ଲେଖକ: ସମୀର ପଣ୍ଡିତ, ନିର୍ଦ୍ଦେଶକ, ବି.ଇ.ଇ
୨୦୭୦ ମସିହା ପର୍ଯ୍ୟନ୍ତ କାର୍ବନ ଉତ୍ସର୍ଜନକୁ ଶୂନ୍ୟ କରିବା ହେଉଛି ଭାରତର ଲକ୍ଷ୍ୟ। ସେଥିପାଇଁ ଇଲେକ୍ଟ୍ରିକ୍ ଯାନ (ଇ.ଭି.) ପରିବହନ କ୍ଷେତ୍ରକୁ କାର୍ବନ ମୁକ୍ତ କରିବା ଦିଗରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସମ୍ପ୍ରତି ଇଲେକ୍ଟ୍ରିକ୍ ଯାନକୁ ବ୍ୟାପକ ଆକାରରେ ଆପଣାଇବା ଏକ ବିଶ୍ୱସନୀୟ ଏବଂ ସୁଲଭ ଚାର୍ଜିଂ ଭିତ୍ତିଭୂମି ଉପରେ ନିର୍ଭରଶୀଳ।
ଏହାକୁ ଅଧିକ ସୁବିଧାଜନକ କରିବା ନିମନ୍ତେ ଭାରତ ସରକାର ଇଲେକ୍ଟ୍ରକ୍ ବାହନ ଚାର୍ଜିଂ ସଂସାଧନର ସ୍ଥାପନା ଏବଂ ସଂଚାଳନ ନିମନ୍ତେ ମାର୍ଗ ଦର୍ଶିକା ୨୦୨୪ ଜାରି କରିଛନ୍ତି। ଏହା ଦେଶବ୍ୟାପୀ ଚାର୍ଜିଂ ଷ୍ଟେସନମାନ ସ୍ଥାପନାରେ କ୍ଷିପ୍ରତା ଆଣିବା ଦିଗରେ ଡିଜାଇନ୍ ପ୍ରସ୍ତୁତ କରିବା ସକାଶେ ଏକ ଢାଞ୍ଚା ଭାବେ କାର୍ଯ୍ୟ କରିବ।
ଏକ ମଜଭୁତ ଇ. ଭି ଚାର୍ଜିଂ ନେଟୱାର୍କର ନିର୍ମାଣ କେବଳ ଲୋକମାନଙ୍କ ସୁବିଧା ନିମନ୍ତେ ନୁହେଁ, ଅପରନ୍ତୁ ଶକ୍ତି, ସୁରକ୍ଷା, ନବୀକରଣ ଶକ୍ତିର ଲାଭ ଉଠାଇବା ଏବଂ ବାୟୁର ଗୁଣବତ୍ତାରେ ସୁଧାର ଆଣିବା ମଧ୍ୟ ସମ ପରିମାଣରେ ମହତ୍ତ୍ୱପୂର୍ଣ୍ଣ। ଏଭଳି ବିକାଶ ଦ୍ୱାରା ନୂତନ ଉଦ୍ଦ୍ୟୋଗ ସୃଜନ, ରୋଜଗାର ସୃଷ୍ଟି କରିବା ଏବଂ ନବୀକରଣ ଶକ୍ତି, ବ୍ୟାଟେରୀ ପ୍ରଯୁକ୍ତି ଏବଂ ସ୍ମାର୍ଟ ଗ୍ରୀଡ୍ ବ୍ୟବସ୍ଥାରେ ନବାଚାରକୁ ବୃଦ୍ଧି କରିବାର ସମ୍ଭାବନା ରହିଛି।
ଇଭି ଚାର୍ଜିଂ ସଂସାଧନ ନିମନ୍ତେ ମାର୍ଗ ଦର୍ଶିକା ୨୦୨୪ର ମୁଖ୍ୟ ବିଶେଷତା
ଏହି ମାର୍ଗ ଦର୍ଶିକା ୨୦୨୪ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଉଭୟ କ୍ଷେତ୍ର ଏବଂ ଦୁଇଚକିଆ ଯାନବାହନ ଠାରୁ ନେଇ ଭାରୀ ଯାନ ଯଥା ଟ୍ରକ୍ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ବାହନର ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ଚାର୍ଜିଂ ସଂସାଧନ ଯୁଟାଇବା ଦିଗରେ କ୍ଷିପ୍ର ଗତିରେ ବିସ୍ତାରଣକୁ ସୁନିଶ୍ଚିତ କରିବା ଦିଗରେ ଏକ ସ୍ପଷ୍ଟ ରୋଡ୍ ମ୍ୟାପ୍ ପ୍ରଦାନ କରେ ।
ଦିଶା ନିର୍ଦ୍ଦେଶ ୨୦୨୪ର ମୁଖ୍ୟ ବିଶେଷତାଗୁଡ଼ିକ ହେଲା..
୧.ସାର୍ବଜନିକ ଏବଂ ଘରୋଇ ଚାର୍ଜିଂ ଷ୍ଟେସନ: ମାର୍ଗ ଦର୍ଶିକା ୨୦୨୪ରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ କ୍ଷେତ୍ରମାନଙ୍କରେ ନିୟମିତ ସମୟ ବ୍ୟବଧାନ ଉପରେ ସାର୍ବଜନିକ ଚାର୍ଜିଂ ଷ୍ଟେସନମାନଙ୍କର ନିର୍ମାଣ ଅନିବାର୍ଯ୍ୟ କରାଯାଇଛି, ଯଦ୍ୱାରା ଚାର୍ଜିଂ ସଂସାଧନ ପର୍ଯ୍ୟନ୍ତ ପହଞ୍ଚ ସୁନିଶ୍ଚିତ କରାଯାଇପାରିବ। ଇ.ଭି.କୁ ପ୍ରୋତ୍ସାହିତ କରିବା ନିମନ୍ତେ ଏହାର ଉପଲବ୍ଧତା ମହତ୍ତ୍ୱପୂର୍ଣ୍ଣ।
ସେଗୁଡ଼ିକ ଆବାସୀୟ ପରିସର, କାର୍ଯ୍ୟାଳୟ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନମାନଙ୍କରେ ନିଜସ୍ୱ ଚାର୍ଜି ପଏଣ୍ଟକୁ ପ୍ରୋତ୍ସାହନ ଯୋଗାଇଥାଏ। ଏହା ଲୋକମାନଙ୍କୁ ଏବଂ ବ୍ୟବସାୟ ସଂସ୍ଥାମାନଙ୍କ ପର୍ଯ୍ୟନ୍ତ ପହଞ୍ଚକୁ ସରଳ କରିଥାଏ ଏବଂ ସହରାଞ୍ଚଳ ଏବଂ ଉପ- ନଗରୀୟ ନିବାସୀମାନଙ୍କ ମଧ୍ୟରେ ଇଲେକ୍ଟ୍ରିକ୍ ଯାନକୁ ଆପଣାଇବା ତଥା ଏହାର ବ୍ୟବହାର ବୃଦ୍ଧି କରିଥାଏ।
ଜଣେ ଇଲେକ୍ଟ୍ରିକ୍ ବାହନ ଉପଯୋଗକର୍ତ୍ତା ଭାବରେ, ଆପଣଙ୍କୁ ଦିଲ୍ଲୀ ଠାରୁ ସିମଳା ଯାତ୍ରା କରିବା ସମୟରେ ନିଜର ଇଲେକ୍ଟ୍ରିକ୍ ଯାନର ବ୍ୟାଟେରୀକୁ ଚାର୍ଜ କରିବା ସକାଶେ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ । ଆପଣଙ୍କୁ ରାଜମାର୍ଗ ଉପରେ ପ୍ରତ୍ୟେକ ୨୦ କିଲୋମିଟର ଦୂରତାରେ ଗୋଟିଏ ଲେଖାଏଁ ଚାର୍ଜିଂ ପଏଣ୍ଟ ମିଳି ପାରିବ । ସହରରୁ ବାହାରିବା ପରେ, ଆପଣ ବିନା ଚିନ୍ତାରେ ନିଜର ଘର କିମ୍ବା କାର୍ଯ୍ୟାଳୟରେ ଏହାକୁ ଚାର୍ଜ କରିପାରିବେ।
୨. ପାରସ୍ପରିକତା (ଇଣ୍ଟର- ଅପରେବିଲିଟି): ମାର୍ଗ ଦର୍ଶିକା ୨୦୨୪ର ଏକ ପ୍ରମୁଖ ବିଶେଷତା ହେଲା ବିଭିନ୍ନ ଚାର୍ଜିଂ ନେଟୱାର୍କ ମଧ୍ୟରେ ପାରସ୍ପରିକତା ଉପରେ ଜୋର୍ ଦେବା। ଏହାର ଅର୍ଥ ହେଲା ଯେ ଇଲେକ୍ଟ୍ରି୍କ୍ ଯାନ ୁପଯୋଗକର୍ତ୍ତା ଚାର୍ଜିଂ ଉପକରଣର ନିର୍ମାତା ଅଥବା ବାହନର ପ୍ରକାର ନେଇ କୌଣସି ଚିନ୍ତା ବିନା କୌଣସି ଚାର୍ଜିଂ ଷ୍ଟେସନରେ ନିଜର ବାହନକୁ ଚାର୍ଜ କରିପାରିବେ।
ଏହା ସୁନିଶ୍ଚିତ କରିବା ସକାଶେ ଏକଥା ଜାଣିବା ଜରୁରି ଯେ ଚାର୍ଜିଂ ସଂସାଧନ ଯେଭଳି ବ୍ୟାପକ ରୂପରେ ସୁଲଭ ଏବଂ ଉପଯୋଗକର୍ତ୍ତାମାନଙ୍କ ପାଇଁ ଅନୁକୂଳ ହୋଇଥିବ। ଇଲେକ୍ଟ୍ରୋନିକ୍ ଯାନ ଉପଯୋଗକର୍ତ୍ତମାନଙ୍କ ନିମନ୍ତେ ପାରସ୍ପରିକ୍ତା ସମ୍ଭାବିତ ରୂପେ କମ୍ ଟିକସ ସହିତ କିଛି ଚାର୍ଜିଂ ନେଟୱାର୍କ ପର୍ଯ୍ୟନ୍ତ ପହଞ୍ଚକୁ ସକ୍ଷମ କରି ଅଧିକ ସୁବିଧା, ନମନୀୟତା, କମ୍ ରେଞ୍ଜ୍ର ଚିନ୍ତା, ମୂଲ୍ୟ ହ୍ରାସ ଭଳି ସୁବିଦା ପ୍ରଦାନ କରିଥାଏ।
ଏଥି ନିମନ୍ତେ, ଆଗାମୀ ଥର ଯେତେବେଳେ ଆପଣ ଯେତେବେଳେ ଯାତ୍ରା କରୁଛନ୍ତି, ସେତେବେଳେ ଆପଣ ରାଜମାର୍ଗ କିମ୍ବା ସହରର ସାର୍ବଜନୀନ ଚାର୍ଜିଂ ଷ୍ଟେସନରେ ନିଜର ଇଲେକ୍ଟ୍ରିକ୍ ଯାନକୁ ଚାର୍ଜ କରିବା ନିମନ୍ତେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରି ହତାଶ ହେବାକୁ ପଡ଼ିବନାହିଁ। ଚାର୍ଜିିଂର ପାରସ୍ପରିକତା ନିମନ୍ତେ ଧନ୍ୟବାଦ, ଆପଣ ନିକଟତମ ଚାର୍ଜିଂ ଷ୍ଟେସନ ସମ୍ପର୍କରେ ଅବିଳମ୍ବେ ପତା ଲଗାଇବା ସକାଶେ ଯେକୌଣସି ଚାର୍ଜିଂ ସେବା ପ୍ରଦାତାଙ୍କ ମୋବାଇଲ୍ ଏପ୍ର ଉପଯୋଗ କରିପାରିବେ।
୩. ସ୍ମାର୍ଟ ଚାର୍ଜିଂ: ମାର୍ଗ ଦର୍ଶିକା ୨୦୨୪ ସ୍ମାର୍ଟ ଚାର୍ଜସ୍ର ଉପଯୋଗକୁ ପ୍ରୋତ୍ସାହନ ଯୋଗାଉଛି ଯାହା ଫଳରେ ବର୍ଯ୍ୟକୁ ଅନୁକୂଳିତ କରିବା ନିମନ୍ତେ ଗ୍ରୀଡ଼୍ ପ୍ରବନ୍ଧନ ପ୍ରଣାଳୀଗୁଡ଼ିକ ସହିତ ଏକୀକୃତ ହୋଇଥାଏ। ସ୍ମାର୍ଟ ଚାର୍ଜର ଉପଯୋଗକର୍ତ୍ତାମାନଙ୍କର ବ୍ୟସ୍ତ ସମୟ ବ୍ୟତୀତ ( ଅଫ୍- ପିକ୍) ଚାର୍ଜିଂ ବ୍ୟବସ୍ଥାର ସମୟ ନିର୍ଘଣ୍ଟ କରିବା ଫଳରେ ବିଜୁଳି ଦର କମ୍ ହୋଇଥାଏ। ଏହା ଫଳରେ ମୂଲ୍ୟ ମଧ୍ୟ ହ୍ରାସ ପାଇଥାଏ ଏବଂ ପାୱାର ଗ୍ରୀଡ଼୍ ଉପରେ କମ୍ ଚାପ ପଡ଼ିଥାଏ।
ସ୍ମାର୍ଟ ଚାର୍ଜର ଉପଯୋଗକର୍ତ୍ତାମାନଙ୍କୁ ଅଫ୍ ପିକ୍ ଅବଧି ମଧ୍ୟରେ ଚାର୍ଜିଂ ମୂଲ୍ୟ କମ୍ କରିବାକୁ ସକ୍ଷମ ହୋଇଥାଆନ୍ତି। ଯାତ୍ରା ନିମନ୍ତେ ଚାର୍ଜିଂ ଷେ୍ସନ୍ର ଉପଲବ୍ଧତା ଉପରେ ବାସ୍ତବିକ୍ ସମୟର ସୂଚନା ପ୍ରଦାନ କରାଯାଇଥାଏ। ଏକ ଡିସ୍କମ୍ ଭାବରେ, ଆପଣ ନିଜ ଗ୍ରୀଡ଼କୁ ସ୍ଥିର କରିବାରେ ମଧ୍ୟ ସହଯୋଗ କରିବା ସକାଶେ ସ୍ମାର୍ଟ ଇ. ଭି. ଚାର୍ଜର୍ସକୁ ପ୍ରାଥମିକତା ପ୍ରଦାନ କରିବା ଜରୁରି।
ଇ. ଭି.କୁ ସିଷ୍ଟମ୍ରେ ଅତି ସହଜରେ ଏକୀକୃତ କରିବାକୁ ଅନୁମତି ଦେବା ଆବଶ୍ୟକ, କାରଣ ଅପ୍ରବନ୍ଧିତ ଚାର୍ଜିଂ ଆପଣଙ୍କ ଗ୍ରୀଡ଼କୁ ଓଭରଲୋଡ୍ କରି ଆପଣଙ୍କ ପରିଚାଳନା ବ୍ୟୟକୁ ମଧ୍ୟ ବଢ଼ାଇ ଦେଇଥାଏ ଏବଂ ଗ୍ରୀଡ଼୍ର ବିଶ୍ୱସନୀୟତା ଏବଂ ସ୍ଥିରତା ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ।
୪. ସୁରକ୍ଷା ଏବଂ ବିଶ୍ୱସନୀୟତା ମାନକ: ମାର୍ଗ ଦର୍ଶିକ ୨୦୨୪ରେ ଚାର୍ଜିଂ ଷ୍ଟେସନ ନିମନ୍ତେ ସୁଦୃଢ଼ ସୁରକ୍ଷା ମାନକମାନ ନିର୍ଦ୍ଧାରଣକୁ ବାଧ୍ୟତାମୂଳକ କରାଯାଇଛି । ଏହା ଫଳରେ ଅଗ୍ନି ସୁରକ୍ଷା, ବିଜୁଳି ବିପଦ ଭଳି ବିପଦଠାରୁ ସୁରକ୍ଷା ଏବଂ ସ୍ପଷ୍ଟ ସଂକେତ ପ୍ରଦାନ ସାମିଲ । ଏହା ସାର୍ବଜନିକ ଷ୍ଟେସନଗୁଡ଼ିକ ନିମନ୍ତେ ଉପଯୋଗକର୍ତ୍ତାଙ୍କ ଚିନ୍ତା ଓ ଆଶଙ୍କାକୁ କମ୍ କରିବା ସକାଶେ ଏକାନ୍ତ ମହତ୍ତ୍ୱପୂର୍ଣ୍ଣ ।
ଏହା ବ୍ୟତୀତ, ସେଗୁଡ଼ିକୁ ଅନୁଲବ୍ଧ ଚାର୍ଜିଂ ପଏଣ୍ଟ କାରଣରୁ ଡାଇଭରମାନଙ୍କୁ ଅଯଥାରେ ଅଟକି ରହିବାଭଳି ସମସ୍ୟାକୁ ଏଡାଇବା ନିମନ୍ତେ ରାଜମାର୍ଗ ପାଶ୍ୱର୍ରେ ଥିବା ଷ୍ଟେସନମାନଙ୍କରେ ନିର୍ବାଧ ସେବା ଆବଶ୍ୟକତା ପଡ଼ିଥାଏ। ସେଥିପାଇଁ ଗୋଟିଏ ଇ. ଭି ଉପଯୋଗକର୍ତ୍ତା ଭାବରେ ସୁରକ୍ଷିତ, ଉଚ୍ଚ- ଗୁଣବତ୍ତାଯୁକ୍ତ ତଥା ବିଶ୍ୱସନୀୟ ଚାର୍ଜର ହେବାର ଉଦ୍ଦେଶ୍ୟ ହେଲା ଆପଣମାନଙ୍କୁ ବିଜୁଳିର ଝଟକା, ଅଗ୍ନି ଅବା ଅନ୍ୟ କୌଣସି ପ୍ରକାର ସମ୍ଭାବିତ ବିପଦ ସର୍ମ୍ପର୍କରେ ଆଶଙ୍କା କରିବାର ଆବଶ୍ୟକତା ରହିବ ନାହିଁ।
ଏହା ଫଳରେ ଆପଣମାନେ ନିଶ୍ଚିନ୍ତ ରହିପାରିବେ ଏବଂ ଆପଣମାନଙ୍କ ଯାନବାହନ ମଧ୍ୟ ସୁରକ୍ଷିତ ଭାବେ ଚାର୍ଜ ହୋଇପାରିବ। ଏହା ସହିତ, ବିଶ୍ୱସନୀୟ ଚାର୍ଜର ସହିତ, ଆପଣ ତ୍ରୁଟିଯୁକ୍ତ ଉପକରଣମାନଙ୍କ କାରଣରୁ ସଡ଼କରେ ଫସି ରହିବାର କୌଣସି ଆଶଙ୍କା ରହିବନାହିଁ। ଏହା ଫଳରେ ଆପଣଙ୍କ ଯାତ୍ରା ମଧ୍ୟ ସହଜ ଏବଂ ସମସ୍ୟାମୁକ୍ତ ହୋଇପାରିବ।
୫. ଘରୋଇ ନିବେଶକମାନଙ୍କୁ ପ୍ରୋତ୍ସାହନ ଏବଂ ସହାୟତା: ସରକାର ଇ. ଭି. ଚାର୍ଜିଂ ସଂସାଧନର ବିକାଶକୁ ପ୍ରୋତ୍ସାହନ ପ୍ରଦାନ ଏବଂ ଚାର୍ଜିଂ ସଂସାଧନ ସ୍ଥାପନ କରିବା ସକାଶେ ଭୂମିୂ ଉପଲବ୍ଧତାକୁ ବଢ଼ାଇବାର ଏକ ଅଭିନବ ବ୍ୟବସାୟିକ ମଡେଲକୁ ପ୍ରୋତ୍ସାହିତ କରୁଛନ୍ତି। ସେଥିପାଇଁ ଅନେକ ପ୍ରକାର ଆର୍ଥିକ ପ୍ରୋତ୍ସାହନ ଯୋଗାଣରୁ ମଧ୍ୟ ବ୍ୟବସ୍ଥା କରିଛନ୍ତି।
ଏହିସବୁ କାର୍ଯ୍ୟପନ୍ଥା ଗ୍ରହଣର ଉଦ୍ଦେଶ୍ୟ ହେଉଛି ଇ. ଭି. ଚାଜିଂ ଉପରେ ମୂଲ୍ୟକୁ କମ୍ କରିବା ଏବଂ ବିଶେଷ ଭାବରେ ଗ୍ରାମୀଣ ଏବଂ କମ୍ ସେବାଯୁକ୍ତ କ୍ଷେତ୍ରରେ ଏହାର ସ୍ଥାପନାକୁ ଅଧିକ ସରଳରେ ପରିଣତ କରିବା। ଏହି ପରିପ୍ରେକ୍ଷୀରେ ଜାରି ମାର୍ଗ ଦର୍ଶିକା ସରକାରୀ- ଘରୋଇ ଭାଗିଦାରୀ ( ପି. ପି. ପି.)କୁ ଚାର୍ଜିଂ ଷ୍ଟେସନଗୁଡ଼ିକର ସ୍ଥାପନାରେ କ୍ଷିପ୍ରତା ଆଣିବା ନିମନ୍ତେ ପ୍ରୋତ୍ସାହନ ଯୋଗାଉଛି।
ଘରୋଇ କ୍ଷେତ୍ରର ସଂସାଧନ ଏବଂ ବିଶେଷଜ୍ଞତାରୁ ଫାଇଦା ଉଠାଇ, ସ୍ଥାନୀୟ ପ୍ରଶାସନ ଇ. ଭି. ଚାର୍ଜିଂ ନେଟୱାର୍କକୁ ଅଧିକ କୁଶଳତାର ସହିତ ବିସ୍ତାର କରିଥାଏ। ଚାର୍ଜିଂ ବ୍ୟବସାୟରେ ନିବେଶ କରିବାକୁ ଇଚ୍ଛୁକ ଜଣେ ଚାର୍ଜ ପଏଣ୍ଟ ଅପରେଟର ଭାବରେ ଆପଣଙ୍କୁ ଏକଥା ଅବଶ୍ୟ ଜଣା ଯେ ଚାର୍ଜିଂ ଷ୍ଟେସନ ସ୍ଥାପନ କରିବା ପାଇଁ ସବୁଠାରୁ ଅଧିକ ଅର୍ଥ ଭୂମି ପାଇଁ ବ୍ୟୟ କରିବାକୁ ହୋଇଥାଏ।
ଇଲେକ୍ଟ୍ରିକ୍ ଯାନବାହନର ବର୍ଦ୍ଧିଷ୍ଣୁ ଆବଶ୍ୟକତା, ସୁଲଭ ମୂଲ୍ୟରେ ଭୂମି ପର୍ଯ୍ୟନ୍ତ ପହଞ୍ଚ ଏବଂ ପ୍ରଚାର ଆମଦାନୀ ଭୂମି ଶୁଳ୍କର ଉପଳବ୍ଧତା ସହିତ ଆପଣ ପ୍ରାରମ୍ଭିକ ସ୍ତରରେ ନିଜର ନିବେଶ ଏବଂ ପରିଚାଳନା ବ୍ୟୟକୁ ଯଥେଷ୍ଟ କମ୍ କରିଥାଏ। ରଣନୀତିକ ସ୍ଥାନମାନଙ୍କରେ ଚାର୍ଜିଂ ଷ୍ଟେସନ ସ୍ଥାପନ କରି, ଆପଣ ଇ. ଭି. ଯାନବାହନ ଚଲାଉଥିବା ଲୋକମାନଙ୍କୁ ଉତ୍ତମ ସେବା ପ୍ରଦାନ କରିପାରିବେ ଏବଂ ଅଧିକ ମଜଭୁତ ଚାର୍ଜିଂ ସଂସାଧନ ସହିତ ମଧ୍ୟ ଯୋଗଦାନ କରିପାରିବେ ଯାହା ଇଲେକ୍ଟ୍ରିକ୍ ଯାନବାହନକୁ ଆପଣାଇବା ସକାଶେ ଲୋକମାନଙ୍କୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଜରୁରି ପଦକ୍ଷେପ।
୬. ଅକ୍ଷୟ ଶକ୍ତି: ଇଲେକ୍ଟ୍ରିକ୍ ଯାନ ସମ୍ପର୍କରେ ଜାରି ମାର୍ଗ ଦର୍ଶିକା ସୌର ଏବଂ ପବନ ଭଳି ଅକ୍ଷୟ ଶକ୍ତି ସ୍ରୋତ ସହିତ ଚାର୍ଜିଂ ଷ୍ଟେସନଗୁଡ଼ିକୁ ଯୋଡ଼ିବାକୁ ପ୍ରୋତ୍ସାହନ ଯୋଗାଉଛି । ଏହା ସୁନିଶ୍ଚିତ କରୁଛି ଯେ ଇ. ଭି. ସ୍ୱଚ୍ଛ ଶକ୍ତି ଦ୍ୱାରା ସଂଚାଳିତ ହେଉ ଏବଂ ଏହାର ପର୍ଯ୍ୟାବରଣୀୟ ପ୍ରଭାବକୁ କମ୍ ହେଉ। ଆପଣମାନେ ନିଜର କାର୍ବନ ଉତ୍ସର୍ଜନକୁ ହ୍ରାସ କରିବା ସକାଶେ ଏବଂ ନିଜର ଚାର୍ଜିଂ ଖର୍ଚ୍ଚକୁ କମ୍ କରିବା ନିମନ୍ତେ ନିଜର ଇ. ଭି. ବ୍ୟାଟେରୀକୁ ଅକ୍ଷୟ ଶକ୍ତିରେ ଚାର୍ଜ କରିବାକୁ ପସନ୍ଦ କରିବେ।
ଆପଣ ଏଭଳି ରିହାତିରୁ ଲାଭ ଉଠାଇବା ନିମନ୍ତେ ସକଳା ୯,୦୦ ଠାରୁ ସନ୍ଧ୍ୟା ୪.୦୦ ମଧ୍ୟରେ ସୂର୍ଯ୍ୟ ଥିବା ଅବଧିରେ ସାର୍ବଜନୀନ ଚାର୍ଜିଂ ଷ୍ଟେସନ, ଘରେ କିମ୍ବା କାର୍ଯ୍ୟାଳୟରେ ନିଜର ଯାନକୁ ଚାର୍ଜ କରିବାକୁ ଅବଶ୍ୟ ପସନ୍ଦ କରିବେ। ଏହିଭଳି ଭାବରେ ଆପଣ ପ୍ରଥମରୁ ବ୍ୟସ୍ତ ରହୁଥିବା ଗ୍ରୀଡ଼ ଉପରେ ଲୋଡ୍ ନ ବଢ଼ାଇ ଏବଂ ସନ୍ଧ୍ୟାବେଳର ବ୍ୟସ୍ତବହୁଳ ସମୟରେ ମୂଲ୍ୟକାଟ (ଆଉଟେଜ୍)ରେ ଯୋଗଦାନ କରିବା ବିନା ନିଜର ଇ. ଭି.କୁ ଚାର୍ଜ କରିପାରିବେ।
ଇ.ଭି. ଚାର୍ଜିଂ ସଂସାଧନର ସ୍ଥାପନା ଏବଂ ସଂଚାଳନ ନିମନ୍ତେ ମାର୍ଗଦର୍ଶିକା ୨୦୨୪ ଭାରତକୁ ସ୍ଥାୟୀ ଶକ୍ତି ଭବିଷ୍ୟତ ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ଚାର୍ଜିଂ ସଂସାଧନ କ୍ଷେତ୍ରରେ ଥିବା ସମସ୍ୟାବଳୀଗୁଡ଼ିକୁ ସମାଧାନ କରି ଏବଂ ଇ. ଭି.କୁ ଆପଣାଇବା ପ୍ରୟାସକୁ ବଢ଼ାଇବା ଲକ୍ଷ୍ୟରେ ଏହି ମାର୍ଗ ଦର୍ଶିକା ଏକ ସ୍ୱଚ୍ଛ ପରିବହନ ପ୍ରଣାଳୀର ଆଧାର ପ୍ରସ୍ତୁତ କରିଛି।
ଏକ ବ୍ୟାପକ ଇ.ଭି. ଚାର୍ଜିଂ ନେଟୱାର୍କ ଜୀବାଷ୍ମ ଇନ୍ଧନ ଉପରେ ନିର୍ଭରତାକୁ କମ୍ କରିବ, ଯାନବାହନରୁ ନିର୍ଗତ କାର୍ବନ ଉତ୍ସର୍ଜନକୁ ମଧ୍ୟ ହ୍ରାସ କରିବ ଏବଂ ବାୟୁର ଗୁଣବତ୍ତାକୁ ସୁଧାରିବାରେ ସହାୟକ ହେବ। ଭାରତ ପାଇଁ ଏହା ସ୍ୱଚ୍ଛ ଶକ୍ତି ଲକ୍ଷ୍ୟର ଅନୁରୂପ ହୋଇପାରିବ। ଦେଶ ଅକ୍ଷୟ ଶକ୍ତି ଦିଗରେ ଆଗକୁ ଯେତିକି ଯେତିକି ବଢ଼ିଚାଲିବ, ଏହି ମାର୍ଗ ଦର୍ଶିକା ଅଧୀନରେ ଇଲେକ୍ଟ୍ରିକ୍ ଯାନବାହନକୁ ଆପଣାଇବା ଏହାର ଶକ୍ତି ପରିବର୍ତ୍ତନ ରଣନୀତି ନିମନ୍ତେ ଅଧିକ ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଚାଲିବ।