ବାୟୁସେନା ଆକ୍ରମଣର ପ୍ରମାଣ ଦିଅନ୍ତୁ ମୋଦି: ଦିଗ୍‌ବିଜୟ ସିଂ

Published: Mar 3, 2019, 2:11 pm IST
Government Should Produce Evidence Of Air Strike: Digvijaya Singh

ପାକିସ୍ତାନ ଉପରେ ଭାରତୀୟ ବାୟୁସେନାଙ୍କ ଦ୍ବାରା ଏୟାର୍‌ ଷ୍ଟ୍ରାଇକ୍‌ ପରେ ଭାରତରେ ରାଜନୀତି ବେଶ୍‌ ଉଷ୍ମ ଧରିଛି । ଗତ ଫେବୃଆରୀ ୨୬ ତାରିଖରେ ଭାରତୀୟ ବାୟୁସେନାଙ୍କ ଦ୍ବାରା କରାଯାଇଥିବା ଜୈଶ୍‌-ଏ-ମହମ୍ମଦ ଆତଙ୍କୀ ଠିକଣା ଉପରେ ଆକ୍ରମଣକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ପ୍ରମାଣ ମାଗିଥିବାବେଳେ ଏବେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂ ମଧ୍ୟ ମୋଦି ଏହି ପ୍ରମାଣ ଦେବାକୁ ଦାବୀ କରିଛନ୍ତି। ଆମେରିକା ଓସାମା ବିନ୍‌ ଲାଡ଼େନ୍‌ର ମୃତ୍ୟୁ ପ୍ରମାଣ ଅର୍ନ୍ତଜାତୀୟସ୍ତରରେ ପ୍ରକାଶ କରିଥିଲା। ସେହିପରି ମୋଦି ମଧ୍ୟ ବାୟୁସେନାର ଆକ୍ରମଣର ତଥ୍ୟ ଉପସ୍ଥାପନ କରିବା ଆବଶ୍ୟକ ବୋଲି ଦିଗ୍‌ବିଜୟ କହିଛନ୍ତି। ମୋଦି କନ୍ୟାକୁମାରୀରେ କହିଥିଲେ ଯେ ୨୦୦୮ ମୁମ୍ବାଇଠାରେ ହୋଇଥିବା ୨୬/୧୧ ଆକ୍ରମଣ ସମୟରେ ବାୟୁସେନା ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବାକୁ ଚାହୁଁଥିଲା। ମାତ୍ର କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଏପରି କରିବାକୁ ବାରଣ କରିଥିଲେ। ମୋଦିଙ୍କ ଏଭଳି ମନ୍ତବ୍ୟ ସମ୍ପୂର୍ଣ୍ଣ ମିଛ ବୋଲି ଦିଗ୍‌ବିଜୟ କହିଛନ୍ତି । ବିଜେପି ‘ସର୍ଜିକାଲ୍‌ ଷ୍ଟ୍ରାଇକ୍‌-୨’ କରି ଏଥରର ନିର୍ବାଚନୀ ବୈତରଣୀ ପାର୍‌ ହେବାକୁ ଚାହୁଁଛି ବୋଲି କଂଗ୍ରେସ ମଧ୍ୟ ଅଭିଯୋଗ କରିଛି ।

Related posts