Categories
ଆଜିର ଖବର ଜାତୀୟ ଖବର ସିନେମା

କଙ୍ଗନା ରାନାୱାତଙ୍କ ଚଳଚିତ୍ର ‘ଏମରଜେନ୍ସି’ ମୁକ୍ତିଲାଭ କରିବ, ହେଲେ କେତେକ ଦୃଶ୍ୟକୁ ଦିଆଯିବ ବାଦ

ନୂଆଦିଲ୍ଲୀ: କଙ୍ଗନା ରଣାୱତଙ୍କ ଅଭିନିତ ‘ଏମରଜେନ୍ସି’ ମୁକ୍ତିଲାଭ କରିବ, ହେଲେ କେତେକ ଦୃଶ୍ୟକୁ କାଟିବାକୁ ପଡିବ। ଆଜି ଏହି ଘୋଷଣା କରିଛି କେନ୍ଦ୍ର ଚଳଚିତ୍ର ସେନସର ବୋର୍ଡ। ଏହି ଚଳଚିତ୍ରଟି ଦେଖିବା ପରେ ପ୍ରଯୋଜନା ସଂସ୍ଥାକୁ କେତେକ ବିବାଦୀୟ ଦୃଶ୍ୟକୁ ବାଦ ଦେବା ପାଇଁ କହିଛି ବୋର୍ଡ। ଏହାପରେ ମୁକ୍ତିଲାଭ କରାଯିବ ବୋଲି ବୋର୍ଡ କହିଛି।

ଏହି ଚଳଚ୍ଚିତ୍ରଟି ସେପ୍ଟେମ୍ବର ୬ ତାରିଖରେ ମୁକ୍ତିଲଭା କରିବାର ଥିଲା, କିନ୍ତୁ କେତେକ ଐତିହାସିକ ତ୍ରୁଟି ଅଭିଯୋଗ ଆସିବା ଏବଂ ଶିଖ ସମ୍ପ୍ରଦାୟ ଏହାକୁ ବିରୋଧ କରିବା ପରେ ଚଳଚିତ୍ରଟି ମୁକ୍ତି ଲାଭ କରିପାରି ନ ଥିଲା। ଏହି ଚଳଚ୍ଚିତ୍ରଟି ୧୯୭୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତି ଉପରେ ଆଧାରିତ।

ଏହି ଚଳଚିତ୍ର ରିଲିଜକୁ ଶିଖ ସଂଗଠନଗୁଡ଼ିକ ବିରୋଧ କରିଛନ୍ତି ଏବଂ ଏହାର ପ୍ରତିବନ୍ଧକ ମଧ୍ୟ ଦାବି କରିଛନ୍ତି। ବିବାଦ କାରଣରୁ ଫିଲ୍ମଟି ସେନସର ବୋର୍ଡ ଦ୍ୱାରା ସାର୍ଟିଫିକେଟ୍ ଦିଆଯାଇ ନ ଥିଲା।

Categories
ଆଜିର ଖବର ଜାତୀୟ ଖବର ସିନେମା

ଆଜି ରିଲିଜ ହୋଇପାରିବ ନାହିଁ କଙ୍ଗନା ରାନାୱତଙ୍କ ‘ଏମରଜେନ୍ସି’ : ଏହି ତାରିଖରେ କୋର୍ଟ କରିବେ ଶୁଣାଣି

ନୂଆଦିଲ୍ଲୀ: କଙ୍ଗନା ରଣାୱତଙ୍କ ‘ଏମରଜେନ୍ସି’ ବିବାଦ ଘେରରେ ରହିଛି। ବାସ୍ତବରେ ଶିଖ ସଂଗଠନଗୁଡ଼ିକ ଏହାର ରିଲିଜକୁ ବିରୋଧ କରିଛନ୍ତି ଏବଂ ଏହାର ପ୍ରତିବନ୍ଧକ ମଧ୍ୟ ଦାବି କରିଛନ୍ତି। ବିବାଦ କାରଣରୁ ଫିଲ୍ମଟି ସେନସର ବୋର୍ଡ ଦ୍ୱାରା ସାର୍ଟିଫିକେଟ୍ ଦିଆଯାଇନାହିଁ, ଯେଉଁଥିପାଇଁ ଏହାର ରିଲିଜ୍ ଅଟକି ଯାଇଛି। ଏହି ଚଳଚ୍ଚିତ୍ରଟି ଆଜି ମୁକ୍ତିଲାଭ କରିବାର ଥିଲା। କଙ୍ଗନା ରଣାୱତଙ୍କ ଫିଲ୍ମ ‘ଏମରଜେନ୍ସି’ ବମ୍ବେ ହାଇକୋର୍ଟରୁ ମଧ୍ୟ କୌଣସି ଆଶ୍ଵସ୍ତି ପାଇନାହିଁ। ଏଭଳି ପରିସ୍ଥିତିରେ କଙ୍ଗନା ରଣାୱତ ଏମରଜେନ୍ସି ରିଲିଜ୍ ତାରିଖ ସ୍ଥଗିତ ରଖିବାରେ ଯନ୍ତ୍ରଣା ଅନୁଭବ କରୁଛନ୍ତି।

କଙ୍ଗନା ରଣାୱତଙ୍କ ‘ଏମରଜେନ୍ସି’ ଉପରେ ନିଷ୍ପତ୍ତି କେବେ ଆସିବ?:

ସେପ୍ଟେମ୍ବର ୧୮ ତାରିଖ ସୁଦ୍ଧା ସାର୍ଟିଫିକେଟ୍ ଉପରେ ନିଷ୍ପତ୍ତି ନେବାକୁ ହାଇକୋର୍ଟ ବର୍ତ୍ତମାନ CBFC କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ମଧ୍ୟ ସିବିଏଫସିକୁ ତାଗିଦ କରିଛନ୍ତି। ବର୍ତ୍ତମାନ ଏହି ଆବେଦନକୁ ସେପ୍ଟେମ୍ବର ୧୯ ତାରିଖରେ କୋର୍ଟରେ ଶୁଣାଣି କରାଯିବ। ପ୍ରକାହ ଯୋଗ୍ୟ ଯେ, ଏହି ଚଳଚ୍ଚିତ୍ରର ରିଲିଜକୁ ଜବଲପୁର ହାଇକୋର୍ଟ ନିଷେଧ କରିଥିଲେ। ଏଭଳି ପରିସ୍ଥିତିରେ କଙ୍ଗନାଙ୍କ ଏମରଜେନ୍ସି ଆଜି ରିଲିଜ ହେବ ନାହିଁ। ସେପ୍ଟେମ୍ବର ୧୯ ତାରିଖରେ ଫିଲ୍ମ ବିଷୟରେ କେଉଁ ରାୟ ଆସିବ, ତାହା ଦେଖିବାକୁ ବାକି ରହିଲା।

Categories
ଆଜିର ଖବର ଜାତୀୟ ଖବର

‘କିଛି ଦାୟିତ୍ଵବାନ ପଦବୀରେ ଥିବା ଲୋକ ରାଷ୍ଟ୍ର ବିରୋଧୀ କାର୍ଯ୍ୟ କରିବାକୁ ପ୍ରସ୍ତୁତ’: ଜଗଦୀପ ଧନଖଡ଼

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆଜି ରାଜସ୍ଥାନ ହାଇକୋର୍ଟର ରଜତ ଜୟନ୍ତୀ ଉତ୍ସବରେ ଉଦବୋଧନ ଦେଇ ବାଂଲାଦେଶର ପରିସ୍ଥିତି ଏବଂ ଦେଶରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ବିଷୟରେ ଉଲ୍ଲେଖ କରିଛନ୍ତି। ଏହି ସମୟରେ ସେ ଦେଶର ଶକ୍ତିଶାଳୀ ନ୍ୟାୟିକ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି।

ଉପରାଷ୍ଟ୍ରପତି ଚେତାବନୀ ଦେଇଛନ୍ତି ଯେ, କେତେକ ରାଷ୍ଟ୍ର ବିରୋଧୀ ଲୋକ ଏହି କାହାଣୀ ଚଳାଇବାକୁ ଷଡଯନ୍ତ୍ର କରୁଛନ୍ତି। ଯାହା ଭାରତର ପଡୋଶୀ ଦେଶରେ ମଧ୍ୟ ଏହିପରି ଘଟଣା ପୁନରାବୃତ୍ତି ହେବ। ସେ କହିଛନ୍ତି ଯେ, ଏହି ଲୋକମାନେ ଦାୟିତ୍ଵବାନ ପଦବୀରେ ଅଛନ୍ତି, ତେବେ ସେମାନେ କିପରି ଏପରି ଦାୟିତ୍ଵହୀନ ବିବୃତ୍ତି ଦେଇପାରିବେ? ଏହିପରି ରାଷ୍ଟ୍ର ବିରୋଧୀ ଶକ୍ତି ଦେଶ ଭାଙ୍ଗିବାକୁ ପ୍ରସ୍ତୁତ ଏବଂ ଦେଶର ବିକାଶକୁ କ୍ଷୁର୍ଣ୍ଣ କରିବାକୁ ଚାହୁଁଛନ୍ତି।”

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ତି ଯେ, ଜାତୀୟ ସ୍ୱାର୍ଥ ସର୍ବାଧିକ ଏବଂ ଏଥିରେ ଆପୋଷ ସମାଧାନ ହୋଇପାରିବ ନାହିଁ। ନ୍ୟାୟ ବ୍ୟବସ୍ଥାରେ ରାଜ୍ୟଗୁଡିକର ହାଇକୋର୍ଟ ଏବଂ ପ୍ରଧାନ ବିଚାରପତିଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

ଏହି ସମୟରେ ସେ ୧୯୭୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ଵାରା ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ବିଷୟରେ ମଧ୍ୟ କହିଥିଲେ ଏବଂ ଏହାକୁ ସ୍ୱାଧୀନତା ପରେ ଦେଶର ଅନ୍ଧକାର ସମୟ ବୋଲି ବର୍ଣ୍ଣନା କରିଥିଲେ। ସେ କହିଛନ୍ତି ଯେ, ଜରୁରୀକାଳୀନ ପରିସ୍ଥିତି ବ୍ୟତୀତ ନ୍ୟାୟପାଳିକାରେ ଗଣତନ୍ତ୍ରକୁ ମଜବୁତ କରିବାର ଅବଦାନ ପ୍ରଶଂସନୀୟ। ଗଣତନ୍ତ୍ରର ମୌଳିକ ଭାବନା ​​ଜରୁରୀକାଳୀନ ସମୟରେ ଭାଙ୍ଗି ଯାଇଥିଲା।

ଉପରାଷ୍ଟ୍ରପତି ଜୁନ୍ ୨୫ ତାରିଖକୁ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରିଥିବାରୁ ଭାରତ ସରକାରଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଜରୁରୀକାଳୀନ ସମୟର ଅନ୍ଧକାର ସମୟ ବିଷୟରେ ଯୁବ ପିଢୀକୁ ଅବଗତ କରାଇବା ଜରୁରୀ ଅଟେ। ଆମର ନ୍ୟାୟପାଳିକା ଇନ୍ଦିରା ଗାନ୍ଧୀଙ୍କ ଏକଛତ୍ରବାଦୀ ଶାସନର ଶିକାର ହୋଇଥିଲେ। ଯଦି କୌଣସି ଜରୁରୀକାଳୀନ ପରିସ୍ଥିତି ହୋଇନଥାନ୍ତା, ତେବେ ଭାରତ ଦଶନ୍ଧି ପୂର୍ବରୁ ବିକାଶର ନୂତନ ଉଚ୍ଚତାରେ ପହଞ୍ଚିଥାନ୍ତା।

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ତି ଯେ, ଗଣତନ୍ତ୍ରରେ କ୍ଷମତାର ପୃଥକତାକୁ ସମ୍ମାନ ଦିଆଯିବା ଉଚିତ୍। ସଂସଦ ନ୍ୟାୟିକ ନିଷ୍ପତ୍ତି ଦେଇପାରିବ ନାହିଁ, ସେହିଭଳି କୋର୍ଟ ମଧ୍ୟ ଆଇନ ତିଆରି କରିପାରିବେ ନାହିଁ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଟର୍ବୁଲାନ୍ସରେ ଫସିଲା ବିମାନ, ଜରୁରୀକାଳୀନ ଅବତରଣ ସମୟରେ ୧ ମୃତ, ୩୦ ଆହତ

ନୂଆଦିଲ୍ଲୀ: ଖରାପ ପାଗ ଯୋଗୁଁ ଲଣ୍ଡନରୁ ସିଙ୍ଗାପୁର ଅଭିମୁଖେ ଯାତ୍ରା କରୁଥିବା ସିଙ୍ଗାପୁର ଏୟାରଲାଇନ୍ସର ବିମାନରେଟର୍ବୁଲାନ୍ସ ଯୋଗୁଁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ରଏଟର୍ସ ରିପୋର୍ଟ ଅନୁଯାୟୀ, ସିଙ୍ଗାପୁର ଏୟାରଲାଇନ୍ସର ଅଧିକାରୀମାନେ କହିଛନ୍ତି ଯେ, ସିଙ୍ଗାପୁର ଏୟାରଲାଇନ୍ସର ବିମାନ SQ321 ହିଥ୍ରୋ ବିମାନବନ୍ଦରରୁ ସିଙ୍ଗାପୁର ଅଭିମୁଖେ ଯାତ୍ରା କରୁଥିବାବେଳେ ବିମାନ ଉଡ଼ାଣରେ ଟର୍ବୁଲାନ୍ସ ଦେଖାଦେଇଥିଲା। ଏହି କାରଣରୁ ବିମାନଟି ସ୍ଥାନୀୟ ସମୟ ଅପରାହ୍ନ 3: 45 ରେ ବ୍ୟାଙ୍କକକ୍ ରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା।

ଜରୁରୀକାଳୀନ ଅବତରଣ କରିବା ସମୟରେ ବୋଇଙ୍ଗ 777-300ER ବିମାନ 211 ଯାତ୍ରୀ ଏବଂ 18 ଜଣ କ୍ରୁ ସଦସ୍ୟଙ୍କ ସହ ଲଣ୍ଡନରୁ ସିଙ୍ଗାପୁର ଅଭିମୁଖେ ଯାତ୍ରା କରୁଥିଲେ।

ଏୟାର ଟର୍ବୁଲାନ୍ସ କ’ଣ?

ବାସ୍ତବରେ, ବିମାନ ଉଡ଼ାଣ ସମୟରେ ବାୟୁ ଚାପ ଏବଂ ଗତିର ହଠାତ୍ ପରିବର୍ତ୍ତନ ହେଲେ ଏୟାର ଟର୍ବୁଲାନ୍ସ କୁହାଯାଏ। ଏହି କାରଣରୁ, ବିମାନକୁ ଝଟକା ଲାଗେ ଏବଂ ଏହା ଆକାଶରେ ଉପର-ତଳ ହେବାକୁ ଲାଗେ। ଏୟାର ଟର୍ବୁଲାନ୍ସରେ ବିମାନରେ ବସିଥିବା ଯାତ୍ରୀମାନେ ଛୋଟ ଧକ୍କା ଠାରୁ ଆରମ୍ଭ କରି ଶକ୍ତିଶାଳୀ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ଝଟକା ଅନୁଭବ କରିପାରନ୍ତି। ଏପରି ପରିସ୍ଥିତିରେ ବିମାନକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ କଷ୍ଟକର ହୋଇଯାଏ। ଏହି କାରଣରୁ ବିମାନଟି ଦୁର୍ଘଟଣା ମଧ୍ୟ ହୋଇପାରେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

କରୋନାରେ 41ଜଣଙ୍କ ମୃତ୍ୟୁ ପରେ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କଲା ଆମେରିକା

ଆମେରିକା : ଦୁନିଆର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାରେ ଭୟଙ୍କର କରୋନା ଯୋଗୁଁ 41 ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଆମେରିକାର ୪୬ଟି ରାଜ୍ୟ ଏବଂ ୱାସିଂଟନ, ଡିସିରେ କରୋନା ପ୍ରତିକାର ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କରୋନା ସଙ୍କଟ ପାଇଁ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା ପରେ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ଏ ବାବଦରେ ଦେଶର ଆଇନ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ କ୍ଷମତା ଅର୍ପଣ କରାଯାଇଛି । ଆମେରିକାରେ ୧୯ଟି ରାଜ୍ୟରେ ଏବେ କରୋନା କାୟା ବିସ୍ତାର କରିଛି। କରୋନା ସହ ଲଢିବା ପାଇଁ 37 ହଜାର କୋଟି ଟଙ୍କାର ଘୋଷଣା କରିଛନ୍ତି ଟ୍ରମ୍ପ୍‌। ଏତଦ୍‌ବ୍ୟତୀତ ଟ୍ରମ୍ପ୍‌ ନିଜର କୋରାନା ଯାଞ୍ଚ କରିବେ ବୋଲି କହିଛନ୍ତି ।

ଆମେରିକାରେ ଦୁଇହଜାରରୁ ଉର୍ଦ୍ଧ୍ବ  ଲୋକେ ଏହି ଭାଇରସ୍‌ କବଳରେ କବଳିତ। ନିକଟରେ ଟ୍ରମ୍ପ୍‌ ବ୍ରାଜିଲ୍‌ର ରାଷ୍ଟ୍ରପତି ଜାୟର୍‌ ବୋଲ୍ସୋନାରୋଙ୍କ ସହ ସାକ୍ଷାତ କରିଥିଲେ। ମିଳିଥିବା ସୂଚନା ଅନୁସାରେ ତାଙ୍କ ପ୍ରତିନିଧିମଣ୍ଡଳରେ ରହିଥିବା ଜଣେ ଅଧିକାରୀଙ୍କ ନିକଟରୁ କରୋନା ପଜିଟିଭ୍‌ ମିଳିଛି। ସେହିପରି ଇଭାଙ୍କାଙ୍କ ଉପରେ ମଧ୍ୟ କରୋନା ବିପଦ ରହିଛି। କାରଣ ଇଭାଙ୍କା ଅଷ୍ଟ୍ରେଲିଆର ଗୃହ ମନ୍ତ୍ରୀ ପିଟର ଡଟନଙ୍କ ନିକଟରେ ସାକ୍ଷାତ କରିଥିଲେ। ପିଟର ଡଟନ୍‌ ଏବେ କରୋନାରେ ସଂକ୍ରମିତ ହୋଇଙଛନ୍ତି।

ସୂଚନାଯୋଗ୍ୟ, ଚୀନ୍‌ର ବୁହାନ ସହରରୁ ବ୍ୟାପିଥିବା କରୋନା ଭାଇରସ୍‌ ଏବେ ବିଶ୍ବ ମହାମାରୀ ରୂପେ ଉଭା ହୋଇଛି। ଆମେରିକା ଓ ଭାରତ ସମେତ 100ରୁ ଉର୍ଦ୍ଧ୍ବ ଦେଶ ଏହି ଭାଇରସ କବଳରେ କବଳିତ ହୋଇଛି।

Categories
ଆଜିର ଖବର

ଇଷ୍ଟର ଆକ୍ରମଣ ମାମଲା : ଶ୍ରୀଲଙ୍କାରେ ଜରୁରୀକାଳୀନ ପରସ୍ଥିତିର ଅବଧି ବଢିଲା

ଇଷ୍ଟର ଆକ୍ରମଣ ପରେ ଶ୍ରୀଲଙ୍କାରେ ଲାଗି ରହିଥିବା ଜରୁରୀ କାଳୀନ ପରସ୍ଥିତିର ଅବଧି ବଢାଯାଇଛି। ଶନିବାର ରାଷ୍ଟ୍ରପତି ମୈତ୍ରିପାଲା ଶିରିସେନା ଏ ସମ୍ପର୍କରେ ଘୋଷଣା କରିଛନ୍ତି। ଶନିବାର ଏହି ଜରୁରୀ କାଳୀନ ପରସ୍ଥିତିର ଅବଧି ଶେଷ ହେବାକୁ ଥିବା ବେଳେ ଏହାକୁ ପୁନର୍ବାର ବଢାଇଛନ୍ତି ରାଷ୍ଟ୍ରପତି। ଜରୁରୀ କାଳୀନ ପରସ୍ଥିତି ସମୟରେ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ରାଷ୍ଟ୍ରର ସୁରକ୍ଷା ପାଇଁ ଏହା ଆବଶ୍ୟକ ବୋଲି କହିଛନ୍ତି ଶିରିସେନା। ଏହି ସମୟସୀମା ମଧ୍ୟରେ ଶ୍ରୀଲଙ୍କାରେ ୧୦୦ରୁ ଅଧିକଙ୍କୁ ଗିରଫ କରାଯାଇଥିବା ତନ୍ମଧ୍ୟରୁ ୧୦ରୁ ଅଧିକ ମହିଳା ରହିଛନ୍ତି। ଉଲ୍ଳେଖଯୋଗ୍ୟ ଯେ, ଇଷ୍ଟର ଅବସରରେ ଶ୍ରୀଲଙ୍କାରେ ଘଟିଥିବା ବିସ୍ଫୋରଣରେ ୨୫୮ ଜଣଙ୍କ ପ୍ରାଣହାନି ଘଟିଥିଲା। ଆସନ୍ତା ଦଶ ଦିନ ମଧ୍ୟରେ ସଂସଦୀୟ ଅଧିବେଶନ ଆରମ୍ଭ ପୂର୍ବରୁ ଜରୁରୀ କାଳୀନ ବ୍ୟବସ୍ଥା ଉଠାଯିବ ବୋଲି ସୂଚନା ଦେଇଛନ୍ତି ଶିରିସେନା।