Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ମାତ୍ର 11 ଦିନ ଭିତରେ ଭାଇ ଭଉଣୀଙ୍କର କରୋନାରେ ହେଲା ମୃତ୍ୟୁ

ଫ୍ଲୋରିଡା : ଆମେରିକାର ଫ୍ଲୋରିଡାରେ ରହୁଥିବା  ଜଣେ 20 ବର୍ଷୀୟ ଭାଇ ଓ 22 ବର୍ଷୀୟ ଭଉଣୀର ମାତ୍ର 11 ଦିନ ଭିତରେ କରୋନା ସଂକ୍ରମଣ ଯୋଗୁଁ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଦୁଇ ଭାଇ ଭଉଣୀଙ୍କ ମା’ ମୋନେଟ୍‌ ହିକ୍ସ କହିଛନ୍ତି ଯେ, ପ୍ରଥେମ ତାଙ୍କ ପୁତ୍ର ବେରେନ୍‌ ପ୍ରଥମ ଜୁନ୍‌ 27 ରେ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଥିଲେ । ଏହାପରେ ତାଙ୍କୁ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ ହୋଇଥିଲା । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାର ସାତ ଦିନ ପରେ ତାଙ୍କ ଭଉଣୀ 22 ବର୍ଷୀୟ ମିଚେଲା ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲା ।  ହସ୍ପିଟାଲରେ ଭରତ୍ତି ହେବା ପରେ ଦୁହିଁଙ୍କ ଅବସ୍ଥା ସଂକଟାପନ୍ନ ହୋଇଥିଲା । ମୃତ୍ୟୁ ପୂର୍ବରୁ ତାଙ୍କର ଗୋଟେ କିଡ୍‌ନୀ ଖରାପ ହୋଇଥିଲା । ଜୁଲାଇ 8 ତାରିଖରେ ମିଚେଲାଙ୍କର ମୃତ୍ୟୁ ହୋଇଥିଲା । ତେବେ ମିଚେଲା ମୋଟାପା, ଆଜ୍‌ମା ପରି ରୋଗରେ ପୀଡ଼ିତ ଥିଲେ ।

କରୋନା ସଂକ୍ରମିତର ଅଧିକ ମାମଲା ଆମେରିକା ଫ୍ଲୋରିଡାରୁ ହିଁ ଆସିଛି । ଏଠାରେ ସଂକ୍ରମିତଙ୍କ ମଧ୍ୟରେ 31 ପ୍ରତିଶତ 15ରୁ 34 ବର୍ଷର ଲୋକ ରହିଛନ୍ତି । ଏଠାରେ 3.7 ଲକ୍ଷ ପଜିଟିଭ୍‌ ହୋଇଛନ୍ତି ।