Categories
ଆଞ୍ଚଳିକ

ମଦପିଇ ଗାଡି ଚଲାଉଥିବା ଚାଳକଙ୍କୁ କାବୁ କଲା ବାଣପୁର ପୋଲିସ: ଜବତ ହେଲା ଏକାଧିକ ବାଇକ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ସନ୍ଧ୍ୟାରେ ବାଣପୁର କଲେଜ ଛକ ଠାରେ ଆଇଆଇସି ରମେଶ କୁମାର ଦେବତାଙ୍କ ସହ ଥାନାର ଅନ୍ୟ ଅଫିସର ମାନେ ନାକାବନ୍ଦୀ କରି ମଦପିଇ ଗାଡି ଚଲାଉଥିବା ଚାଳକଙ୍କୁ କାବୁ କରିଥିଲେ।  ତିନିଜଣ ମଦ୍ୟପଙ୍କର ମୋଟର ସାଇକେଲ ଜବତ କରିବା ସହ ଚାଳକଙ୍କୁ ମଧ୍ୟ ଥାନାକୁ ଆଣିଥିଲେ।

ଉକ୍ତ ଚାଳକ ମାନେ କୋର୍ଟରେ ଜୋରିମାନା ଦାଖଲ କରି ଆଦେଶ ପତ୍ର ଆଣିଲେ ଗାଡି ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ଶ୍ରୀଯୁକ୍ତ ଦେବତା କହିଛନ୍ତି।

ତେବେ ମଦ ପିଇ ଗାଡି ଚଳାଇବା ଦ୍ୱାରା ବହୁ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉ ଥିବାରୁ ମଦ୍ୟପଙ୍କୁ ସାବାଡ଼ କରିବାକୁ ଓ ଜନସାଧାରଣଙ୍କୁ ଦୁର୍ଘଟଣାରୁ ରକ୍ଷା କରିବାକୁ ପୋଲିସ ଏହିଭଳି ତତ୍ପରତା ପ୍ରକାଶ ପାଇଥିବା ଜଣାପଡିଛି।