Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀର ଏକ ବିଲିଡିଂରୁ 41 ଜଣ କରୋନା ସଂକ୍ରମିତ ଚିହ୍ନଟ, ଆହୁରି 108ଜଣଙ୍କ ନମୁନା ରିପୋର୍ଟ ଆସିବାକୁ ବାକି

ନୂଆଦିଲ୍ଲୀ : ଦିଲ୍ଲୀର କାପସହେଡାର ଏକ ବିଲିଡିଂରେ 41ଜଣଙ୍କଠାରେ କରୋନା ସଂକ୍ରମିତ ମିଳିଛନ୍ତି । ଦକ୍ଷିଣ ପଶ୍ଚିମ ଜିଲ୍ଲାର ଜିଲ୍ଲାଧିକାରୀ ଅଫିସରୁ ଏହି ସୂଚନା ମିଳିଛି । ଏହି ବିଲିଡିଂରୁ ଅପ୍ରେଲ୍‌ 18ରୁ ପ୍ରଥମ କରୋନା ମାମଲା ଆସିଥିଲା । ପ୍ରାୟ 14 ଦିନ ପରେ ଶନିବାର ଦିନ ବଡ ସଂଖ୍ୟାରେ କରେନା ପଜିଟିଭ୍‌ ଏଠାରୁ ଚିହ୍ଟ ହୋଇଛନ୍ତି । ଏହି ଲୋକମାନଙ୍କର ସାମ୍ପଲ୍‌ ଅପ୍ରେଲ୍‌ 20 ଓ 21 ତାରିଖରେ ନିଆଯାଇଥିଲା ।

ଏଠାରୁ ପ୍ରଥମ କେସ୍‌ ଆସିବା ପରେ ଅପ୍ରେଲ୍‌ 19 ତାରିଖରୁ ଏହି ବିଲିଡିଂକୁ ସିଲ୍‌ କରିଦିଆଯାଇଥିଲା । ଏଠାରେ ଜନଂସଖ୍ୟା ଅଧିକ ରହିଥିବାରୁ ସଂକ୍ରମଣ ହେବାର ବହୁତ ବିପଦ ରହିଛି ।

ଅପ୍ରେଲ୍‌ 20 ତାରିଖରେ 95 ଜଣଙ୍କର ସାମ୍ପଲ୍‌ ଓ ଅପ୍ରେଲ 20 ତାରିଖରେ 80 ଜଣଙ୍କର ସାମ୍ପଲ୍‌ ପରୀକ୍ଷା ହେବାକୁ ନିଆଯାଇଥିଲା । ନୋଏଡାର ଏନ୍‌ଆଇବି ଲ୍ୟାବ୍‌ରେ ସାମ୍ପଲ୍‌ର ପରୀକ୍ଷା କରାଯାଉଛି ।

ମୋଟ୍‌ 175ଜଣଙ୍କ ସାମ୍ପଲ୍‌ ପରୀକ୍ଷାକୁ ଦିଆଯାଇଥିବାବେଳେ 67ଜଣଙ୍କର ରିପୋର୍ଟ ଶନିବାର ଦିନ ଆସିଥିଲା। ଏଥିରୁ 41ଜଣଙ୍କର କରୋନା ସଂକ୍ରମିତ ହୋଇଥିବାର ସୂଚନା ମିଳିଛି । ଏବେ 108 ଜଣଙ୍କର ନମୁନା ରିପୋର୍ଟ ଆସିବାକୁ ବାକି ରହିଛି ।