Categories
ଆଜିର ଖବର

ପାକ୍‌କୁ ଝଟ୍‌କା ଦେଲା ଆମେରିକା : ଭିସାର ଅବଧି ସୀମା ହ୍ରାସ

ଭାରତୀୟ ସେନା ଉପରେ ପାକିସ୍ତାନୀ ଆତଙ୍କବାଦୀମାନଙ୍କ ଆକ୍ରମଣକୁ ଫ୍ରାନ୍ସ, ଭୁଟାନ, ଚୀନ ସମେତ ଆମେରିକା ଆଦି ପଡ଼ୋଶୀ ରାଷ୍ଟ୍ର ତୀବ୍ର ନିନ୍ଦା କରିଥିଲେ। ପାକିସ୍ତାନ ନିଜ ଦେଶରେ ଥିବା ଆତଙ୍କବାଦୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭାରତ ସହ ଶାନ୍ତି ପ୍ରତିଷ୍ଠା କରିବା ଉଚିତ ବୋଲି ଆମେରିକା କହିଥିଲା। ପାକିସ୍ତାନକୁ ପାଲଟା ଜବାବ ଦେବାକୁ ଯାଇ ଭାରତ ଯେଉଁ ଏୟାର୍‌ ଷ୍ଟ୍ରାଇକ୍‌ କରିଥିଲା ତାହାକୁ ମଧ୍ୟ ବିଭିନ୍ନ ଦେଶ ସମର୍ଥନ କରିଥିଲେ। ଏୟାର୍‌ ଷ୍ଟ୍ରାଇକ୍‌ ପରେ ପାକିସ୍ତାନର ଭାରତୀୟ ବାୟୁସେନାରେ ଏଫ୍‌-୧୬ର ପ୍ରବେଶ କରାଇ ଆଉ ଏକ ବିପଦକୁ ଡାକି ଆଣିଛି । ଆମେରିକା ପାକିସ୍ତାନ ବିରୋଧରେ ଏଫ୍‌-୧୬ ଯୁଦ୍ଧ ବିମାନର ଅପ ବ୍ୟବହାର କରିବା ଅଭିଯୋଗରେ ପ୍ରମାଣ ଖୋଜୁଥିବା ବେଳେ  ପାକିସ୍ତାନକୁ ଆମେରିକା ପକ୍ଷରୁ ଆଉ ଏକ ଶକ୍ତ ଧକ୍କା ଲାଗିଛି। ଆମେରିକାକୁ ଯିବା ପାଇଁ ପାକିସ୍ତାନୀମାନଙ୍କ ଭିସା ଅବଧିକୁ କମାଇ ଦେଇଛନ୍ତି ଆମେରିକା ସରକାର। ଆମେରିକାର ଟ୍ରମ୍ପ୍‌ ପ୍ରଶାସନ ପାକିସ୍ତାନୀଙ୍କ ଭିସା ଅବଧିକୁ ୫ ବର୍ଷ ପରିବର୍ତ୍ତେ ୩ ମାସକୁ ହ୍ରାସ କରି ଦେଇଥିବା ସୂଚନା ରହିଛି।