Categories
ଆଜିର ଖବର ଜାତୀୟ ଖବର

ଇଡିରେ କରୋନା : ସିଲ୍‌ ହେଲା ମୁଖ୍ୟ କାର୍ଯ୍ୟାଳୟ

ନୂଆଦିଲ୍ଲୀ : ସିଲ୍‌ ହେଲା ଇଡି ମୁଖ୍ୟ କାର୍ଯ୍ୟାଳୟ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଜଣେ ସ୍ପେଶାଲ୍‌ ଡାଇରେକ୍ଟର ସ୍ତରର ଅଧିକାରୀଙ୍କ ସମେତ 5 ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହା ପରେ ଇଡି ମୁଖ୍ୟ କାର୍ଯ୍ୟାଳୟକୁ 48 ଘଣ୍ଟା ପାଇଁ ସିଲ୍‌ କରି ଦିଆଯାଇଛି । ଏହି ପାଞ୍ଚ କର୍ମଚାରୀ ଏବେ ଚିକିତ୍ସାଧୀନ ରହିଛନ୍ତି ।  ସେହିପରି ଏହି କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି । କରୋନା ବ୍ୟାପିବାକୁ ରୋକିବା ପାଇଁ ଇଡି ମୁଖ୍ୟ କାର୍ଯ୍ୟାଳୟକୁ ସପ୍ତାହରେ 2 ଥର ସାନିଟାଇଜ୍‌ କରିବାକୁ ନିଷ୍ପତ୍ତି ହୋଇଛି । ସେହିପରି ଡାକ ଦ୍ବାରା ଆସୁଥିବା ସମସ୍ତ ଚିଠିକୁ କର୍ମଚାରୀ ତଥା ଅଧିକାରୀଙ୍କ ହସ୍ତାନ୍ତର କରାଯିବା ପୂର୍ବରୁ ସାନିଟାଇଜ୍‌ କରାଯିବା ପାଇଁ ନିର୍ଦ୍ଦେଶ ରହିଛି ।