Categories
ଆଜିର ଖବର ଜାତୀୟ ଖବର

ଦେଓଘରଠାରେ 19 ବର୍ଷୀୟା ଛାତ୍ରୀଙ୍କୁ ଦୁଷ୍କର୍ମ କରି ହତ୍ୟା : ଦୁଇ ଅଭିଯୁକ୍ତ ଗିରଫ

ଦେଓଘର : ଦେଓଘର ମୋହନପୁରଠାରେ ଏକ ଇଣ୍ଟରକଲେଜର 19 ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରିବା ପରେ ଦୁଷ୍କର୍ମ କରି ହତ୍ୟା କରିଥିବାର ମାମଲା ସାମ୍ନାକୁ  ଆସିଛି । ଛାତ୍ରୀ ଶବ ଏକ କୁଅଁରୁ ଉଦ୍ଧାର କରଯାଇଛି। ମିଳିଥିବା ସୂଚନା ଅନୁସାରେ ଛାତ୍ରୀ ଜଣକ ଦୁଇ ଦିନ ହେବ ଗାଏବ ଥିଲେ। ଛାତ୍ରୀର ପିତା ଅପ୍ରେଲ 28 ତାରିଖରେ ଝିଅ ଅପହରଣ ହେଇଥିବା ନେଇ ଥାନାରେ ଏତଲା ଦେଇଥିଲେ। ପୋଲିସ୍‌ ଏହି ଘଟଣାର ତଦନ୍ତ କରି ଆଜି ଦୁଇ ଯୁବକଙ୍କୁ ଗିରଫ କରିଛି । ଦୁଇ ଅଭିଯୁକ୍ତ ନିଜ ଦୋଷ ସ୍ବୀକାର କରିଛନ୍ତି।

ପୋଲିସ୍‌ କହିବାନୁସାରେ ଛାତ୍ରୀଙ୍କ ସହିତ ଦୁଷ୍କର୍ମ ହେବା ପରେ ତାଙ୍କର ହତ୍ୟା କରାଯାଇଛି। ପ୍ରଥମେ ମୁଣ୍ଡକୁ ମାଡ ମାରି ଆଘାତ ଦିଆଯାଇଛି କୂଅକୁ ଫୋପାଡି ଦେଇଥିଲେ ଅଭିଯୁକ୍ତ।  ମୋହନପୁର ଥାନାରେ ଗତ ଏକ ବର୍ଷ ମଧ୍ୟରେ ଏହା ହେଉଛି ତୃତୀୟ ଘଟଣା। ପୋଷ୍ଟମର୍ଟମ୍‌ ପରେ ପ୍ରଥମେ ଦୁଷ୍କର୍ମ ପରେ ଛାତ୍ରୀର ହତ୍ୟା ହୋଇଥିବାର ପ୍ରମାଣ ମିଳିଛି ।(ଏଜେନ୍ସି)