍ୟନ୍ତ ନିର୍ଣ୍ଣୟ ନିଆଯାଇନାହିଁ। ସେହିପରି କରାଓ୍ବଲ ନଗରରୁ ମୋହନ ସିଂ ବିଷ୍ଟ୍‌ ପଞ୍ଚମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଏବଂ ସମସ୍ତ 8ଜଣ ବିଧାୟକଙ୍କ ମଧ୍ୟରେ ବରିଷ୍ଠ ତଥା ଅନୁଭବୀ ବିଧାୟକ ହେଉଛନ୍ତି ମୋହନ ସିଂ ବିଷ୍ଟ୍‌। ତେବେ ଦିଲ୍ଲୀରେ ବିଜେପି ବିଧାୟକ ଦଳର ନେତା ତଥା ବିଧାନସଭାର ବିରୋଧୀ ବିଧାୟକ ଦଳ ନେତା ରୂପେ କିଏ ହେବ ସେ ନେଇ ଅଙ୍କ ଛିଣ୍ଡି ନାହିଁ।

Categories
ଆଜିର ଖବର ଜାତୀୟ ଖବର

ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ରାହୁଲ୍‌ – ପ୍ରିୟଙ୍କା

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନୀ ପ୍ରଚାରର ଅନ୍ତିମ ସମୟ ଆସି ପହଞ୍ଚିଲାଣି । ମତଦାତାଙ୍କୁ ଆକୃଷ୍ଟ ତଥା ନିଜ ପକ୍ଷ ରଖିବା ପାଇଁ ସମସ୍ତ ରାଜନୈତିକ ଦଳ ପୂରା ପ୍ରସ୍ତୁତି କରିସାରିଛନ୍ତି । ଆଜି ତିନି ପ୍ରମୁଖ ଦଳର ପ୍ରଚାର ବେଶ୍‌ ଜୋରସୋରରେ ଅନୁଷ୍ଠିତ ହେଉଛି। ଆଜି ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲାଇବେ ଗାନ୍ଧି ପରିବାର । ରାହୁଲ୍‌ ଓ ପ୍ରିୟଙ୍କା ଉଭୟ ନିର୍ବାଚନ ରାଲି କରି ଭୋଟରଙ୍କୁ ଆକୃଷ୍ଟ କରିବେ । ସେହିପରି ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ଦିଲ୍ଲୀର ଦ୍ବାରକା ନିର୍ବାଚନ ରାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ  କଂଗ୍ରେସ ତରଫରୁ ରାହୁଲ୍‌ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବେ ।  ରାହୁଲ୍‌ ଓ ପ୍ରିୟଙ୍କା ଆଜି ଜଙ୍ଗାପୁରାରେ ରାଲି କରିବାକୁ ଥିବାବେଳେ  ସଙ୍ଗମ ବିହାରରେ ମଧ୍ୟ ଏକ ରାଲିକୁ ସମ୍ବୋଧନ କରିବେ । କଂଗ୍ରେସର ଶୀର୍ଷନେତାଙ୍କୁ ଆଜି ପ୍ରଥମ ରାଲି ଅନୁଷ୍ଠିତ ହେଉଛି । ବୁଧବାର ଦିନ ନିର୍ବାଚନ ପ୍ରଚାର ମଇଦାନକୁ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଓହ୍ଲାଇବେ । ସେହିପରି ବିଜେପିର ଅନ୍ୟତମ ତୁଙ୍ଗ ନେତୃବୃନ୍ଦମାନେ ମଧ୍ୟ ଆଜି ଦିଲ୍ଲୀର ବିଭିନ୍ନ ଭାଗରେ ପ୍ରଚାର କରିବେ । ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀର କ୍ଷମତାସୀନ ଆପ୍‌ ସରକାର ଆଜି ତା’ର ନିର୍ବାଚୀନ ଇସ୍ତାହାର ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ଆଗାମୀ 5 ବର୍ଷ ପାଇଁ ଦିଲ୍ଲୀ ନିମେନ୍ତ ପ୍ରସ୍ତୁତ କରୁଥିବା ଯୋଜନା ସମ୍ପର୍କରେ ଘୋଷଣା ମଧ୍ୟ କରିପାରନ୍ତି। ଦିଲ୍ଲୀ ବିଧାନସଭାରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିଛି । ଦିଲ୍ଲୀକୁ ନେଇ ଆପ୍‌, ବିଜେପି ଓ କଂଗ୍ରେସ ମଧ୍ୟରେ ଜୋର୍‌ସୋର୍‌ ଛକାପଞ୍ଝା ଚାଲିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆପ୍‌, କଂଗ୍ରେସ ଓ ବିଜେପିର ଭିଡିଓ ଓ୍ବାର୍‌

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଗୋଟିଏ ମାସରୁ କମ୍‌ ସମୟ ରହିଛି। ଦିଲ୍ଲୀର ବାଜି ଜିତିବା ପାଇଁ କ୍ଷମତାଧାରୀ ଆପ୍‌, ବିଜେପି ଓ କଂଗ୍ରେସ  ସମେସ୍ତ ନିଜ ନିଜର ପ୍ରଚାର ଚଳାଇଛନ୍ତି। କେବଳ ଏତିକି ନୁହେଁ,ସୋସିଆଲ ମିଡିଆରେ ଏହି ତିନି ଦଳ ବଲିଉଡ୍‌ ଗୀତ ଓ ଫିଲ୍ମକୁ ନେଇ ଉଭୟ ଉଭୟଙ୍କୁ ଟାର୍ଗେଟ୍‌ କରୁଛନ୍ତି।

ବିଜେପି ଓ ଆପ୍‌ ମଧ୍ୟରେ ଚାଲିଛି ‘ନାୟକ’ ଓ୍ବାର୍‌

ବିଜେପି ଓ ଆମ୍‌ ଆଦ୍‌ମୀ ଭିଡିଓ ଜରିଆରେ ଦୁହେଁ ଦୁହିଁଙ୍କୁ ଟାର୍ଗେଟ୍‌ କରୁଛନ୍ତି। ସର୍ବପ୍ରଥମେ ବିଜେପି ଲୋକପ୍ରିୟ ଫିଲ୍‌ମ ‘ନାୟକ’ ଜରିଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲଙ୍କୁ ଟାର୍ଗେଟ୍‌ କରିଛି। ଏହି ଭିଡିଓରେ ନିକଟରେ ଦିଲ୍ଲୀରେ ହୋଇଥିବା ହିଂସା ସମେତ କିଛି ଘଟଣା ପାଇଁ କେଜ୍‌ରୀଓ୍ବାଲଙ୍କୁ ଦାୟୀ କରିବାକୁ ଚେଷ୍ଟା କରିଛି। ସେହିପରି ଆପ୍‌ ଏହାର ଜବାବ ସ୍ବରୂପ ନାୟକ ଫିଲ୍ମର ଦ୍ବିତୀୟ ଭାଗକୁ ଦେଇ ଜନତାଙ୍କ ପାଇଁ କେଜ୍‌ରୀଓ୍ବାଲ ସରକାର କାମ କରୁଛି ବୋଲି ଏକ ଭିଡିଓ ଜାରି କରିଛି। ସେହିପରି ଆପ୍‌-ବିଜେପିର ଭିଡିଓ ଓ୍ବାରରେ କଂଗ୍ରେସ ମଧ୍ୟ ଏଣ୍ଟ୍ରି ମାରିଛି। ଭିଡିଓ ଜରିଆରେ କଂଗ୍ରେସ ଆପ୍‌କୁ ଟାର୍ଗେଟ୍‌ କରିଛି। କଂଗ୍ରେସ ଏକ ଭିଡିଓରେ କେଜରୀଓ୍ବାଲ ମିଛ ପ୍ରତିଶ୍ରୁତି ଦେଉଛନ୍ତି ବୋଲି କହିଛି।

ସୂଚନାଯୋଗ୍ୟ, ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନୋମିନେସନ୍‌ ପ୍ରକ୍ରିୟା ଜାନୁଆରୀ 14ରୁ ଆରମ୍ଭ ହେବ। ଆସନ୍ତା ଫେବୃଆରୀ 8 ତାରିଖରେ ଦିଲ୍ଲୀ ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ଫେବୃଆରୀ 11 ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହେବ। (ଏଜେନ୍ସି)