Categories
ଆଜିର ଖବର ଜାତୀୟ ଖବର

ରାୟଗଢ ଲୋକସଭା ଆସନରୁ ପରାଜୟ ପରେ କୋର୍ଟରେ ପହଞ୍ଚିଲେ ଦିଗବିଜୟ ସିଂ: କଲେ ବଡ ଦାବି

ନୂଆଦିଲ୍ଲୀ: ରାୟଗଢ ଲୋକସଭା ନିର୍ବାଚନମଣ୍ଡଳୀରେ ପରାଜୟ ପରେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ କୋର୍ଟରେ ପହଞ୍ଚିଛନ୍ତି। ବିଜେପି ନେତା ରୋଡମଲ ନାଗରଙ୍କ ବିଜୟର ଫଳାଫଳକୁ ଚ୍ୟାଲେଞ୍ଜ କରି କଂଗ୍ରେସ ନେତା ଦିଗବିଜୟ ସିଂ ଜୁଲାଇ ୧୬ ତାରିଖରେ ମଧ୍ୟପ୍ରଦେଶ ହାଇକୋର୍ଟରେ ଆବେଦନ କରିଛନ୍ତି। ଦିଗବିଜୟ ସିଂ ଦାବି କରିଛନ୍ତି ଯେ, ଇଭିଏମ୍ ଟାମ୍ପରିଂ କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ୨୦୨୪ ଲୋକସଭା ନିର୍ବାଚନରେ ​​ବିଜେପିର ରୋଡମଲ ନାଗର ଦିଗବିଜୟ ସିଂଙ୍କୁ ୧.୪୫ ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରିଥିଲେ। ବର୍ତ୍ତମାନ ଦିଗବିଜୟ ସିଂଙ୍କ ଓକିଲ ସଞ୍ଜୟ ଅଗ୍ରୱାରଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନରେ ଅଭିଯୋଗ ହୋଇଛି ଯେ, ଭାରତର ସମ୍ବିଧାନ ଏବଂ ‘ଲୋକ ପ୍ରତିନିଧିତ୍ୱ’ ଅଧିନିୟମ ଉଲ୍ଲଂଘନ କରାଯାଇଛି। ଏଭଳି ପରିସ୍ଥିତିରେ ନାଗର ନିର୍ବାଚନ ବାତିଲ କରାଯାଉ ବୋଲି ଦିଗବିଜୟ ସିଂ ଦାବି କରିଛନ୍ତି।

ଏହା ମଧ୍ୟ କଂଗ୍ରେସ ନେତାଙ୍କ ତରଫରୁ କୁହାଯାଇଛି ଯେ, ନିର୍ବାଚନ ଆୟୋଗ ଇଭିଏମ୍ ଯାଞ୍ଚ କରିବାରେ ବିଫଳ ହୋଇଛନ୍ତି। ଏଭଳି ପରିସ୍ଥିତିରେ ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଅନୁସରଣ କରିନାହାଁନ୍ତି।

ଦିଗବିଜୟ ସିଂ କହିଛନ୍ତି ଯେ, ଅନେକ ଥର ଇଭିଏମ୍ ପ୍ରତି ଅବିଶ୍ୱାସ ପଞ୍ଜିକୃତ ହୋଇଛି, କିନ୍ତୁ ଭାରତ ନିର୍ବାଚନ ଆୟୋଗ ଏବଂ ସରକାର ଏ ସମ୍ପର୍କରେ କୌଣସି ଉତ୍ତର ଦେଉ ନାହାଁନ୍ତି। ଏଥି ସହିତ ନିର୍ବାଚନ ଆୟୋଗ ମଧ୍ୟ ଏପ୍ରିଲ ୨୬ ତାରିଖର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରୁନାହାଁନ୍ତି। ଦିଗବିଜୟ ସିଂ ଏହି ପିଟିସନରେ ଲେଖିଛନ୍ତି ଯେ, ଆହୁରି ଅନେକ ସମସ୍ୟା ରହିଛି ଯେଉଁଥିରେ ସେ ବୈଷୟିକକ ଭିତ୍ତିରେ ଆବେଦନ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟିଲେ କଂଗ୍ରେସ ନେତା ଦିଗଜିଜୟ ସିଂ: ଜାଣନ୍ତୁ କାରଣ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ସ୍ୱର୍ଗତ ମାଧବରାଓ ସିନ୍ଧିଆଙ୍କ ପତ୍ନୀ ତଥା କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମା’ ମାଧବୀରାଜେ ସିନ୍ଧିଆଙ୍କ ମେ ୧୫ ତାରିଖରେ AIIMS ହସ୍ପିଟାଲରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ପରଠାରୁ ଗ୍ୱାଲିଅରର ଜୟବିଲାସ ପ୍ୟାଲେସରେ ଶ୍ରଦ୍ଧାଞ୍ଜଳି ଦେବାକୁ ଆସୁଥିବା ଲୋକଙ୍କର ଭିଡ ଲାଗିଛି। ଏହି କ୍ରମରେ, ଆଜି ରାଘୋଗଡ ରାଜ ପରିବାରର ଗ୍ୱାଲିଅରର ଜୟବିଲାସ ପ୍ୟାଲେସରେ ଦିଗଜିଜୟ ସିଂ ପହଞ୍ଚି ରାଜମାତା ସିନ୍ଧିଆଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ବାସ୍ତବରେ ଗ୍ୱାଲିଅର୍ ସ୍ଥିତ ସିନ୍ଧିଆ ରାଜ ପରିବାରର ଜ୍ୟୋତିରାଦିତ୍ୟ ସିନ୍ଧିଆ ମହାରାଜ ଭାବରେ ଜଣାଶୁଣା। ଯେତେବେଳେ କି ରାଧୌଗଡରେ ଦିଗଜିଜୟ ସିଂ ରାଜା ନାମରେ ଜଣାଶୁଣା। ଆଜି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗଜିଜୟ ସିଂ (ରାଜା) ଗ୍ୱାଲିଅରର ଜ୍ୟୋତିରାଦିତ୍ୟ ସିନ୍ଧିଆ (ମହାରାଜା) ଙ୍କ ବାସଭବନ ଜୟବିଲାସରେ ପହଞ୍ଚି ରାଜମାତା ସିନ୍ଧିଆଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଚାରି ଦିନ ସମବେଦନା ସଭା:

ରାଜମାତା ମାଧବୀରାଜେ ସିନ୍ଧିଆଙ୍କ ଦେହାନ୍ତ ପରେ ମେ ୨୩ ତାରିଖରୁ ମେ ୨୬ ତାରିଖ ପର୍ଯ୍ୟନ୍ତ ଜୟବିଲାସ ପ୍ୟାଲେସରେ ଏକ ସମବେଦନା ସଭା ଆୟୋଜନ କରାଯାଉଛି। ଏହି ସମବେଦନା ସଭାରେ ଭାରତ ତଥା ବିଦେଶର ବହୁ ସେଲିବ୍ରିଟି ରାଜମାତା ମାଧବୀରାଜେ ସିନ୍ଧିଆଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଗ୍ୱାଲିଅରର ଜୟବିଲାସ ପ୍ୟାଲେସରେ ପହଞ୍ଚିଛନ୍ତି। ଏହି ଅବସରରେ ଜୟବିଲାସ ପ୍ୟାଲେସରେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ପୁଅ ମହାନଆର୍ଯ୍ୟମନ ସିନ୍ଧିଆ ମଧ୍ୟ ଉପସ୍ଥିତ ଅଛନ୍ତି। ଏହି ସମବେଦନା ସଭା ସକାଳ ୧୧ ଟାରୁ ୧ ଟା ଏବଂ ଅପରାହ୍ନ ୩ ଟାରୁ ୫ ଟା ପର୍ଯ୍ୟନ୍ତ ଜୟବିଲାସ ପ୍ୟାଲେସର ରଣୀମହଲରେ ଆୟୋଜିତ ହେଉଛି।