Categories
ଆଜିର ଖବର

ଡଲାର ତୁଳନାରେ ଭାରତୀୟ ମୁଦ୍ରା ୨୧ ପଇସା ଶକ୍ତିଶାଳୀ

କ୍ରମାଗତ ଭାବରେ ଭାରତୀୟ ମୁଦ୍ରା ଭଲ ପ୍ରଦର୍ଶନ କରି ଆସିଛି। ସୋମବାର ଭାରତୀୟ ମୁଦ୍ରା ୬ ପଇସା ଶକ୍ତିଶାଳୀ ରହିଥିବା ବେଳେ ମଙ୍ଗଳବାର ଏହା ପୁନର୍ବାର ଭଲ ପ୍ରଦର୍ଶନ କରିଛି। ମଙ୍ଗଳବାରର ପ୍ରାରମ୍ଭିକ ଟ୍ରେଡ ଅନୁଯାୟୀ ଡଲାର ତୁଳନାରେ ୨୧ ପଇସା ଶକ୍ତିଶାଳୀ ରହିଛି ଭାରତୀୟ ମୁଦ୍ରା। ଗତକାଲିର ମୂଲ୍ୟ ଅପେକ୍ଷା ୨୧ ପଇସା ବୃଦ୍ଧି ପାଇ ଭାରତୀୟ ମୁଦ୍ରା ୬୯.୪୪ ପଇସା ରହିଛି। ଗତକାଲି ଏହା ୬୯.୬୫ ପଇସାରେ ବନ୍ଦ ରହିଥିଲା। ନିକଟରେ ଭାରତୀୟ ବଜାରରେ ୨୧୬.୨୦ କୋଟିର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ(ଏଫ୍‌ଡିଆଇ) ଆସିବା ପରେ ଭାରତୀୟ ମୁଦ୍ରା ଶକ୍ତିଶାଳୀ ହୋଇଛି ବୋଲି ଅର୍ଥନୀତିଜ୍ଞ ମତ ପ୍ରକାଶ କରିଛନ୍ତି।

Categories
ଆଜିର ଖବର

ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ୧୯ ପଇସା ହ୍ରାସ

ଗୁରୁବାରର ଦିନର ପ୍ରାରମ୍ଭିକ ଟ୍ରେଡ୍‌ ରିପୋର୍ଟ ଅନୁଯାୟୀ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ପାଇଛି। ଆରବିଆଇର ଅର୍ଥନୈତିକ ରିପୋର୍ଟ ଆସିବାର ଠିକ୍‌ ପୂର୍ବରୁ ଟଙ୍କାର ମୂଲ୍ୟ ହ୍ରାସ ଘଟିଛି। ଗୁରୁବାର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୧୯ ପଇସା ହ୍ରାସ ପାଇ ୬୯.୪୫ ପଇସାରେ ପହଞ୍ଚିଛି। ସପ୍ତାହ ଆରମ୍ଭରୁ ଲଗାତାର ତିନିଦିନ ଧରି ଟଙ୍କାର ମୂଲ୍ୟ ବଢି ଚାଲିଥିଲା। ମଙ୍ଗଳବାର ଦିନ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୬୯.୨୬ ପଇସା ରହିଛି। ଆଜି ଆରବିଆାଇର ଦ୍ବିମାସିକ ରିପୋର୍ଟ ଆସୁଥିବାରୁ ଏହା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ। ଅଶୋଧିତ ତୈଳର ମୂଲ୍ୟ ଆନ୍ତର୍ଜାତୀୟ ବଜାରରେ ୦.୨୫ ପ୍ରତିଶତ ବୃଦ୍ଧି ପାଇ ୬୦.୭୮ ଡଲାରରେ ପହଞ୍ଚିବା ଟଙ୍କା ଦୁର୍ବଳ ହେବାର କାରଣ ବୋଲି ଜଣା ପଡିଛି।

Categories
ଆଜିର ଖବର

କ୍ରମାଗତ ତୃତୀୟ ଦିନ ପାଇଁ ଡଲାର ତୁଳନାରେ ଟଙ୍କା ଶକ୍ତିଶାଳୀ

କ୍ରମାଗତ ତୃତୀୟ ଦିନ ପାଇଁ ଦୃଢ ରହିଛି ଭାରତୀୟ ଅର୍ଥନୀତି। କ୍ରମାଗତ ତୃତୀୟ ଦିନ ପାଇଁ ଭାରତୀୟ ମୁଦ୍ରା ଡଲାର ତୁଳନାରେ ଶକ୍ତିଶାଳୀ ରହିଛି। ଗତକାଲି ୩୧ ପଇସା ବଢିଥିବା ବେଳେ ଆଜି ପୁନର୍ବାର ୨୬ ପଇସା ବଢିଛି ଭାରତୀୟ ମୁଦ୍ରାର ମୂଲ୍ୟ। ଗତକାଲି ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୬୯.୨୬ ପଇସା ରହିଥିବା ବେଳେ ଆଜି ଏହା ୬୯ ଟଙ୍କାରେ ପହଞ୍ଚିଛି। ଅଶୋଧିତ ତୈଳ ମୂଲ୍ୟରେ ହ୍ରସ ପାଇବା ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି ଅର୍ଥନୈତିକ ବିଶେଷଜ୍ଞ ପ୍ରକାଶ କରିଛନ୍ତି। ଜୁନ୍‌ ୩,୪,ଏବଂ ୬ରେ ଆରବିଆଇର ଅର୍ଥନୈତିକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ଏଥିରେ ସୁଧହାର ହ୍ରାସ ହେବା ନେଇ ପୂର୍ବାନୁମାନ ଲଗାଇଛନ୍ତି ବିଶେଷଜ୍ଞ।