Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା: ଜିଲ୍ଲା ବ୍ୟବସାୟିକ ସଂସ୍କାର କାର୍ଯ୍ୟ ଯୋଜନା ବୈଠକ
ଆଜିର ଖବର

ଖୋର୍ଦ୍ଧା: ଜିଲ୍ଲା ବ୍ୟବସାୟିକ ସଂସ୍କାର କାର୍ଯ୍ୟ ଯୋଜନା ବୈଠକ

November 29, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଖୋର୍ଦ୍ଧା: ଜିଲ୍ଲା ବ୍ୟବସାୟିକ ସଂସ୍କାର କାର୍ଯ୍ୟ ଯୋଜନା ବୈଠକ
ଖୋର୍ଦ୍ଧା: ଜିଲ୍ଲା ବ୍ୟବସାୟିକ ସଂସ୍କାର କାର୍ଯ୍ୟ ଯୋଜନା ବୈଠକ

ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟିରାଜଗୁରୁ ସମ୍ମିଳନୀ କକ୍ଷରେ ଜିଲ୍ଲା ବ୍ୟବସାୟ ସଂସ୍କାର କାର୍ଯ୍ୟ ଯୋଜନା ବୈଠକ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଅମ୍ରିତ୍ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀମତୀ କସ୍ତୁରୀ ବାଳା ଜେନା, ଉପଜିଲ୍ଲାପାଳ, ଭୁବନେଶ୍ୱର ଡ. ମନୋରଞ୍ଜନ ସାହୁ, ସାଧାରଣ ପରିଚାଳିକା, ଜିଲ୍ଲା ଶିଳ୍ପ କେନ୍ଦ୍ର,ସମୁଚିତା ମଲ୍ଲିକ ମଞ୍ଚାସୀନ ଥିବା ବେଳେ ଇପିକଲ ବୃହତ୍ ବୃତ୍ତିଗତ ସେବା ସଂସ୍ଥା , ସହଯୋଗୀ ସମୀର ଦାସ, ଏସ କେ ବେହେରା, ପରିଚାଳକ ତେଜସ କୁଲକର୍ଣି, ପରିଚାଳିକା, ସିକିଲ ମିଶ୍ର,ଟିମ୍ ଲିଡର, ଜିଲ୍ଲା ଶିଳ୍ପ ପ୍ରୋତ୍ସାହନ ସଂସ୍ଥା (ଦିପା) ଜୟ ପ୍ରକାଶ ସ୍ୱାଇଁ, ଆଇ.ପି. ଇ, (ଦୀପା )ଓମ୍ ପ୍ରକାଶ ଶତପଥୀ ,ଏ ପି ଇ,(ଦୀପା) ଲୋକନାଥ ବିଶ୍ଵାଳ ଯୋଗଦେଇଥିଲେ।

ବିଷୟ ବିଶେଷଜ୍ଞ ତେଜସ୍ କୁଲକର୍ଣ୍ଣି ଓ ସିକିଲ୍ ମିଶ୍ର ସରକାରଙ୍କ ୪୬ ଗୋଟି ବିଭାଗର ବିଭିନ୍ନ ଯୋଜନାରେ ଜନସାଧାରଣ ମାନେ ଏକକ କୌଶଳ ସିଙ୍ଗିଲ ଉଇଣ୍ଡୋ ଗୋସ୍ଵିଫ୍ଟ GOSWIFT ଅନଲାଇନ୍ ମାଧ୍ୟମରେ ହିତାଧିକାରୀ ମାନେ କିପରି ଉପକୃତ ହେବେ ସେ ସସ୍ବନ୍ଧରେ ପାୱାର ପଏଣ୍ଟ ଉପକରଣରେ ବୈଠକରେ ଯୋଗ ଦେଇଥିବା ଅଧିକାରୀ ମାନଙ୍କୁ ପ୍ରଶିକ୍ଷଣ ଦେବାସହ ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ। ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ କହିଲେ ଯେ ଜିଲ୍ଲା ସ୍ତରରେ ଯେଉଁ ମାନେ ବ୍ୟବସାୟ କରିବା ନିମନ୍ତେ ପୁଞ୍ଜି ବିନିଯୋଗ କରିବାକୁ ଚାହୁଁ ଛନ୍ତି ସେମାନଙ୍କୁ ଇପିକଲ୍,ପି ଡବ୍ଲୁ ସି ତରଫରୁ ସୁବିଧା ଓ ସହଜ,ଡି ପି ଆର ପ୍ରସ୍ତୁତ କରିବା ଏବଂ ଜନସାଧାରଣ ମାନଙ୍କୁ ବ୍ୟାପକ ସଚେତନତା କରାଇବା, ବାଣିଜ୍ୟିକ ପ୍ରତିଷ୍ଠାନ ନିମନ୍ତେ ବ୍ୟାଙ୍କରୁ ଋଣ ପ୍ରଦାନ ନିମନ୍ତେ ସାଧନ ସୁବିଧା ସମସ୍ତ ତଥ୍ୟ ବିଭାଗ ଅନୁଯାୟୀ ଗୋସ୍ଵିଫ୍ଟ ରେ ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ।

ଉକ୍ତ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଜନିତ ପ୍ରତ୍ୟେକ ବିଭାଗ ହିତାଧି କାରୀ ମାନଙ୍କୁ ସଠିକ୍ ସମୟରେ ସ୍ବଚ୍ଛତା ବଜାୟ ରଖି ଯୋଜନାର ସୁଫଳ ପାଇ ପାରିବେ ବୋଲି ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଶେଷରେ ଜିଲ୍ଲା ନୋଡାଲ ଅଧିକାରୀ, ଜିଲ୍ଲା ଶିଳ୍ପ କେନ୍ଦ୍ର, ଖୋର୍ଦ୍ଧା,ସାଧାରଣ ପରିଚାଳିକା ସମୁଚିତା ମଲ୍ଲିକ ଧନ୍ୟବାଦ ପ୍ରଦାନ କରିଥିଲେ।

ବୈଠକରେ ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ରଶ୍ମିତା ଦାସ, ଅବକାରୀ ଅଧିକ୍ଷକ, ଖୋର୍ଦ୍ଧା,ସୁମତି ତ୍ରିପାଠୀ, ଅବକାରୀ ଅଧିକ୍ଷକ, ଭୁବନେଶ୍ୱର, ଦେବାଶିଷ ପଟେଲ, ଜିଲ୍ଲା ପଂଚାୟତ ଅଧିକାରୀ ଶୁଭେନ୍ଦୁ ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବି ନାରାୟଣ ସେନାପତି, ଉପନିର୍ଦେଶକ, ଯୋଜନା ଓ ପରିସଂଖ୍ୟାନ ଅଶୋକ କୁମାର ବେହେରା, ଅଗ୍ରଣୀ ବ୍ୟାଙ୍କ ପରିଚାଳକ, ଜିଲ୍ଲା ମଙ୍ଗଳ ଅଧିକାରୀ ଡ଼ଃ ଗୀତାଂଶୁ ଦାଶ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ ମାନେ ଯୋଗଦେଇ ଥିଲେ।

ଖୋର୍ଦ୍ଧା ବ୍ୟବସାୟିକ ସଂସ୍କାର କାର୍ଯ୍ୟ ଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ୬ଟି ଏମଓୟୁ ସ୍ୱାକ୍ଷରିତ

August 29, 2026

ଶିକ୍ଷକ ସମାଜର ସମସ୍ୟା ସମାଧାନ ଦିଗରେ ଅହେତୁକ ବିଳମ୍ବ ବେଦନାଦାୟକ: ସମନ୍ୱୟ ସମିତି

August 29, 2026

ରାଶିଫଳ: ଅଗଷ୍ଟ ୨୯ ତାରିଖ ଶନିବାରରେ ଏହି ଆଠଟି ରାଶିର ଘରେ ଆସିବ ସୁଖ ସମୃଦ୍ଧି

August 29, 2026

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026
Latest News

ପ୍ରାୟ ୨୦% କମିଲା ମିଲ୍‌ ଚିନି ଦର: କମୁଛି ଖୁଚୁରା ମୂଲ୍ୟ

August 29, 2026

“ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ରାହୁଲ”: ତାମିଲନାଡୁ ମନ୍ତ୍ରୀଙ୍କ ବଡ଼ ଘୋଷଣା

August 29, 2026

ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ୬ଟି ଏମଓୟୁ ସ୍ୱାକ୍ଷରିତ

August 29, 2026

ଶିକ୍ଷକ ସମାଜର ସମସ୍ୟା ସମାଧାନ ଦିଗରେ ଅହେତୁକ ବିଳମ୍ବ ବେଦନାଦାୟକ: ସମନ୍ୱୟ ସମିତି

August 29, 2026

ରାଶିଫଳ: ଅଗଷ୍ଟ ୨୯ ତାରିଖ ଶନିବାରରେ ଏହି ଆଠଟି ରାଶିର ଘରେ ଆସିବ ସୁଖ ସମୃଦ୍ଧି

August 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.