ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ରାହୁଲ୍‌ – ପ୍ରିୟଙ୍କା

Published: Feb 4, 2020, 11:18 am IST

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନୀ ପ୍ରଚାରର ଅନ୍ତିମ ସମୟ ଆସି ପହଞ୍ଚିଲାଣି । ମତଦାତାଙ୍କୁ ଆକୃଷ୍ଟ ତଥା ନିଜ ପକ୍ଷ ରଖିବା ପାଇଁ ସମସ୍ତ ରାଜନୈତିକ ଦଳ ପୂରା ପ୍ରସ୍ତୁତି କରିସାରିଛନ୍ତି । ଆଜି ତିନି ପ୍ରମୁଖ ଦଳର ପ୍ରଚାର ବେଶ୍‌ ଜୋରସୋରରେ ଅନୁଷ୍ଠିତ ହେଉଛି। ଆଜି ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲାଇବେ ଗାନ୍ଧି ପରିବାର । ରାହୁଲ୍‌ ଓ ପ୍ରିୟଙ୍କା ଉଭୟ ନିର୍ବାଚନ ରାଲି କରି ଭୋଟରଙ୍କୁ ଆକୃଷ୍ଟ କରିବେ । ସେହିପରି ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ଦିଲ୍ଲୀର ଦ୍ବାରକା ନିର୍ବାଚନ ରାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ  କଂଗ୍ରେସ ତରଫରୁ ରାହୁଲ୍‌ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବେ ।  ରାହୁଲ୍‌ ଓ ପ୍ରିୟଙ୍କା ଆଜି ଜଙ୍ଗାପୁରାରେ ରାଲି କରିବାକୁ ଥିବାବେଳେ  ସଙ୍ଗମ ବିହାରରେ ମଧ୍ୟ ଏକ ରାଲିକୁ ସମ୍ବୋଧନ କରିବେ । କଂଗ୍ରେସର ଶୀର୍ଷନେତାଙ୍କୁ ଆଜି ପ୍ରଥମ ରାଲି ଅନୁଷ୍ଠିତ ହେଉଛି । ବୁଧବାର ଦିନ ନିର୍ବାଚନ ପ୍ରଚାର ମଇଦାନକୁ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଓହ୍ଲାଇବେ । ସେହିପରି ବିଜେପିର ଅନ୍ୟତମ ତୁଙ୍ଗ ନେତୃବୃନ୍ଦମାନେ ମଧ୍ୟ ଆଜି ଦିଲ୍ଲୀର ବିଭିନ୍ନ ଭାଗରେ ପ୍ରଚାର କରିବେ । ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀର କ୍ଷମତାସୀନ ଆପ୍‌ ସରକାର ଆଜି ତା’ର ନିର୍ବାଚୀନ ଇସ୍ତାହାର ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ଆଗାମୀ 5 ବର୍ଷ ପାଇଁ ଦିଲ୍ଲୀ ନିମେନ୍ତ ପ୍ରସ୍ତୁତ କରୁଥିବା ଯୋଜନା ସମ୍ପର୍କରେ ଘୋଷଣା ମଧ୍ୟ କରିପାରନ୍ତି। ଦିଲ୍ଲୀ ବିଧାନସଭାରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିଛି । ଦିଲ୍ଲୀକୁ ନେଇ ଆପ୍‌, ବିଜେପି ଓ କଂଗ୍ରେସ ମଧ୍ୟରେ ଜୋର୍‌ସୋର୍‌ ଛକାପଞ୍ଝା ଚାଲିଛି । (ଏଜେନ୍ସି)

Related posts