Categories
ଆଜିର ଖବର ଜାତୀୟ ଖବର

ପୃଷ୍ଠା ଓଲଟାଇବା ପାଇଁ ଛେପ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦେଲେ ଅଧିକାରୀ

ରାୟବରେଲୀ : ଉତ୍ତରପ୍ରଦେଶର ରାୟବରେଲୀ ଜିଲ୍ଲାର ମୁଖ୍ୟ ବିକାଶ ଅଧିକାରୀ ଏକ ଆଦେଶ ଜାରି କରିଛନ୍ତି। ଫାଇଲ୍‌ର ପୃଷ୍ଠା ଓଲଟାଇବା ପାଇଁ ଛେପର ବ୍ୟବହାର ନ କରିବାକୁ ଆଦେଶ ଜାରି କରାଯାଇଛି। ବିକାଶ ଅଧିକାରୀ ଏହି ସମ୍ବନ୍ଧରେ ଏହି ଆଦେଶ ଜାରି କହିଛନ୍ତି ଯେ, ଏପରି କରିବା ଦ୍ବାରା ବେମାରୀ ହେବାର ସମ୍ଭାବନା ବେଶ୍‌ ବଢିଯାଇଥାଏ । ଏହି ଅଭ୍ୟାସରୁ ଦୂରେଇ ରହିଲେ ସଂକ୍ରମିତ ବେମାରୀରେ ପଡିବା ନେଇ ବିପଦ କମ୍‌ ରହିବ।

ରାୟବରେଲି ଜିଲ୍ଲା ବିକାଶ ଅଧିକାରୀ କହିଛନ୍ତି ଯେ, ଅଧିକାଂଶ ସମୟରେ ଅଧିକାରୀ ଓ କର୍ମଚାରୀ ଫାଇଲ୍‌ର ପୃଷ୍ଠାଗୁଡ଼ିକୁ ଓଲଟାଇବା ପାଇଁ ଛେପ ବ୍ୟବହାର କରୁଛନ୍ତି। ଏହା ଦ୍ବାରା ସଂକ୍ରମଣ ରୋଗ ବ୍ୟାପିବାର ଆଶଙ୍କା ବେଶି ରହୁଛି ।

ବିକାଶ ଅଧିକାରୀଙ୍କ ଆଦେଶ ମୁତାବକ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ (ବିକାଶ)/ ଖଣ୍ଡ ବିକାଶ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ସଂକ୍ରମଣ ରୋଗରୁ ବର୍ତ୍ତିବା ପାଇଁ ଫାଇଲ୍‌ର ପୃଷ୍ଠା ଓଲଟାଇବା ସମୟରେ ଛେପର  ବ୍ୟବହାର ବ୍ୟବହାର ନ କରି ଏଥିପାଇଁ ପାଣିର ସ୍ପଞ୍ଜ ବ୍ୟବହାର କରନ୍ତୁ । ଏହି ନିୟମକୁ କଡାକଡି ଭାବରେ ଲାଗୁ କରାଯିବା ନେଇ ଅଧିକାରୀ କହିବା ସହିତ ଏପରି ନିୟମ ନେଇ ତିନି ଦିନମଧ୍ୟରେ ସିଡିଓ କାର୍ଯ୍ୟାଳୟକୁ ଏହି ସମ୍ବନ୍ଧୀୟ ରିପୋର୍ଟ ପ୍ରଦାନ କରାଯିବାକୁ କହିଛନ୍ତି । (ଏଜେନ୍ସି)