Categories
ଆଜିର ଖବର ଜାତୀୟ ଖବର

ମହାରାଜଙ୍କଠାରୁ ଏପରି ଧୋକ୍କା ମିଳିବ ବୋଲି ଆଶା କରିନଥିଲି : ଦିଗ୍‌ବିଜୟ ସିଂ

ଭୋପାଳ : ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଜେପି ସାମିଲ୍‌ ହେବାପରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂହ ପରିଶେଷରେ ନିଜର ନିରବତା ଭଙ୍ଗ କରିଛନ୍ତି । ଦିଗ୍‌ବିଜୟ ଟୁଇଟ୍‌ କରି କହିଛନ୍ତି ଯେ, ମହାରାଜଙ୍କଠାରୁ ଏପରି ଧୋକ୍କା ମିଳିବ ବୋଲି ଆଶା ନଥିଲା । ଦିଗ୍‌ବିଜୟ କହିଛନ୍ତି ଯେ, ଜ୍ୟୋତିରାଦିତ୍ୟ ସିନ୍ଧିଆ ରାଜ୍ୟସଭା ଆସନ ଓ କ୍ୟାବିନେଟ୍‌ରେ ଜାଗା ପାଇବା ପାଇଁ କଂଗ୍ରେସ ଓ ଗାନ୍ଧି ପରିବାରକୁ ଧୋକ୍କା ଦେଇଛନ୍ତି।

ଦିଗ୍‌ବିଜୟ ସିଂହ ଟୁଇଟ୍‌ରେ ଆହୁରି ମଧ୍ୟ ଲେଖିଛନ୍ତି ଯେ, କିଛି ଲୋକଙ୍କର କ୍ଷମତା ଭୋକ ଅଧିକ ଥାଏ,  କିନ୍ତୁ ସ୍ବସ୍ଥ ଲୋକତନ୍ତ୍ର ପାଇଁ ବିଶ୍ବସନୀୟତା ଓ ବିଚାରଧାରା ଅତ୍ୟନ୍ତ ଆବଶ୍ୟକ।

18 ବର୍ଷ ଧରି କଂଗ୍ରେସର ରହିବା ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଇସ୍ତଫା ଦେଇ ବିଜେପି ସହିତ ମିଶିଛନ୍ତି । ସିନ୍ଧିଆଙ୍କ ଦଳ ଛାଡିବା ପରେ ମଧ୍ୟପ୍ରଦେଶରେ କମଲନାଥ ସରକାର ଏବେ ବିପଦରେ ପଡିଯାଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ମୋଦି ଏବଂ ଶାହାଙ୍କୁ ଦିଗ୍‌ବିଜୟଙ୍କ ସମାଲୋଚନା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂ । ମୋଦି ଏବଂ ଶାହା କଂଗ୍ରେସ ଶାସିତ ରାଜ୍ୟରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି ବୋଲି ପୂ ର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ପ୍ରକାଶ କରିଛନ୍ତି । ମୋଦି ଏବଂ ଶାହା କଂଗ୍ରେସ ସରକାରକୁ ଅସ୍ଥିର କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଦିଗ୍‌ବିଜୟ ପ୍ରକାଶ କରିଛନ୍ତି । ମୋଦି ଏବଂ ଶାହା ଦେଶର ଅର୍ଥନୀତି କିମ୍ବା ନିଯୁକ୍ତିକୁ ନେଇ ଆଦୌ ଚିନ୍ତିତ ନୁହନ୍ତି । ଉଭୟ କୋଟି କୋଟି ଟଙ୍କାର କଳାଧନ ବିନିଯୋଗ କରି କଂଗ୍ରେସ ଶାସିତ ରାଜ୍ୟରେ ଅସ୍ଥିତରତା ସୃଷ୍ଟି କରିବାକୁ ପ୍ରୟାସ କରୁଛନ୍ତି । ଲୋକଙ୍କ ନିର୍ବାଚିତ ପ୍ରତିନିଧିଙ୍କୁ ଅବମାନନା କରିବା ସହିତ ଉଭୟ ସାମାଜିକ ବ୍ୟବସ୍ଥା ବିଗାଡିବାରେ ବ୍ୟସ୍ତ ଅଛନ୍ତି ବୋଲି ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ପ୍ରକାଶ କରିଛନ୍ତି ଦିଗ୍‌ବିଜୟ । ଉଲ୍ଲେଖଯୋଗ୍ୟ ଯେ, ମଧ୍ୟପ୍ରଦେଶରେ କମଲନାଥ ସରକାରକୁ ବିଜେପି ପକ୍ଷରୁ ଭଙ୍ଗାଯିବା ପ୍ରୟାସ ଉପରେ ଦିଗ୍‌ବିଜୟ ଏହି ମତ ଦେଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ସମସ୍ତ ଭାରତୀୟ ହିନ୍ଦୁ ମନ୍ତବ୍ୟ ନେଇ ଆରଏସଏସ୍‌କୁ ଦିଗ୍‌ବିଜୟଙ୍କ ସମାଲୋଚନା

ଭୋପାଳ : ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂ ଆରଏସ୍ଏସ୍‌କୁ ସମାଲୋଚନା କରିଛନ୍ତି । ସମସ୍ତ ଭାରତୀୟ ହିନ୍ଦୁ ବୋଲି ଆରଏସ୍‌ଏସ୍‌ ପକ୍ଷରୁ ଦିଆଯାଇଥିବା ମନ୍ତବ୍ୟକୁ କଂଗ୍ରେସ ନେତା ଦିଗ୍‌ବିଜୟ ସିଂଙ୍କ ପକ୍ଷରୁ ସମାଲୋଚନା କରାଯାଇଛି । ଏହି ମନ୍ତବ୍ୟକୁ ସିମାଲୋଚନା କରିବାକୁ ଯାଇ ଦିଗ୍‌ବିଜୟ କହିଛନ୍ତି, ସେ କୌଣସି ଧର୍ମ ଆଡକୁ ଢଳିକରି ନାହାନ୍ତି, ବରଂ ପ୍ରଥମେ ସେ ଜଣେ ଭାରତୀୟ । ଭାରତୀୟ ହେବା ପାଇଁ ହିନ୍ଦୁ ହେବା ଆଦୌ ଜରୁରୀ ନୁହେଁ । ଆରଏସ୍‌ଏସ୍‌ ପକ୍ଷରୁ ଏଭଳି ମନ୍ତବ୍ୟ ଦିଆଯାଇ ହିନ୍ଦୁ ତୁଷ୍ଟୀକରଣର ପ୍ରୟାସ କରାଯାଉଛି ବୋଲି ଦିଗ୍‌ବିଜୟ କହିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ହଁ, ପୁଲୱାମା ଆକ୍ରମଣକୁ ମୁଁ ଦୁର୍ଘଟଣା କହୁଛି, ସାହସ ଯଦି ଅଛି ତେବେ ଦେଶଦ୍ରୋହର ମାମଲା କର: ଦିବବିଜୟ ସିଂହ

ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ଦୁର୍ଘଟଣା ବୋଲି କହିଥିବା କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂହ ଆଜି ପୁଣି ଥରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । କଂଗ୍ରେସର ଏହି ବରିଷ୍ଠ ନେତା ପିଏମ ମୋଦୀଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ ଯଦି ତାଙ୍କର ସାହସ ଅଛି ତେବେ ତାଙ୍କ ବିରୋଧରେ ଦେଶଦ୍ରୋହର ମାମଲରୁ ରୁଜୁ କରନ୍ତୁ । ଏହା ସହ ଦିଗବିଜୟ ସିଂହ ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଏକ ଭିଡିଓ ଟ୍ୱିଟ କରି କହି ପଚାରିଛନ୍ତି ଯେ ଏହାକୁ ନେଇ ପିଏମ ମୋଦୀ କଣ କହିବେ ।  ସେ ଟ୍ୱିଟ କରି କହିଛନ୍ତି ଯେ, ତାଙ୍କର ଯେଉଁ ଟ୍ୱିଟକୁ ନେଇ ସବୁ ମନ୍ତ୍ରୀ ମାନେ ଘେରି ପାକିସ୍ତାନ ସମର୍ଥକ କହୁଛନ୍ତି ଏବଂ ଦେଶଦ୍ରୋହ କହୁଛନ୍ତି । ତାହା ସେ ଦିଲ୍ଲୀରୁ ପୋଷ୍ଟ କରିଥିଲି ଯେଉଁଠାରେ ପୁଲିସ ବା ଆଇନ୍‌ ବ୍ୟବସ୍ଥା କେନ୍ଦ୍ର ସରକାର ଅଧିନରେ ରହିଛି । ଯଦି ସରକାରଙ୍କର ସାହସ ଅଛି ତେବେ ତାଙ୍କ ଉପରେ ମାମଲା ରୁଜୁ କରନ୍ତୁ ।  ଦିଗବିଜୟ କହିଛନ୍ତି ମୋଦୀ ଜୀ ଏବଂ ତାଙ୍କ ମନ୍ତ୍ରୀମାନେ ତାଙ୍କ ଉପରେ ଅନେକ ଅଭିଯୋଗ କରିବା ସହିତ  କିଛି  ବିଜେପି ନେତା ତାଙ୍କ ଉପରେ ଦେଶଦ୍ରୋହର ମାମଲା ରୁଜୁ କରିବାକୁ ଚାହୁଁଛନ୍ତି ।

Categories
ଆଜିର ଖବର

ବାୟୁସେନା ଆକ୍ରମଣର ପ୍ରମାଣ ଦିଅନ୍ତୁ ମୋଦି: ଦିଗ୍‌ବିଜୟ ସିଂ

ପାକିସ୍ତାନ ଉପରେ ଭାରତୀୟ ବାୟୁସେନାଙ୍କ ଦ୍ବାରା ଏୟାର୍‌ ଷ୍ଟ୍ରାଇକ୍‌ ପରେ ଭାରତରେ ରାଜନୀତି ବେଶ୍‌ ଉଷ୍ମ ଧରିଛି । ଗତ ଫେବୃଆରୀ ୨୬ ତାରିଖରେ ଭାରତୀୟ ବାୟୁସେନାଙ୍କ ଦ୍ବାରା କରାଯାଇଥିବା ଜୈଶ୍‌-ଏ-ମହମ୍ମଦ ଆତଙ୍କୀ ଠିକଣା ଉପରେ ଆକ୍ରମଣକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ପ୍ରମାଣ ମାଗିଥିବାବେଳେ ଏବେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂ ମଧ୍ୟ ମୋଦି ଏହି ପ୍ରମାଣ ଦେବାକୁ ଦାବୀ କରିଛନ୍ତି। ଆମେରିକା ଓସାମା ବିନ୍‌ ଲାଡ଼େନ୍‌ର ମୃତ୍ୟୁ ପ୍ରମାଣ ଅର୍ନ୍ତଜାତୀୟସ୍ତରରେ ପ୍ରକାଶ କରିଥିଲା। ସେହିପରି ମୋଦି ମଧ୍ୟ ବାୟୁସେନାର ଆକ୍ରମଣର ତଥ୍ୟ ଉପସ୍ଥାପନ କରିବା ଆବଶ୍ୟକ ବୋଲି ଦିଗ୍‌ବିଜୟ କହିଛନ୍ତି। ମୋଦି କନ୍ୟାକୁମାରୀରେ କହିଥିଲେ ଯେ ୨୦୦୮ ମୁମ୍ବାଇଠାରେ ହୋଇଥିବା ୨୬/୧୧ ଆକ୍ରମଣ ସମୟରେ ବାୟୁସେନା ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବାକୁ ଚାହୁଁଥିଲା। ମାତ୍ର କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଏପରି କରିବାକୁ ବାରଣ କରିଥିଲେ। ମୋଦିଙ୍କ ଏଭଳି ମନ୍ତବ୍ୟ ସମ୍ପୂର୍ଣ୍ଣ ମିଛ ବୋଲି ଦିଗ୍‌ବିଜୟ କହିଛନ୍ତି । ବିଜେପି ‘ସର୍ଜିକାଲ୍‌ ଷ୍ଟ୍ରାଇକ୍‌-୨’ କରି ଏଥରର ନିର୍ବାଚନୀ ବୈତରଣୀ ପାର୍‌ ହେବାକୁ ଚାହୁଁଛି ବୋଲି କଂଗ୍ରେସ ମଧ୍ୟ ଅଭିଯୋଗ କରିଛି ।