Categories
ଆଜିର ଖବର

ଦିଲ୍ଲୀ ସମେତ ଉତ୍ତର ଭାରତରେ ମୃଦୁ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ, 20/12 : ଉତ୍ତର ଭାରତରେ ଏକ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଦିଲ୍ଲୀର ଏନ୍‌ସିଆର ଅଞ୍ଚଳ ଏବଂ ଶ୍ରୀନଗରରେ ଏହି ଭୂକମ୍ପର ପ୍ରଭେବ ଅନୁଭୂତ ହୋଇଥିଲା । ଆଫଗାନିସ୍ତାନର ହିନ୍ଦୁକୁଶ ପର୍ବତମାଳାରେ ସୃଷ୍ଟ ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 6.8 ରହିଥିଲା । ଅପରାହ୍ନ 5.10 ମିନିଟ୍‌ରେ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା । ଏହି ଭୂକମ୍ପ ହରିୟାଣା ଏବଂ ପଞ୍ଜାବର କିଛି ଅଂଶରେ ଅନୁଭୂତ ହୋଇଥିବା ଜଣାପଡିଛି । ଭୂକମ୍ପ ଫଳରେ ଲୋକମାନେ ଘର ବାହାରକୁ ପଳାଇ ଆସିଥିବା ବେଳେ କିଛି କ୍ଷୟକ୍ଷତି ରିପୋର୍ଟ କରାଯାଇନାହିଁ । (ଏଜେନ୍ସୀ)