Categories
ଆଜିର ଖବର

ସେଞ୍ଚୁରିଅନ୍‌ ବିଶ୍ବବିଦ୍ୟାଳୟ ପକ୍ଷରୁ କମଲ ହାସନଙ୍କୁ ଡକ୍ଟରେଟ୍‌

ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ସୁପରଷ୍ଟାର ତଥା ଏମ୍ଏନ୍‌ଏମ୍‌ ଦଳର ଅଧ୍ୟକ୍ଷ କମଲ ହସନଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କମଲ ହାସନଙ୍କୁ ଏହି ଉପାଧି ପ୍ରଦାନ କରିଛନ୍ତି । ଏହା ସହ ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଚିତ୍ରକଳାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଓ କମଲ ହସନ୍ ଉନ୍ମଚୋନ କରିଛନ୍ତି । ଏହି ସମାରୋହ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କମଲ ହସନ ସେଞ୍ଚୁରିଅନର ସବୁଜିମାଭରା ସୁନ୍ଦର କ୍ୟାମ୍ପସ ପରିଦର୍ଶନ କରିଥିଲେ । ଇଡକୋ ସହାୟତାରେ ପ୍ରତିଷ୍ଠିତ ଆପାରେଲ ଓ ଟେକ୍ସଟାଇଲ୍ ସେଣ୍ଟର ଅଫ୍ ଏକ୍ସିଲେନ୍ସ ଏବଂ କାଫେ କଫି ଡେ ସହଯୋଗରେ ପ୍ରତିଷ୍ଠିତ ହସ୍ପିଟାଲ ସେଣ୍ଟର ଅଫ୍ ଏକ୍ସିଲେନ୍ସ ପରିଦର୍ଶନ କରିବା ସମୟରେ ସେଠାରେ ଶିକ୍ଷା ଲାଭ କରୁଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ପାଠପଢା ବିଷୟରେ ପଚାରି ବୁଝିଥିଲେ ।

Categories
ଆଜିର ଖବର

ଶାହରୁଖଙ୍କୁ ଦ ୟୁନିଭର୍ସିଟି ଅଫ୍‌ ଲ’ ତରଫରୁ ଡକ୍ଟରେଟ୍‌ ଉପାଧି

ବଲିଉଡ୍‌ର ରୋମାନ୍ସ କିଙ୍ଗ୍‌ ଶାହରୁଖ୍‌ ଖାନ୍‌ ଦ ୟୁନିଭର୍ସିଟି ଅଫ୍‌ ଲଣ୍ଡନ୍‌’ ତରଫରୁ ଡକ୍ଟେରଟ୍‌ ଉପାଧି ପ୍ରାପ୍ତ କରିଛନ୍ତି। ଶାହରୁଖ୍‌ ଖାନ୍‌ ଏହି ଡିଗ୍ରୀ ଫିଲୋଥ୍ରୋଫି ବିଷୟରେ ପାଇଛନ୍ତି। ଏହି ସମ୍ପର୍କରେ ସୂଚନା ଦେଇ ଶାହରୁଖ୍‌ ନିଜ ଟୁଇଟର୍‌ ଆକାଉଣ୍ଟରେ ୟୁନିଭର୍ସିଟି ଅଫ୍‌ ଲକୁ ଧନ୍ୟବାଦ ଜଣାଇବା ସହିତ ସେଠାରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଉପାଧି ଦ୍ବାରା ତାଙ୍କ ଟିମ୍‌କୁ ନିଃର୍ସ୍ବାଥ କାମ ପାଇଁ ଆହୁରି ପ୍ରୋତ୍ସାହନ ମିଳିବ ବୋଲି ଶାହରୁଖ୍‌ କହିବା ସହିତ ଏହି ଟୁଇଟ୍‌ରେ ତାଙ୍କ ସଂସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି। ଶାହରୁଖ୍‌ ମୀର ନାମକ ଏକ ଏନ୍‌ଜିଓ ସଂସ୍ଥା ଚଳାଉଛନ୍ତି, ଯାହା ଏସିଡ୍‌ ପୀଡ଼ିତାଙ୍କ ପାଇଁ କାମ କରୁଛି। ଗତ ଗୁରୁବାର ଦିନ ଦ ୟୁନିଭର୍ସିଟି ଅଫ୍‌ ଲଣ୍ଡନଠାରେ ୩୫୦ଜଣ ଛାତ୍ରଙ୍କ ମଧ୍ୟରେ ଶାହରୁଖଙ୍କୁ ଏହି ଉପାଧି ମିଳିଛି।

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )