Categories
ଆଜିର ଖବର

ପାକ୍‌ ଏଫ୍‌-୧୬ ବିମାନକୁ ଗୁଳି କରି ଖସାଇ ଦିଆଗଲା : ଏହାକୁ ଅସ୍ବୀକାର କଲା ପାକିସ୍ତାନ

ଗତକାଲି ଭାରତ ପକ୍ଷରୁ ହୋଇଥିବା ଏୟାର୍‌ ଷ୍ଟ୍ରାଇକ୍‌ର ଜବାବ ଦେବା ପାଇଁ ପାକିସ୍ତାନ ଦୁଇଟି ଲଢୁଆ ବିମାନ ଭାରତୀୟ ବାୟୁସୀମା ଉଲ୍ଲଂଘନ କରି ଜାମ୍ମୁ ଓ କାଶ୍ମୀରର ରାଜୌରୀ ଜିଲ୍ଲାର ନୌସେରାରେ ପ୍ରବେଶ କରିଥିଲା। ତେବେ ପାକିସ୍ତାନର ଏହି ଦୁଃସାହସର ଉଚିତ ଜବାବ ଦେଇଛି ଭାରତ। ପାକିସ୍ତାନ ବାୟୁ ସେନାର ଏଫ୍‌-୧୬ ଲଢୁଆ ବିମାନ ନିୟନ୍ତ୍ରଣ ରେଖା ଟପି ଭାରତୀୟ ସୀମା ଭିତରକୁ ପଶି ଆସିବା ପରେ ତାହାକୁ ସେନା ପକ୍ଷରୁ ଗୁଳି କରି ଖସାଇ ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ବିମାନଟି ଜମ୍ମୁ-କଶ୍ମୀରର ନୌସେରା ସେକ୍ଟରର ଲ୍ୟାମ୍‌ ଭ୍ୟାଲି ନିକଟରେ ଭାରତୀୟ ସୀମା ଭିତରକୁ ପ୍ରାୟ ୩ କିଲୋମିଟର ପଶି ଆସିଥିଲା ଏହାପରେ ଭାରତୀୟ ବାୟୁ ସେନା ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ବିମାନଟିକୁ ଗୁଳି କରି ଖସାଇ ଦିଆଯାଇଥିଲା। ଏଫ୍‌-୧୬ ବିମାନକୁ ଭାରତ ଦ୍ବାରା ଗୁଳି କରି ଖସାଇ ଦେବା କଥାକୁ ମିଛ ବୋଲି ପାକିସ୍ତାନ କହିଛି । ତେବେ ଲଢେଇ ଦ୍ବାରା କୌଣସି ସମସ୍ୟାର ସମାଧାନ ହେବ ନାହିଁ କଥାବାର୍ତ୍ତା ଦ୍ବାରା ଏହି ସମସ୍ୟାର ସମାଧାନ ହେବ ବୋଲି ପାକିସ୍ତାନ ସେନା କହିଛି ।