Categories
ଆଜିର ଖବର

ଏୟାର ଆମ୍ବୁଲାନ୍ସରେ ମେହୁଲ୍‌ ଚୋକ୍ସିଙ୍କୁ ଭାରତ ଆଣିବା ପ୍ରୟାସରେ ଇଡି

ଭାରତରୁ ପଳାୟନ କରିଥିବା ବ୍ୟବସାୟୀ ମେହୁଲ୍‌ ଚୋକ୍‌ସୀଙ୍କୁ ଭାରତ ଫେରାଇବାର ପ୍ରୟାସ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କରୁ ୧୩ ହଜାର କୋଟିର ଋଣ ନେଇ ପଳାୟନ କରିଥିବା ଚୋକ୍‌ସି ବର୍ତ୍ତମାନ ଆଣ୍ଟିଗୁଆରେ ଅବସ୍ଥାନ କରୁଛନ୍ତି। ମେହୁଲ୍‌ଙ୍କ ପ୍ରତ୍ୟାବର୍ତ୍ତନ ନେଇ ଇଡି ପକ୍ଷରୁ ସମସ୍ତ ଆବଶ୍ୟକୀୟ କାଗଜପତ୍ର ଆଣ୍ଟିଗୁଆ ସରକାରଙ୍କୁ ହସ୍ତାନ୍ତର କରାଯାଇଛି। ସ୍ବାସ୍ଥ୍ୟାବସ୍ଥା ସଠିକ୍‌ ନଥିବାର କାରଣ ଦର୍ଶାଇ ଚୋକ୍‌ସି ଆଣ୍ଟିଗୁଆରେ ଅବସ୍ଥାନ କରିଥିବାରୁ ଚୋକ୍‌ସିଙ୍କୁ ଫେରାଇ ଆଣିବା ପାଇଁ ଏୟାର ଆମ୍ବୁଲାନ୍ସର ବ୍ୟବସ୍ଥା କରୁଥିବା ଜଣାପଡିଛି। ଭାରତରେ ଚୋକ୍‌ସିଙ୍କ ସ୍ବାସ୍ଥ୍ୟାବସ୍ଥାର ସଠିକ୍‌ ପରୀକ୍ଷଣ ତଥା ଚିକିତ୍ସା କରାଯାଇପାରିବ ବୋଲି ଇଡି ପକ୍ଷରୁ କୁହାଯାଇଛି।

Categories
ଆଜିର ଖବର

ରାଘବ ବହଲଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚାର୍ଜସିଟ୍‌

ଡିଜିଟାଲ ଚ୍ୟାନେଲ ମାଲିକ ରାଘବ ବହଲଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚାର୍ଜସିଟ୍‌ ଦାୟର କରାଯାଇଛି। ଦ କ୍ବିଣ୍ଟ ଏବଂ ନେଟଓ୍ବର୍କ ୧୮ର ପ୍ରତିଷ୍ଠାତା ରାଘବ ବହଲଙ୍କ ନାମରେ ଆୟକର ବିଭାଗ ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁଯାୟୀ ଇଡି ପକ୍ଷରୁ ଏହି ଚାର୍ଜସିଟ୍‌ ଦାଖଲ କରାଯାଇଛି। ଲଣ୍ଡନରେ ରହିଥିବା ରାଘବଙ୍କ ୨.୪୫ କୋଟି ମୂଲ୍ୟର ଘର ସମ୍ପର୍କରେ ତଥ୍ୟ ଲୁଚାଇ ଥିବାରୁ ଏହି ଚାର୍ଜ ସିଟ୍‌ ଦାଖଲ କରାଯାଇଛି। ଗତ ସପ୍ତାହରେ ବହଲ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏକ ଚିଠି ଲେଖିଥିଲେ। ସମସ୍ତ ଆୟକର ଠିକ୍‌ ସମୟରେ ପ୍ରଦାନ କରୁଥିଲେ ମଧ୍ୟ ମୋ ବିରୋଧରେ ଷଡଯନ୍ତ୍ର କରାଯାଉଛି ବୋଲି ସେ ଏହି ଚିଠିରେ ଉଲ୍ଲେଖ କରିଥିଲେ। ଆୟକର ବିଭାଗକୁ ୨୦୧୯ରେ ଏହି ମାମଲା ନେଇ ନିଜର ସ୍ପଷ୍ଟୀକରଣ ଦେଇଥିବା ପ୍ରକାଶ କରିଛନ୍ତି ବହଲ। ଏଡିଟର୍‌ସ ଗିଲ୍ଡ ଅଫ ଇଣ୍ଡିଆ ଏହାକୁ ନେଇ ଅସନ୍ତୋଷ ମଧ୍ୟ ପ୍ରକାଶ କରିଛି। ଆୟକର ବିଭାଗ ଚଢାଉ କରିବାର କ୍ଷମତା ରହିଛି ମାତ୍ର ଏହା ଏପରି ନହେବା ଆବଶ୍ୟକ କି ଯେପରି ଏହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବ। ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ମଧ୍ୟ ଏହା ଉପରେ ମତ ରଖି କହିଛନ୍ତି, କେହି ବି ଆଇନରୁ ଉର୍ଦ୍ଧ୍ବରେ ନୁହନ୍ତି। ଦୋଷ କରୁଥିବା ବ୍ୟକ୍ତି ନିଶ୍ଚିତ ଦଣ୍ଡ ପାଇବ ବୋଲି ରବିଶଙ୍କର କହିଛନ୍ତି।

Categories
ଆଜିର ଖବର

ଏୟାର ଇଣ୍ଡିଆ ବିମାନ ଉଡ଼ାଣ ଦୁର୍ନୀତି: ପୂର୍ବତନ ବିମାନ ଚଳାଚଳ ମନ୍ତ୍ରୀ ପ୍ରଫୁଲ୍ଲ ପଟେଲଙ୍କୁ ଇଡିର ସମନ

ପୂର୍ବତନ ବିମାନ ଚଳାଚଳ ମନ୍ତ୍ରୀ ପ୍ରଫୁଲ୍ଲ ପଟେଲଙ୍କୁ ଇଡିର ସମନ, ବହୁ କୋଟି ଟଙ୍କାର ବେଆଇନ ଅର୍ଥ କାରବାର ମାମଲାରେ ଜେରା କରିବ ଇଡି। ବିମାନ ଚଳାଚଳରେ ହୋଇଥିବା ଦୁର୍ନୀତି ଘଟଣାରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନୋଟିସ୍‌ କରିଛି। ତାଙ୍କୁ ଜୁନ୍‌ ୬ରେ ବ୍ୟକ୍ତିଗତ ଭାବେ ଇଡିରେ ହାଜର ହେବାକୁ ଏହି ନୋଟିସ୍‌ରେ କୁହାଯାଇଛି। ବିଦେଶ ବିମାନ କମ୍ପାନୀଗୁଡ଼ିକୁ ଫାଇଦା ଦେବା ଘଟଣାରେ ପ୍ରଫୁଲ୍ଲ ପଟେଲ୍‌ଙ୍କ ଭୂମିକା ସନ୍ଦେହ ଘେରରେ ରହିଛି। ଇଣ୍ଡିଆନ୍‌ ଏୟାର୍‌ଲାଇନ୍ସ ଦ୍ବାରା ୨୦୦୬ ଫେବୃଆରୀରେ ବିମାନ ଅଧିଗ୍ରହଣ ବିଷୟରେ ନିୟନ୍ତ୍ରକ ଓ ମହାଲେଖାପରୀକ୍ଷକ (କ୍ୟାଗ୍‌) ଅଗଷ୍ଟ ୧୭, ୨୦୧୧କୁ ରିପୋର୍ଟରେ ଆଇଏଏଲ୍‌ର ଅନୁମୋଦିତ ୮,୩୯୯,୬୦ କୋଟି ଟଙ୍କାର ୪୩ଟି ବିମାନ କ୍ରୟରେ ବହୁ କୋଟିର ଦୁର୍ନୀତି ହୋଇଥିବାର ଜଣାଯାଇଥିଲା। ଅନ୍ୟପକ୍ଷରେ ଇଡି ସହ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରଫୁଲ୍ଲ କହିଛନ୍ତି।

Categories
ଆଜିର ଖବର

ପୁଣିଥରେ ଭଦ୍ରାଙ୍କୁ ସମନ ଜାରି କଲା ଇଡି

ଇଡି ରର୍ବଟ ଭଦ୍ରାଙ୍କୁ ଗୁରୁବାର ବା ଆସନ୍ତାକାଲି ହାଜର ହେବା ପାଇଁ ସମନ ଜାରି କରିଛି। ତାଙ୍କ ବେନାମୀ ସମ୍ପତ୍ତିର ମଧ୍ୟ ଯାଞ୍ଚ ଆରମ୍ଭ ହୋଇଛି। ଦୁବାଇର ୧୪କୋଟିର ଭିଲା ଏବଂ ଲଣ୍ଡନରେ ଏକ ପ୍ଲଟ, ଯାହାର ଦାମ ଆନୁମାନିକ ୨୬କୋଟି ଟଙ୍କା ହେବ। ଏହି ସମ୍ପତ୍ତିକୁ ନେଇ ଭଦ୍ରାଙ୍କୁ ଜେରା କରାଯିବ ବୋଲି ଜଣାପଡିଛି। ଭଦ୍ରା ସ୍କାଇଲାଇଟ ହସ୍ପିଟାଲିଟୀ ମନି ଲଣ୍ଡରିଂ ଅଧିନିୟମ ଅନୁସାରେ ବିଭିନ୍ନ ମାମଲାରେ ଇଡିର ରାଡାରରେ ଅଛନ୍ତି। ଯେଉଁଥିରେ ଗୁରୁଗ୍ରାମ ଏବଂ ବେକାନିରର ଜମି କାରବାର ସାମିଲ ଅଛି। ଭଦ୍ରାଙ୍କ ଆଗୁଆ ଜାମିନ ଖାରଜ କରିବାକୁ ଇଡି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲା।

Categories
ଆଜିର ଖବର

୮୨କୋଟିର ସୁନା ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୪୫.୮୯ କିଗ୍ରା ସୁନା ଜବତ କରାଯାଇଛି। ଏହି ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୮୨.୧୧କୋଟି ଟଙ୍କା ହେବ ବୋଲି ଇଡି ପକ୍ଷରୁ କୁହାଯାଇଛି। ଏକ ଅର୍ଥ ହେରଫେର ମାମଲାରେ ତେଲେଙ୍ଗାନା ପୋଲିସ ପକ୍ଷରୁ ଦାଖଲ କରାଯାଇଥିବା ମାମଲାରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗୁରୁବାର ଇଡି ପକ୍ଷରୁ ଏକାଧିକ ସ୍ଥାନରେ ଚଢାଉ କରାଯାଇଥିଲା। ବିମୁଦ୍ରାକରଣ ସମୟରେ ଅର୍ଥ ହେରଫେର ମାମଲାରେ ସମ୍ପୃକ୍ତି ନେଇ ଥିବା ଅଭିଯୋଗ ଉପରେ ଏହି ଚଢାଉ କରାଯାଇଥିଲା। ମୁସଡ୍ଡିଲାଲ ଜୁଏଲର୍ସର କୈଳାସ ଗୁପ୍ତାଙ୍କ ଦୁଇଟି ଅଫିସ୍‌ (ହାଇଦ୍ରାବାଦ ଏବଂ ବିଜୟଓ୍ବାଡା), ଶ୍ରୀ ବାଲାଜୀ ଗୋଲ୍ଡରହ ପବନ ଅଗ୍ରଓ୍ବାଲଙ୍କ ବାସଗୃହ ଏବଂ ଚାଟାର୍ଡ ଆକାଉଣ୍ଟାଣ୍ଟ ସଞ୍ଜୟ ଶାରଦାଙ୍କ ବାସଗୃହରେ ଚଢାଉ କରାଯାଇ ଏହି ସୁନା ଗହଣା ଜବତ କରାଯାଇଛି। ଏହି ଦୁଇ ବିକ୍ରେତା ୮ ନଭେମ୍ବର ୨୦୧୬ରେ ପ୍ରାୟ ୫୨୦୦ ନକଲି ଗହଣା ବିକ୍ରି ରିସିପ୍ଟ ବନାଇଥିଲେ। ପ୍ରତ୍ୟେକ ଦେଣ ନେଣ ପ୍ରାୟ ୨ ଲକ୍ଷ ଟଙ୍କାର ରହିଥିଲା। ବିମୁଦ୍ରାକରଣ ସମୟରେ ଏହି ଦୁଇ ଗହଣା ଦୋକାନୀ ନିଜ ଆକାଉଣ୍ଟରେ ୧୧୦.୮୫ କୋଟି ଟଙ୍କା ଜମା କରିଥିଲେ।

Categories
ଆଜିର ଖବର

ହିଜ୍‌ବୁଲ୍‌ ଆତଙ୍କୀଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ପ୍ରବତ୍ତର୍ନ ନିର୍ଦ୍ଦେଶାଳୟ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ୭ ଆତଙ୍କୀଙ୍କ ୧୩ଟି ସମ୍ପତ୍ତିକୁ ବାଜ୍ୟାପ୍ତ କରାଯାଇଛି। ଏହି ସାତ ଆତଙ୍କବାଦୀ ହିଜବୁଲ ମୁଜାହିଦ୍ଦିନି ମୁଖ୍ୟ ସୟଦ ସଲାହୁଦ୍ଦିନ ଏବଂ ଅନ୍ୟାନ୍ୟ ମାମଲାରେ ଏହି ଚଢାଉ କରାଯାଇଥିବା ଜଣାପଡିଛି। ଏହି ଚଢାଉରେ ସମୁଦାୟ ୧.୨୨କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରାଯାଇଥିବା ନେଇ ପ୍ରବତ୍ତର୍ନ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଆତଙ୍କୀଙ୍କୁ ଅର୍ଥପ୍ରଦାନ ଅଭିଯୋଗରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ପକ୍ଷରୁ ଦାୟର କରାଯାଇଥିବା ମାମଲା ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏହି ସାତ ଜଣ ଆତଙ୍କୀ ହଓ୍ବାଲା ଜରିଆରେ ଏହି ଅବୈଧ ଅର୍ଥ କାରବାର କରୁଥିବା ବେଳେ ଏହାଦ୍ବାରା ଆଇଏସ୍‌ଆଇ ଏବଂ ପାକିସ୍ତାନୀ ଆତଙ୍କୀ ସଙ୍ଗଠନ ଗୁଡିକୁ ଅର୍ଥ ହସ୍ତାନ୍ତର କରାଯାଉଥିବା ପ୍ରକାଶ। ଅର୍ଥ େହରଫେର ଆଇନ୍‌ ବଳରେ ଏହି ୭ଜଣଙ୍କ ୧୩ସମ୍ପତ୍ତି ବାଜ୍ୟାପ୍ତ କରାଯାଇଥିବା ଇଡି ପକ୍ଷରୁ କୁହାଯାଇଛି। ଏହି ମାମଲାେର ଅର୍ନ୍ତଭୁକ୍ତ 7 ଜଣଙ୍କ ମଧ୍ୟରୁ ମହମ୍ମଦ ସାଫି ଶାହ, ତାଲିବ ଲାଲି,ମୁଜାଫର ଅହମଦ ଦର ଏବଂ ମୁସ୍ତାକ ଅହମ୍ମଦ ଲୋନ୍‌ ବତ୍ତର୍ମାନ ତିହାର ଜେଲ୍‌ରେ ବନ୍ଦ ଅଛନ୍ତି।