Categories
ଅପରାଧ ଆଜିର ଖବର ଜାତୀୟ ଖବର

ଗେଟ୍‌ ଭାଙ୍ଗି ସ୍ବାମୀ-ସ୍ତ୍ରୀଙ୍କ ହତ୍ୟା କଲା ପଡୋଶୀ, ଶେଷରେ ନିଜେ ବିଷ ଖାଇ କଲା ଆତ୍ମହତ୍ୟା

ଦିଲ୍ଲୀ: ଜଣେ ପଡୋଶୀ ଅନ୍ୟ ଜଣେ ପଡୋଶୀଙ୍କ ଘରେ ପଶି ରକ୍ତର ଖେଳ ଖେଳିଛି। ବିହାରର ଦୁଇ ପରିବାରର ଦିଲ୍ଲୀରେ ଦୁଇ ପଡୋଶୀ ଭାବେ ରହୁଥିବାବେଳେ  ଜଣେ ପଡୋଶୀ ଅନ୍ୟ ଦୁଇ ପଡୋଶୀଙ୍କର ଗଳା କାଟି ହତ୍ୟା କରିବା ସହ ନିଜେ ମଧ୍ୟ ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦିଲ୍ଲୀର ନରେଲା ଥାନା କ୍ଷେତ୍ରରେ ଘଟିଛି।

ଦିଲ୍ଳୀର ନରେଲା ଥାନା ଅଞ୍ଚଳରେ ରହୁଥିବା ବାଙ୍କନେର୍‌ ଗ୍ରାମର ସ୍ବାମୀ –ସ୍ତ୍ରୀଙ୍କର ଗଳା କାଟି ହତ୍ୟା କରାଯାଇଛି । ହତ୍ୟାକାରୀ ଜଣକ ହତ୍ୟା କରିବା ପରେ ବିଷ ଖାଇ ଆତ୍ମହତ୍ୟା କରିଛି। ମିଳିଥିବା ସୂଚନା ଅନୁସାରେ ବିହାରର ମୂଳ ନିବାସୀ ଦୁଇ ଜଣ ଦିଲ୍ଲୀରେ ଦୁହେଁ ଦୁଇଜଣ ପଡୋଶୀ ଭାବେ ଅବସ୍ଥାନ କରୁଥିଲେ। ଦୁହେଁ ଦିଲ୍ଲୀରେ ଭଡାରେ ରହୁଥିଲେ। ହତ୍ୟା କରିଥିବା ଅଭିଯୁକ୍ତ ଜଣକ ହେଉଛନ୍ତି ମୋହମ୍ମ ମୁସ୍ତାକ୍‌। ମୃତ୍ୟୁବରଣ କରିଥିବା ସ୍ବାମୀ-ସ୍ତ୍ରୀ ହେଉଛନ୍ତି ମୋହମ୍ମଦ ହାସିମ୍‌ ଓ ମିନ୍ନତ ଖାତୁମ୍‌।

ଗତକାଲି ସନ୍ଧ୍ୟାରେ ମୋହମ୍ମଦ ହାସିମ୍‌ ଓ ମିନ୍ନତ ଖାତୁମ୍‌ ନିଜ ଘରେ ଶୋଇଥିବାବେଳେ ମୁସ୍ତାକ୍‌ ଆସି ଜୋର୍‌ରେ ଗେଟ୍‌ ବାଡେଇଥିଲେ। ଯେତେବେଳେ  କେହି ଗୋଟ୍‌ ଖୋଲି ନଥିଲେ। ରାଗରେ ମୁସ୍ତାକ୍‌ ଗେଟ୍‌ ତାଡି ଘରେ ପଶି ଘରେ ଶୋଇଥିବା ମୋହମ୍ମଦ ହାସିମ୍‌ ଓ ମିନ୍ନତ ଖାତୁମଙ୍କର ଗଳା କାଟି ହତ୍ୟା କରିଥିଲା। ମୁସ୍ତାକ ଦୁହିଁଙ୍କ ହତ୍ୟା କରିବା ପରେ ନିଜେ ବିଷ ଖାଇ ଆତ୍ମହତ୍ୟା କରିଥିବାର ସୂଚନା ରହିଛି। ମୁସ୍ତାକକୁ ହସ୍ପିଟାଲ ନେବା ବାଟରେ ସେ ମୃତ୍ୟୁବରଣ କରିଛି।

ମୁସ୍ତାକ ଜଣେ ଇ-ରିକ୍ସା ଚାଳକ ଥିବାବେଳେ ତାଙ୍କ ବୟସ 50 ବର୍ଷ ବୋଲି ସୂଚନା ରହିଛି। ସେହିପରି ମୋହମ୍ମଦ ହାସିମ୍‌ ଜଣେ ମେକାନିକ୍‌ର କାମ କରୁଥିଲେ। ଛୋଟ ପିଲାଙ୍କ ସାମ୍ନାରେ ମା-ବାପାଙ୍କ ହତ୍ୟା କରିଥିଲା ମୁସ୍ତାକ। ତେବେ ପୋଲିସ୍‌ ଶବକୁ ପୋଷ୍ଟମର୍ଟମ୍‌ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ତେବେ କେଉଁ କାରଣର ଯୋଗୁଁ ପଡୋଶୀ ଜଣକ ଏପରି ଜଘନ୍ୟ କାଣ୍ଡ ଘଟାଇଲେ, ତାହା ଜଣାପଡିନାହିଁ। (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଲକ୍‌ଡାଉନ୍‌ ସମୟରେ ଦିଲ୍ଲୀରେ ଡବଲ୍‌ ମର୍ଡର

ନୂଆଦିଲ୍ଲୀ : କରୋନା ସଂକଟ ସମୟରେ ସାରା ଦେଶରେ ଲକ୍ ଡାଉନ୍‌ ଜାରି ହୋଇଛି । ଲକ୍‌ ଡାଉନ ସମୟରେ ବି ଅପରାଧ ଘଟଣା ଦେଖିବାକୁ ମିଳିଛି । ଦେଶର ରାଜଧାନୀ ଦିଲ୍ଲୀରେ ଡବଲ୍‌ ମର୍ଡର ଘଟଣା ସାମ୍ନାକୁ ଆସିଛି ।

ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀର ଛାବଲା ଅଞ୍ଚଳରେ ଦୁର୍ଗାବିହାରରେ ଏପରି ଏକ ଅଘଟଣ ଘଟିଛି । ଏଠାରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରିଥିବାର ଖବର ମିଳିଛି । ଏହି ବୃଦ୍ଧ  ଦମ୍ପତି ହେଉଛନ୍ତି 61 ବର୍ଷୀୟ ରାଜସିଂହ ଓ 58 ବର୍ଷୀୟା ଓମ୍‌ବତୀ । ରାଜସିଂହ ଏମସିଡିରୁ ଅବସର ଗ୍ରହଣ କରି ନିଜ ପରିବାର ସହିତ ରହୁଥିଲେ । କିନ୍ତୁ ହଠାତ୍‌ ତାଙ୍କର ହତ୍ୟା ହୋଇଥିବା ସୂଚନା ମିଳିଛି ।

ଏହି ବୃଦ୍ଧ ଦମ୍ପତି ତାଙ୍କ ଘରେ ରହୁଥିବାବେଳେ ତାଙ୍କ ସମ୍ପର୍କୀୟ ତାଙ୍କୁ ଫୋନ୍‌ କରିଥିଲେ । ଫୋନ୍‌ ନ ଉଠାଇବାରୁ ତାଙ୍କ ସମ୍ପର୍କୀୟ ଘରେ ପହଞ୍ଚି ତାଙ୍କ ଖବର ଜାଣିବାକୁ ଚେଷ୍ଟା କରିଥିଲେ । ଘରେ ପହଞ୍ଚି ବୃଦ୍ଧ ଦମ୍ପତିକୁ ରକ୍ତ ଜୁଡୁବୁଡ ଅବସ୍ଥାରେ ପଡିଥିବାର ଦେଖିଥିଲେ। ତାଙ୍କ ଶରୀରରେ ଛୁରୀ ଦାଗ ମଧ୍ୟ ରହିଥିଲା । ଏହାପରେ ପୋଲିସ୍‌କୁ ଫୋନ୍‌ କରି ଘଟଣା ସମ୍ପର୍କରେ ଜଣାଇଥିଲେ ସମ୍ପର୍କୀୟ ଜଣକ । ପୋଲିସ୍‌ ଆସି ଘଟଣାର ତଦନ୍ତ ଆରମ୍ଭ କରିଛି। କିନ୍ତୁ ଘରେ ତାଙ୍କ ପୁଅ ବୋହୂ ଉପସ୍ଥିତ ରହିଥିବା ସମୟରେ ଏହି ବୃଦ୍ଧ ଦମ୍ପତିଙ୍କର ହତ୍ୟା କିପରି ହେଲା ତାକୁ ନେଇ ସନ୍ଦେହ ଘନୀଭୂତ ହୋଇଛି । ପୋଲିସ୍‌ ପୁଅ ବୋହୂଙ୍କୁ ପଚରାଉଚୁରା କରୁଛି । ତେବେ ଏହି ହତ୍ୟାକାଣ୍ଡ ପଛରେ ପୁଅ ବୋହୂଙ୍କର ହାତ ରହିଛି ବୋଲି ପୋଲିସ୍‌ ଅନୁମାନ କରୁଛି । ତେବେ ହତ୍ୟା କିପରି ଘଟିଲା ସେ ନେଇ ସମ୍ପୂର୍ଣ୍ଣ ସୂଚନା ମିଳିପାରିନାହିଁ । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ବାଙ୍କୀ ଡବଲ ମର୍ଡର ମାମଲା : 5 ଗିରଫ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ବାଙ୍କୀରେ ଘଟିଥିବା ଡବଲ ମର୍ଡର ମାମଲାରେ କମିଶନରେଟ୍‌ ପୋଲିସ୍‌ ପାଞ୍ଚ ଜଣଙ୍କୁ ଗିରଫ କରିଛି । ଗିରଫ 5 ଜଣଙ୍କ ମଧ୍ୟରୁ 2 ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ତିନି ଜଣଙ୍କୁ ପୋଲିସ୍‌ ଜଣଙ୍କୁ ଜେରା କରୁଛି । କୋର୍ଟଚାଲାଣ କରାଯାଇଥିବା ଦୁଇ ଅଭିଯୁକ୍ତଙ୍କ ନାମ ବଳଭଦ୍ର ପ୍ରଧାନ ଏବଂ ଜିତୁ ସ୍ବାଇଁ ବୋଲି ଜଣାପଡିଛି । ସେହିପରି ତଦନ୍ତରେ ବ୍ୟାଘାତ ଆଶଙ୍କା କରି ଅନ୍ୟ ତିନି ଅଭିଯୁକ୍ତଙ୍କ ନାମ ଗୋପନ ରଖିଛି ପୋଲିସ୍‌ । ପୂର୍ବ ଶତ୍ରୁତା କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି ।