Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜୁଲାଇ 1ରୁ ଖୋଲିବ ଇଞ୍ଜିନିୟରିଂ କଲେଜ

ନୂଆଦିଲ୍ଲୀ : ଜୁଲାଇ ପହିଲାରୁ  ଦେଶର ସମସ୍ତ ଇଞ୍ଜିନିୟରିଂ କଲେଜ ଓ ପ୍ରଫେସନାଲ୍ ଏଜୁକେସନ୍ ଇନ୍‌ଷ୍ଟିଚ୍ୟୁସନ୍‌ ଖୋଲିବା ନେଇ ଅଲ୍ ଇଣ୍ଡିଆ କାଉନ୍ସିଲ୍ ଫର୍ ଟେକ୍‌ନିକାଲ୍ ଏଜୁକେସନ୍ ବିଜ୍ଞପ୍ତି ପ୍ରକାଶ କରିଛି।  ଛାତ୍ରାଛାତ୍ରୀଙ୍କ ପରୀକ୍ଷା ଓ ଶିକ୍ଷାବର୍ଷକୁ ନେଇ ଏଆଇସିଟିଇ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛି। ଏନେଇ ଦେଶର ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଓ ବିଭାଗୀୟ ସଚିବଙ୍କୁ ଚିଠି ଦିଆଯାଇଛି ।

ଚଳିତ ବର୍ଷ ବାକି ଥିବା ଶେଷ ବର୍ଷର ଶେଷ ସେମିଷ୍ଟାର୍ କରାଇବାକୁ ନେଇ ଗାଇଡଲାଇନ୍‌ରେ ଉଲ୍ଲେଖ କରାଯାଇଛି। ଟର୍ମିନାଲ୍‌ ଓ ଇଣ୍ଟର ମିଡିଏଟ୍ ପରୀକ୍ଷାକୁ ଜୁଲାଇ1ରୁ 31ମଧ୍ୟରେ କରାଯିବ। ତେବେ ଅନ୍ୟ ବର୍ଷର ପରୀକ୍ଷା ବାକି ଥିଲେ ସେହି ଛାତ୍ରଛାତ୍ରୀଙ୍କୁ ଇଣ୍ଟରନାଲ୍ ମାର୍କକୁ ଧ୍ୟାନରେ ରଖି ପ୍ରମୋସନ୍ ଦିଆଯିବ ବୋଲି ଏଆଇସିଟିଇ ପକ୍ଷରୁ କୁହାଯାଇଛି । ସେହିପରି ଏହି ବର୍ଷ ଆଡ୍‌ମିସନ୍‌ ନେବାକୁ ଥିବା ପ୍ରଥମ ବର୍ଷ ପିଲାଙ୍କ ପାଠପଢା ଅଗଷ୍ଟ 1ରୁ ଆରମ୍ଭ ହେବ ବୋଲି ସୂଚନା ରହିଛି ।