Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ସଂଖ୍ୟାଲଘୁ କମିଶନ ମୁଖ୍ୟଙ୍କ ବିରୋଧରେ ଦେଶଦ୍ରୋହ ମାମଲା

ନୂଆଦିଲ୍ଲୀ : ଦିଲ୍ଲୀ ସଂଖ୍ୟାଲଘୁ କମିଶନ ମୁଖ୍ୟଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି । ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କାରଣରୁ ଦିଲ୍ଲୀ ସଂଖ୍ୟାଲଘୁ କମିଶନ ମୁଖ୍ୟ ଜଫାରୁଲ୍‌ ଇସଲାମ୍‌ ଖାନ୍‌ଙ୍କ ବିରୋଧରେ ଦିଲ୍ଲୀ ପୋଲିସ୍‌ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି । ଦିଲ୍ଲୀ ପୋଲିସ୍‌ର ସ୍ବତନ୍ତ୍ର ସେଲ୍‌ ପକ୍ଷରୁ ଆଇପିସିର ଧାରା 124ଏ(ଦେଶଦ୍ରୋହ) ଏବଂ 153ଏ (ଅସହିଷ୍ଣୁତା ବାର୍ତ୍ତା) ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଦେଶରେ ଚାଲିଥିବା ଦଙ୍ଗା ଏବଂ ସଂଖ୍ୟାଲଘୁଙ୍କ ପ୍ରତି ହିଂସାକୁ ନେଇ ଜଫାରୁଲ୍‌ ଏପ୍ରିଲ୍‌ 28 ତାରିଖରେ ଏକ ଫେସବୁକ୍‌ ପୋଷ୍ଟ କରିଥିଲେ । ସୋସିଆଲ୍‌ ମିଡିଆରେ ଏହାକୁ ସମାଲୋଚନା କରାଯିବା ପରେ ଜଫାରୁଲ୍‌ କ୍ଷମାପ୍ରାର୍ଥନା କରିବା ସହିତ ନିଜ ପୋଷ୍ଟଟିକୁ ଡିଲିଟ୍‌ କରି ଦେଇଥିଲେ । (ଏଜେନ୍ସି)