Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

Lok Sabha Elections 2024: ଆରମ୍ଭ ହେଲା ୨୧ ଟି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ

Lok Sabha Elections 2024: ଲୋକସଭା ନିର୍ବାଚନ ୨୦୨୪ ର ପ୍ରଥମ ପର୍ଯ୍ୟାୟ ମତଦାନ ଆଜି ଶୁକ୍ରବାର ସକାଳ ୭:୦୦ ରେ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୨୧ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ହୋଉଛି। ଏଥିରେ ୧୦୨ ଟି ଆସନରେ ଭୋଟ ଗ୍ରହଣ ଚାଲିଛି।

ଭୋଟରମାନେ ଆଜି ସକାଳ ୭:୦୦ ରୁ ସନ୍ଧ୍ୟା ୬:୦୦ ପର୍ଯ୍ୟନ୍ତ ସେମାନଙ୍କର ମତାଧିକାର ସାବସ୍ତ କରିପାରିବେ। ଗତ ୨୦୧୯ ରେ ଶେଷ ସାଧାରଣ ନିର୍ବାଚନ ମଧ୍ୟ ସାତୋଟି ପର‌୍ୟ୍ୟାୟରେ ଅନୁଷ୍ଠିତ ହୋଇଥିଲା।

ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ସମୁଦାୟ ୧୬.୬୩ କୋଟି ଭୋଟର ମତଦାନ କରିବାକୁ ଯାଉଛନ୍ତି, ଯେଉଁଥିରେ ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବ। ପ୍ରଥମ ପର୍ଯ୍ୟାୟରେ ଯେଉଁ ଭେଟରାନଙ୍କ ଭାଗ୍ୟ ପରୀକ୍ଷା ହେବ ସେମାନେ ହେଲ ନିତିନ ଗଡକରୀ, କିରେନ ରିଜିଜୁ, ଭୁପେନ୍ଦ୍ର ଯାଦବ ଏବଂ ଅର୍ଜୁନ ରାମ ମେଘୱାଲ ସହ ଅନେକ କେନ୍ଦ୍ର ମନ୍ତ୍ରୀ ଅଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

Election2024: ଏମିତି ରାଜ୍ୟ ଅଛି ଯେଉଁଠି ପୁରା ସାତଟି ପର୍ଯ୍ୟାୟରେ ହେବ ନିର୍ବାଚନ

Election2024: ଶନିବାର ଦିନ ଭାରତ ନିର୍ବାଚନ କମିଶନର ରାଜୀବ କୁମାର ଦେଶର ଲୋକସଭା ଏବଂ ଚାରୋଟି ରାଜ୍ୟର ବିଧାନସଭା ନିର୍ବାଚନ ଘୋଷଣା କରିଛନ୍ତି। ସେହି ଅନୁସାରେ ସାରା ଦେଶରେ ସାତଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଏତିରେ କେଉଁ ରାଜ୍ୟରେ ଗୋଟିଏ ପର୍ଯ୍ୟାୟ ତ କେଉଁ ରାଜ୍ୟରେ ପାଞ୍ଚଟି ପର୍ଯ୍ୟାୟ ନିର୍ବାଚନ ହେବ।

ହେଲେ ନିର୍ବାଚନ କମିଶନର ଘୋଷଣା କରିଥିବା ବିଭିନ୍ନ ପର୍ଯ୍ୟାୟ ମଧ୍ୟରେ ଦେଶର ଏମିତି କେତେକ ରାଜ୍ୟ ଅଛି ଯେଉଁଠି ପୁରା ସାତଟି ପର୍ଯ୍ୟାୟ ନିର୍ବାଚନ ହେବ। ଆସନ୍ତୁ ଜାଣିବା କେଉଁ ରାଜ୍ୟରେ କେତେ ପର୍ଯ୍ୟାୟ ନିର୍ବାଚନ ହେବ।

ଗୋଟିଏ ପର୍ଯ୍ୟାୟ ନିର୍ବାଚନରେ ୨୨ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ:

ଅରୁଣାଚଳ ପ୍ରଦେଶ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପ, ଆନ୍ଧ୍ରପ୍ରଦେଶ, ଚଣ୍ଡିଗଡ଼, ଦିଲ୍ଲୀ, ଗୋଆ, ଗୁଜୁରାଟ, ହିମାଚଳ ପ୍ରଦେଶ, ହରିୟାଣା, କେରଳ, ଲକ୍ଷ୍ମୀଦୀପ, ଲଦାଖ, ମିଜୋରାମ, ମେଘାଳୟ, ନାଗାଲାଣ୍ଡ, ପୁଡୁଚେରୀ, ସିକ୍କିମ, ତାମିଲନାଡୁ, ପଞ୍ଜାବ ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ।

ଦୁଇଟି ପର୍ଯ୍ୟାୟରେ ୪ ରାଜ୍ୟର ମତଦାନ: ସେଗୁଡିକ ହେଲା କର୍ଣ୍ଣାଟକ, ରାଜସ୍ଥାନ, ତ୍ରିପୁରା, ମଣିପୁର

ତିନୋଟି ପର୍ଯ୍ୟାୟରେ ଦୁଇଟି ରାଜ୍ୟରେ ମତଦାନ: ସେଗୁଡିକ ହେଲା ଛତିଶଗଡ ଓ ଆସାମ

ଚାରୋଟି ପର୍ଯ୍ୟାୟରେ ତିନୋଟି ରାଜ୍ୟରେ ମତଦାନ: ଓଡ଼ିଶା, ମଧ୍ୟପ୍ରଦେଶ, ଝାଡଖଣ୍ଡ

ପାଞ୍ଚଟି ପର୍ଯ୍ୟାୟରେ ଦୁଇଟି ରାଜ୍ୟ : ମହାରାଷ୍ଟ୍ର, ଜାମ୍ମୁ କାଶ୍ମୀର

ସାତଟି ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ରାଜ୍ୟଗୁଡିକ :  ଉତ୍ତରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ

ପ୍ରଥମ ପର୍ଯ୍ୟାୟ ଭୋଟ୍ ଏପ୍ରିଲ୍ ୧୯ ରେ ହେବ, ଏପ୍ରିଲ୍ ୨୬ ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍, ମେ ୭ ରେ ୩ୟ ପର୍ଯ୍ୟାୟ ଭୋଟ୍, ମେ ୧୩ ରେ ୪ର୍ଥ ପର୍ଯ୍ୟାୟ  ଭୋଟ୍, ମେ ୨୦ ତାରିଖରେ ୫ମ ପର୍ଯ୍ୟାୟ  ଭୋଟ୍, ମେ ୨୫ ରେ ୬ଷ୍ଠ ପର୍ଯ୍ୟାୟ  ଭୋଟ୍ ଏବଂ ୭ମ ପର୍ଯ୍ୟାୟ ଭୋଟ୍ ଜୁନ୍ ୧ ତାରିଖରେ ହେବ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଜରୁରୀ କ୍ୟାବିନେଟ ବୈଠକ ଡାକିଲେ ନବୀନ, ଆଚରଣ ବିଧି ପୂର୍ବରୁ ହୋଇପାରେ ବଡ ଘୋଷଣା

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଜରୁରୀ କ୍ୟାବିନେଟ ବୈଠକ ଡାକିଛନ୍ତି। ଲୋକସେବା ଭବନରେ ଏହି ବୈଠକ ଦିନ 11 ଟା ବେଳେ ବସିବ। ଆଜି ଅପରାହ୍ନରେ ନିର୍ବାଚନ ତାରିଖ ଘୋଷଣା ହେବ। ଏହାପରେ ସାରା ଦେଶରେ ଲାଗୁ ହେବ ନିର୍ବାଚନ ଆଚରଣ ବିଧି। ଏହା ପୂର୍ବରୁ ନବୀନ ଏହି ବୈଠକ ଡାକିଛନ୍ତି।

ନବୀନଙ୍କ ଏହି ଶାସନ ସମୟରେ ଆଜି ହେବ ଶେଷ କ୍ୟାବିନେଟ ବୈଠକ। ଏହାପରେ ନିର୍ବାଚନ। ସେଥିପାଇଁ ସମସ୍ତେ ଆଶା କରିଛନ୍ତି ଯେ, ଆଜି ନବୀନ ନିଶ୍ଚିତ ଭାବେ ଏକ ବଡ ଘୋଷଣା କରିବେ। ତେବେ ତାହା କଣ ଏ ପର୍ଯ୍ୟନ୍ତ କୌଣସି ସୂରାକ ମିଳିପାରି ନାହିଁ। ସୁତ୍ର ଅନୁସାରେ ଆଜି ବିଭିନ୍ନ ବିଭାଗର ମୋଟ 20ଟି ପ୍ରସଂଗ ଆଲୋଚନା ପାଇଁ ରହିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଅଙ୍ଗନବାଡି କେନ୍ଦ୍ର ଓ ମିନି ଅଙ୍ଗନବାଡି କେନ୍ଦ୍ରର କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟର ଅଙ୍ଗନବାଡି କର୍ମୀ ମାନଙ୍କର ମାସିକ ପାରିଶ୍ରମିକରେ ବୃଦ୍ଧି ଘୋଷଣା କରିଛନ୍ତି। ଏହା ସହିତ ଅଙ୍ଗନବାଡି କର୍ମିଙ୍କର ସେବା ବିରତି ପ୍ରୋତ୍ସାହନ ରାଶିରେ ବୃଦ୍ଧି ସହିତ ସାମାଜିକ ସୁରକ୍ଷା ଭାବରେ ସେମାନଙ୍କୁ ଅନୁକମ୍ପା ସହାୟତା ମିଳବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାଦ୍ବାରା ରାଜ୍ୟର ୧ ଲକ୍ଷ ୪୮ ହଜାର ଅଙ୍ଗନବାଡି କର୍ମୀ, ମିନି ଅଙ୍ଗନବାଡି କର୍ମୀ ଓ ଅଙ୍ଗନବାଡି ସହାୟିକା ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୩୫୦ କୋଟି ଟଙ୍କା ଖର୍ଚ୍ଚ କରିବେ।

ସୂଚନାଯୋଗ୍ୟ ଯେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲାଗସ୍ତ ସମୟରେ ଅଙ୍ଗନବାଡି କର୍ମୀ ତଥା ସେମାନଙ୍କ ସଙ୍ଗଠନ ଗୁଡିକ ତାଙ୍କୁ ଭେଟି ଏହି ପାରିଶ୍ରମିକ ବୃଦ୍ଧି ସମ୍ପର୍କରେ ଅନୁରୋଧ ଓ ପ୍ରସ୍ତାବ ଦେଇଥିଲେ।

ଏହି ନୂତନ ଘୋଷଣା ଅନୁଯାୟୀ, ଅଙ୍ଗନବାଡି କର୍ମୀ ମାନଙ୍କ ମାସିକ ପାରିଶ୍ରମିକ ୭୫୦୦ ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ମିନି ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ୫୩୭୫ ଟଙ୍କାରୁ ୭୨୫୦ ଟଙ୍କା ହେଲା । ସେହିପରି ଅଙ୍ଗନବାଡି ସହାୟିକାଙ୍କ ପାରିଶ୍ରମିକ ୩୭୫୦ ଟଙ୍କାରୁ ୫୦୦୦ ଟଙ୍କାକୁ ବୃଦ୍ଧି କରାଗଲା।

ଏହି ବର୍ଦ୍ଧିତ ପାରିଶ୍ରମିକ ୨୦୨୩ ଅକ୍ଟୋବର ପହିଲାରୁ ପିଛିଲା ଭାବେ ଲାଗୁ ହେବ। ଚଳିତ ଫେବୃଆରୀ ମାସରୁ ବର୍ଦ୍ଧିତ ପାରିଶ୍ରମିକ ନିୟମିତ ଭାବେ ମିଳିବ। ଅକ୍ଟୋବର ୨୦୨୩ରୁ ଜାନୁଆରୀ ୨୦୨୪ – ଚାରି ମାସର ବର୍ଦ୍ଧିତ ବକେୟା ରାଶି ମାର୍ଚ୍ଚ 5 ତାରିଖ ରୁ 10 ତାରିଖ ମଧ୍ୟରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ।

ସେହିପରି ଅଙ୍ଗନବାଡି କର୍ମଚାରୀଙ୍କ EXIT POLICY (ସେବା ନିବୃତ୍ତି) ରେ ପାଉଥିବା ପ୍ରୋତ୍ସାହନ ରାଶିରେ ମଧ୍ୟ ବୃଦ୍ଧି କରାଯାଇଛି। ଏହା ୦୧.୦୪.୨୦୨୪ ଠାରୁ ଲାଗୁହେବ। ବର୍ଦ୍ଧିତ ପ୍ରୋତ୍ସାହନ ରାଶି ବାବଦରେ ଅଙ୍ଗନବାଡି କର୍ମୀମାନେ ପୂର୍ବରୁ ପାଉଥିବା ୪୦ ହଜାର ଟଙ୍କା ପରିବର୍ତ୍ତେ ୧ ଲକ୍ଷ ଟଙ୍କା ପାଇବେ। ମିନି ଅଙ୍ଗନବାଡି କର୍ମୀମାନେ ୩୦ ହଜାର ଟଙ୍କା ପରିବର୍ତ୍ତେ ୭୫ ହଜାର ଟଙ୍କା ପାଇବେ ଓ ଅଙ୍ଗନବାଡି ସହାୟିକାମାନେ ୨୦ ହଜାର ଟଙ୍କା ପରିବର୍ତ୍ତେ ୫୦ ହଜାର ଟଙ୍କା ପାଇବେ।

ସେହିପରି ସାମାଜିକ ସୁରକ୍ଷା ଦିଗରେ ମୃତ୍ୟୁ କିମ୍ବା ଦୁର୍ଘଟଣାଜନିତ ସମ୍ପୂର୍ଣ୍ଣ ଶାରୀରିକ ଅକ୍ଷମତା ନିମନ୍ତେ ଅଙ୍ଗନବାଡି କର୍ମୀ, ମିନି ଅଙ୍ଗନବାଡି କର୍ମୀ ଓ ସହାୟିକାମାନଙ୍କୁ ୨ ଲକ୍ଷ ଟଙ୍କା ଓ ଆଂଶିକ ଅକ୍ଷମତା ନିମନ୍ତେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁକମ୍ପା ରାଶି ପ୍ରଦାନ କରାଯିବ। ଏହି ସୁବିଧା ମଧ୍ୟ ୦୧.୦୪.୨୦୨୪ରୁ ଲାଗୁ ହେବ।