Categories
ଆଜିର ଖବର

ଅନ୍ତିମ ଦିନିକିଆରେ ଇଂଲଣ୍ଡ ମହିଳା ଟିମର ସାନ୍ତ୍ୱନାମୂଳକ ବିଜୟ

ଅନ୍ତିମ ଦିନିକିଆରେ  ଇଂଲଣ୍ଡ ମହିଳା ଟିମ୍ ତୃତୀୟ ତଥା ଅନ୍ତିମ ଦିନିକିଆରେ ଭାରତୀୟ ମହିଳା ଟିମକୁ ୨ ୱିକେଟରେ ହରାଇ ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି। ଏହା ପୂର୍ବରୁ ଭାରତୀୟ ମହିଳା ଟିମ୍ ପ୍ରଥମ ଦିନିକିଆକୁ ୬୬ ରନରେ ଏବଂ ଦ୍ୱିତୀୟ ମ୍ୟାଚକୁ ୭ ୱିକେଟରେ ଜିତିଥିଲା। ଆଜି ଖେଳାଯାଇଥିବା ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟି କରି ସ୍ମୃତି ମନ୍ଧାନା (୬୬) ଓ ପୁନମ ରାଉତ (୫୬)ଙ୍କ ଅର୍ଦ୍ଧଶତକ ସହାୟତାରେ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୦୫ ରନ୍ କରିଥିଲା। ଜବାବରେ ଇଂଲଣ୍ଡ ୪୮.୫ ଓଭରରେ ୮ ୱିକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ବିଜୟୀ ହୋଇଛି । ଭାରତ ପକ୍ଷରୁ ଝୁଲନ୍ ୪୧ ରନ୍ ଦେଇ ୩ଟି, ଶିଖା ଓ ପୁନମ ଯାଦବ ୨ଟି ଲେଖାଏ ୱିକେଟ୍ ନେଇଥିଲେ ।