Categories
ଆଜିର ଖବର ଖେଳ

ରାଜକୋଟ ଦିନିକିଆରେ ବିଜୟ ସହିତ ସିରିଜକୁ ପ୍ରତ୍ୟାବର୍ତ୍ତନ କଲା ଭାରତ

ରାଜକୋଟ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ଦିନିକିଆରେ ବିଜୟୀ ହୋଇଛି ବିରାଟ କୋହଲିଙ୍କ ଭାରତୀୟ ଦଳ । ଏହି ମ୍ୟାଚ୍‌ରେ ବିଜୟୀ ହେବା ସହିତ ଭାରତ ଶୃଙ୍ଖଳାକୁ ପ୍ରତ୍ୟାବର୍ତ୍ତନ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ 6 ଓ୍ବିକେଟ ହରାଇ 340 ରନ୍‌ ସଂଗ୍ରହ କରିଥିବା ବେଳେ ଅଷ୍ଟ୍ରେଲିଆ ଦଳ ବିଜୟ ଠାରୁ 36 ରନ୍‌ ଦୂରରେ ରହିଥିଲା । ଭାରତ ପକ୍ଷରୁ ଶିଖର ଧଓ୍ବନ୍‌(96), ବିରାଟ କୋହଲି(78) ଏବଂ କେ ଏଲ୍‌ ରାହୁଲ(80) ଅର୍ଦ୍ଧଶତକ ହାସଲ କରିଥିଲେ । 340 ରନ୍‌ର ପିଛା କରି ଚତୁର୍ଥ ଓଭରରେ ନିର୍ଭର ଯୋଗ୍ୟ ଡେଭିଡ୍‌ ଓ୍ବାର୍ଣ୍ଣରଙ୍କୁ ଆଉଟ କରି ମହମ୍ମଦ ସାମି ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ମାତ୍ର ପୂର୍ବତନ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ ଏବଂ ଅଧିନାୟକ ଆରୋନ୍‌ ଫିଞ୍ଚ(33) 62 ରନ୍‌ର ଭାଗିଦାରୀ କରିଥିଲେ । ରବୀନ୍ଦ୍ର ଜାଡେଜା ଏହି ଯୋଡି ଭାଙ୍ଗିବା ପରେ ଇନଫର୍ମ ଲାବୁଶ୍ଚାଞ୍ଜେ(46) ଏବଂ ସ୍ମିଥ୍‌ (98)ଙ୍କ ମଧ୍ୟରେ 96 ରନ୍‌ର ଭାଗିଦାରୀ ହୋଇଥିଲା । ଲାବୁଶ୍ଚାଞ୍ଜେଙ୍କୁ ଆଉଟ୍‌ କରି ଜାଡେଜା ପୁନର୍ବାର ଏହି ଯୋଡି ଭାଙ୍ଗିଥିଲେ । ଏହାପରେ ସ୍ମିଥ ଗୋଟିଏ ପଟୁ ଆକ୍ରମଣ କରୁଥିବା ବେଳେ କୁଲ୍‌ଦୀପ ଯାଦବ ଗୋଟିଏ ଓଭରରେ ଆଲେକ୍ସ କେରୀ ଏବଂ ସ୍ମିଥ୍‌ଙ୍କୁ ଆଉଟ କରି ଅଷ୍ଟ୍ରେଲିଆକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ । ପରେ ମହମ୍ମଦ ସାମି ଲଗାତାର ବଲ୍‌ରେ ଟର୍ଣ୍ଣର ଏବଂ କମିନ୍‌ସଙ୍କୁ ଆଉଟ କରିବା ପରେ ବିଜୟ କେବଳ ଔପଚାରିକତା ରହିଥିଲା । ଶେଷରେ ଅଷ୍ଟ୍ରେଲିଆ 304 ରନ୍‌ରେ ଅଲଆଉଟ ହୋଇଥିଲା । ଭାରତ ପକ୍ଷରୁ ମହମ୍ମଦ ସାମି 77 ରନ୍‌ରେ 3ଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା ଏବଂ ନବଦୀପ ସାଇନି ଦୁଇଟି ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଜାମ୍ପାଙ୍କୁ ଆଉଟ କରି ବୁମ୍‌ରା ମ୍ୟାଚ୍‌ ସମାପ୍ତ କରିଥିଲେ । ଶିଖର ଧଓ୍ବନଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା । (ଏଜେନ୍ସୀ)

Categories
ଆଜିର ଖବର ଖେଳ

ଧଓ୍ବନ୍‌,ରାହୁଲ ଏବଂ କୋହଲିଙ୍କ ଅର୍ଦ୍ଧଶତକ : ଅଷ୍ଟ୍ରେଲିଆ ସମ୍ମୁଖରେ 341 ରନ୍‌ର ବିଜୟ ଲକ୍ଷ୍ୟ

ରାଜକୋଟ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ସମ୍ମୁଖରେ 341 ରନ୍‌ର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତ । ଟସ୍‌ ହାରି ପ୍ରଥମେ ବ୍ୟାଟିଂର ଆମନ୍ତ୍ରଣ ପାଇଥିବା ଭାରତ ପକ୍ଷରୁ ଶିଖର ଧଓ୍ବନ୍‌(96), ବିରାଟ କୋହଲି(78) ଏବଂ କେ ଏଲ୍‌ ରାହୁଲ(80) ଅର୍ଦ୍ଧଶତକ ହାସଲ କରିବାରୁ ଭାରତ ନିର୍ଦ୍ଧାରିତ ଓଭରରେ 6 ଓ୍ବିକେଟ ହରାଇ 340 ରନ୍‌ ସଂଗ୍ରହ କରିଛି । ପ୍ରଥମ ଓ୍ବିକେଟ୍‌ରେ ରୋହିତ ଶର୍ମା(42) ଏବଂ ଧଓ୍ବନ୍‌ 81 ରନ୍‌ର ଭାଗିଦାରୀ କରିଥିବା ବେଳେ ଜାମ୍ପା ରୋହିତଙ୍କୁ ଆଉଟ କରି ପ୍ରଥମ ସଫଳତା ଦେଇଥିଲେ । ତୃତୀୟ ଓ୍ବିକେଟ୍‌ରେ ଧଓ୍ବନ୍‌ (96) ଏବଂ କୋହଲି (78) 103 ରନ୍‌ର ଭାଗିଦାରୀ କରିଥିଲେ । ଶତକରୁ ଚାରି ରନ୍‌ ଦୂରରେ ଧଓ୍ବନ୍‌ ଆଉଟ୍‌ ହେବା ପରେ ଶ୍ରେୟସ୍‌ ଆୟର(7) ବିଫଳ ହୋଇଥିଲେ । ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରାହୁଲ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ରାହୁଲ 52ଟି ବଲ୍‌ର ସମ୍ମୁଖୀନ 6ଟି ଚୌକା ଏବଂ 3 ଛକ୍କା ସହାୟତାରେ 80 ରନ୍‌ ସଂଗ୍ରହ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା 50 ରନ୍‌ରେ 3ଟି ଏବଂ କେନ୍‌ ରିଚାର୍ଡସନ୍‌ ଦୁଇଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । (ଏଜେନ୍ସୀ)

Categories
ଆଜିର ଖବର

5 ଭାରତୀୟ ଖେଳାଳିଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ଧଓ୍ବନ୍‌

ନୂଆଦିଲ୍ଲୀ,6/12: ଭାରତୀୟ ଓପ୍‌ନର ଶିଖର ଧଓ୍ବନ 5 ଭାରତୀୟ ଖେଳାଳିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ ପୂର୍ବରୁ ଧଓ୍ବନ 5 ସାଥୀ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ ସ୍ପିଡଷ୍ଟର ଜସ୍‌ପ୍ରୀତ୍‌ ବୁମ୍‌ରା, ରବୀନ୍ଦ୍ର ଜାଡେଜା, ଶ୍ରେୟସ୍‌ ଆୟାର, କରୁଣ ନାୟାର ଏବଂ ଆରପି ସିଂଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଧଓ୍ବନ୍‌ । ଧଓ୍ବନଙ୍କ ବ୍ୟତୀତ ଭିଭିଏସ୍‌ ଲକ୍ଷ୍ମଣ ଏବଂ କେ ଏଲ୍‌ ରାହୁଲ୍‌ ଅନ୍ୟ ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ । (ଏଜେନ୍ସୀ)

Categories
ଆଜିର ଖବର

ଇଣ୍ଡିଜ୍‌ ଟି20 ପାଇଁ ଧଓ୍ବନଙ୍କ ସ୍ଥାନରେ ସାମ୍‌ସନ୍‌

ମୁମ୍ବାଇ,27/11 : ଆହତ ହୋଇ ଭାରତୀୟ ଦଳରୁ ବାଦ୍‌ ପଡିଥିବା ଓପ୍‌ନର ଶିଖର ଧଓ୍ବନ୍‌ଙ୍କ ସ୍ଥାନରେ ସଞ୍ଜୁ ସାମ୍‌ସନ୍‌ଙ୍କୁ ସ୍ଥାନ ମିଳିଛି । ସୈଦ୍‌ ମୁସ୍ତାକ ଅଲ୍ଲୀ ଟ୍ରଫିରେ ମହାରାଷ୍ଟ୍ର ବିପକ୍ଷ ମ୍ୟାଚ୍‌ରେ ଆହତ ହେବାରୁ ଧଓ୍ବନ୍‌ । ବିସିସିଆଇର ମେଡିକାଲ ଟିମ୍‌ ପକ୍ଷରୁ ଦିଆଯାଇଥିବା ଧଓ୍ବନଙ୍କ ଆହତ ରିପୋର୍ଟ ଅନୁଯାୟୀ ଧଓ୍ବନଙ୍କ କ୍ଷତ ଶୁଖିବା ପାଇଁ ଅଧିକ ସମୟ ଲାଗିବ । ତେଣୁ ଧଓ୍ବନଙ୍କ ବଦଳ ଖେଳାଳି ଭାବରେ ବିସିସିଆଇ ବୁଧବାର ଦିନ ସଞ୍ଜୁ ସାମସନ୍‌ଙ୍କ ନାମ ଘୋଷଣା କରାଯାଇଛି । ସେହିପରି କୋଲକାତା ଟେଷ୍ଟରେ ଆହତ ରିଦ୍ଧିମାନ ଶାହାଙ୍କୁ 4 ସପ୍ତାହ ବିଶ୍ରାମର ପରାମର୍ଶ ଦିଆଯାଇଛି ।