ନୂଆଦିଲ୍ଲୀ : ସାମାନ୍ୟରୁ ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଷ୍ଟେରଏଡ୍ ଡ୍ରଗ୍ ଡେକ୍ସାମେଥାସୋନ୍ ବ୍ୟବହାର କରିବାକୁ କେନ୍ଦ୍ର ସରକାର ଶନିବାର ଅନୁମତି ପ୍ରଦାନ କରିଛନ୍ତି। ପୂର୍ବରୁ ଡେକ୍ସାମେଥାସନ୍କୁ ବ୍ୟବହାର ଅନୁମତି ଦେଇଛି ଡବ୍ଲୁଏଚ୍ଓ । ଷ୍ଟେରଏଡ୍ ଡେକ୍ସାମେଥାସନ୍ ଫୁସ୍ଫୁସ୍ ଜନିତ ରୋଗ ପାଇଁ ବ୍ୟବହାର ହୋଇଥାଏ ।
ପୂର୍ବରୁ ମିଥାଇଲ ପ୍ରେଡନିସୋଲୋନ୍ ଔଷଧ କରୋନା ଆକ୍ରାନ୍ତଙ୍କୁ ଦିଆଯାଉଥିଲା। ଏବେ ଗ୍ଲୁକୋକୋର୍ଟିକୋଷ୍ଟେରାଇଡ ଡେକ୍ସାମେଥାସୋନକୁ ଏହାର ବିକଳ୍ପ ଭାବରେ ଦିଆଯିବ। ଏହା ସହ ଆର୍ଥରାଇଟିସ୍ ଭଳି ରୋଗର ପ୍ରଭାବକୁ ହ୍ରାସ କରିବା ସହ ଅମ୍ଳଜାନ ସହାୟତା ଆବଶ୍ୟକ କରୁଥିବା ରୋଗୀ ମଧ୍ୟ ଡେକ୍ସାମେଥାସୋନରେ ବ୍ୟବହାର କରିପାରିବେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ରହିଛି ।