Election2024: ଏମିତି ରାଜ୍ୟ ଅଛି ଯେଉଁଠି ପୁରା ସାତଟି ପର୍ଯ୍ୟାୟରେ ହେବ ନିର୍ବାଚନ

Published: Mar 18, 2024, 8:25 am IST

Election2024: ଶନିବାର ଦିନ ଭାରତ ନିର୍ବାଚନ କମିଶନର ରାଜୀବ କୁମାର ଦେଶର ଲୋକସଭା ଏବଂ ଚାରୋଟି ରାଜ୍ୟର ବିଧାନସଭା ନିର୍ବାଚନ ଘୋଷଣା କରିଛନ୍ତି। ସେହି ଅନୁସାରେ ସାରା ଦେଶରେ ସାତଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଏତିରେ କେଉଁ ରାଜ୍ୟରେ ଗୋଟିଏ ପର୍ଯ୍ୟାୟ ତ କେଉଁ ରାଜ୍ୟରେ ପାଞ୍ଚଟି ପର୍ଯ୍ୟାୟ ନିର୍ବାଚନ ହେବ।

ହେଲେ ନିର୍ବାଚନ କମିଶନର ଘୋଷଣା କରିଥିବା ବିଭିନ୍ନ ପର୍ଯ୍ୟାୟ ମଧ୍ୟରେ ଦେଶର ଏମିତି କେତେକ ରାଜ୍ୟ ଅଛି ଯେଉଁଠି ପୁରା ସାତଟି ପର୍ଯ୍ୟାୟ ନିର୍ବାଚନ ହେବ। ଆସନ୍ତୁ ଜାଣିବା କେଉଁ ରାଜ୍ୟରେ କେତେ ପର୍ଯ୍ୟାୟ ନିର୍ବାଚନ ହେବ।

ଗୋଟିଏ ପର୍ଯ୍ୟାୟ ନିର୍ବାଚନରେ ୨୨ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ:

ଅରୁଣାଚଳ ପ୍ରଦେଶ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପ, ଆନ୍ଧ୍ରପ୍ରଦେଶ, ଚଣ୍ଡିଗଡ଼, ଦିଲ୍ଲୀ, ଗୋଆ, ଗୁଜୁରାଟ, ହିମାଚଳ ପ୍ରଦେଶ, ହରିୟାଣା, କେରଳ, ଲକ୍ଷ୍ମୀଦୀପ, ଲଦାଖ, ମିଜୋରାମ, ମେଘାଳୟ, ନାଗାଲାଣ୍ଡ, ପୁଡୁଚେରୀ, ସିକ୍କିମ, ତାମିଲନାଡୁ, ପଞ୍ଜାବ ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ।

ଦୁଇଟି ପର୍ଯ୍ୟାୟରେ ୪ ରାଜ୍ୟର ମତଦାନ: ସେଗୁଡିକ ହେଲା କର୍ଣ୍ଣାଟକ, ରାଜସ୍ଥାନ, ତ୍ରିପୁରା, ମଣିପୁର

ତିନୋଟି ପର୍ଯ୍ୟାୟରେ ଦୁଇଟି ରାଜ୍ୟରେ ମତଦାନ: ସେଗୁଡିକ ହେଲା ଛତିଶଗଡ ଓ ଆସାମ

ଚାରୋଟି ପର୍ଯ୍ୟାୟରେ ତିନୋଟି ରାଜ୍ୟରେ ମତଦାନ: ଓଡ଼ିଶା, ମଧ୍ୟପ୍ରଦେଶ, ଝାଡଖଣ୍ଡ

ପାଞ୍ଚଟି ପର୍ଯ୍ୟାୟରେ ଦୁଇଟି ରାଜ୍ୟ : ମହାରାଷ୍ଟ୍ର, ଜାମ୍ମୁ କାଶ୍ମୀର

ସାତଟି ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ରାଜ୍ୟଗୁଡିକ :  ଉତ୍ତରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ

ପ୍ରଥମ ପର୍ଯ୍ୟାୟ ଭୋଟ୍ ଏପ୍ରିଲ୍ ୧୯ ରେ ହେବ, ଏପ୍ରିଲ୍ ୨୬ ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍, ମେ ୭ ରେ ୩ୟ ପର୍ଯ୍ୟାୟ ଭୋଟ୍, ମେ ୧୩ ରେ ୪ର୍ଥ ପର୍ଯ୍ୟାୟ  ଭୋଟ୍, ମେ ୨୦ ତାରିଖରେ ୫ମ ପର୍ଯ୍ୟାୟ  ଭୋଟ୍, ମେ ୨୫ ରେ ୬ଷ୍ଠ ପର୍ଯ୍ୟାୟ  ଭୋଟ୍ ଏବଂ ୭ମ ପର୍ଯ୍ୟାୟ ଭୋଟ୍ ଜୁନ୍ ୧ ତାରିଖରେ ହେବ।

Related posts