Categories
ଆଜିର ଖବର ରାଜ୍ୟ ଖବର

ବିନା ଅନୁମତିରେ କରୋନା ସୂଚନା ଦେବା ମନା

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : କରୋନା ସମ୍ପର୍କରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଗାଇଡଲାଇନ୍‌ ଜାରି କରିଛି । ବିନା ଅନୁମତିରେ କରୋନା ସମ୍ପର୍କିତ ସୂଚନା ନ ଦେବାକୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି । ଏଥିନେଇ ବ୍ୟକ୍ତି, ସଂସ୍ଥା, ପ୍ରିଣ୍ଟ୍‌, ଇଲେକ୍‌ଟ୍ରୋନିକ୍‌ ଓ ସୋସିଆଲ୍‌ ମିଡିଆ ଉପରେ ଅଙ୍କୁଶ ଲଗାଯାଇଛି । କରୋନା ସମ୍ପର୍କରେ ଯେ କୌଣସି ସୂଚନା ଦେବା ପୂର୍ବରୁ ଅନୁମତି ଆବଶ୍ୟକ । ଏଥିପାଇଁ ଡିଏମ୍‌ଇଟି, ଡିପିଏଚ୍‌, ଡିଏଚ୍‌ଏସ୍‌ ଓ ଜିଲ୍ଲାପାଳଙ୍କଠାରୁ ଅନୁମତି ଆବଶ୍ୟକ । ମେଡ଼ିକାଲ ଅଧୀକ୍ଷକଙ୍କଠାରୁ ମଧ୍ୟ ଅନୁମତି ଲୋଡିବା ଜରୁରୀ ବୋଲି ସୂଚନା ଦିଆଯାଇଛି ।

କରୋନାକୁ ନେଇ ବହୁ ଗୁଜବ ତଥ୍ୟ ଏବେ ସୋସିଆଲ ମିଡିଆରେ ଘୂରିବୁଲୁଛି । ଏହାକୁ ପ୍ରତିହତ କରିବା ପାଇଁ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗତକାଲି ସାମ୍ବାଦିକ ସମ୍ମିଳନୀରେ ଡିଜି ଅଭୟ ସୂଚନା ଦେଇଥିଲେ । କରୋନା ସମ୍ପର୍କିତ ଅପପ୍ରଚାର ନ କରିବାକୁ କୁହାଯାଇଥିବାବେଳେ ଏପରି ମେସେଜ୍‌କୁ ଫରଓ୍ବାର୍ଡ ନ କରିବାକୁ ଅନୁରୋଧ କରିଛନ୍ତି । ଏପରି ଯଦି କେହି କରୁଥିବେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ଡିଜି ।

Categories
ଆଜିର ଖବର ଜାତୀୟ ଖବର

କରୋନାକୁ ନେଇ ଗୁଜବ ପ୍ରଚାର କଲେ ମିଳିବ ଦଣ୍ଡ, ଗୁଜବକାରୀଙ୍କୁ ମିଳିବ ଏକ ବର୍ଷର ଜେଲ୍‌ ଦଣ୍ଡାଦେଶ

ତେଲେଙ୍ଗାନା : କରୋନା ଭାଇରସ୍ ଯୋଗୁଁ ସାରା ଦେଶରେ ଏବେ ହାହାକାର ମଚି ଯାଇଛି। ଭାରତରେ 40ରୁ ଉର୍ଦ୍ଧ୍ବ ଲୋକଙ୍କର  ମୃତ୍ୟୁ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 1600 ଟପିସାରିଛି । କରୋନା ସହ ଲଢେଇ କରିବା ପାଇଁ ଉଭୟ କେନ୍ଦ୍ରଓ ରାଜ୍ୟସରକାରମାନେ ବହୁ ଚେଷ୍ଟା କରୁଛନ୍ତି । ଏହି ମଧ୍ୟରେ କରୋନାକୁ ନେଇ ଗୁଜବ ପ୍ରଚାର ଅନ୍ୟ ଏକ ସମସ୍ୟା ଭାବରେ ଉଭା ହୋଇଛି । ଏହି ଗୁଜବ ଯୋଗୁଁ ଲୋକଙ୍କ ମଧ୍ୟରେ ଡର ବଢୁଛି ।  ତେବେ ଏହି ଗୁଜବକୁ ରୋକିବା ପାଇଁ ତେଲେଙ୍ଗାନା ସରକାର ବଡ ନିଷ୍ପତ୍ତି ନେଇଛନ୍ତି ।

ତେଲେଙ୍ଗାନା ସରକାର ଏବେ କରୋନା ଭାଇରସ୍‌ ବିରୋଧରେ ଗୁଜବ ପ୍ରଚାରକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରାଯିବ। ଏନେଇ ସରକାର ଚେତାବନୀ ଦେଇ ଏପରି ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ମହାମାରୀ ପ୍ରସାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଲକ୍‌ ଡାଉନ୍‌ ଜାରି କରାଯାଇଛି । ଏପରି ସମୟରେ କିଛି ଗୁଜବ ଖବର ପ୍ରଚାର ହେଉଥିବାର ଜଣାପଡୁଛି ।

ତେଲେଙ୍ଗାନା ସରକାର ସଫା ସଫା କହିଛନ୍ତି ଯେ, ରାଷ୍ଟ୍ରୀୟ ବିପତ୍ତି ସମୟରେ ଏପରି ଗୁଜବ ପ୍ରଚାରକୁ ପ୍ରସାରିତ କରିବା ଏକ ଦଣ୍ଡନୀୟ ଅପରାଧ । ଏହି ଅପରାଧ ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏକ ବର୍ଷର ଜେଲ ଦଣ୍ଡାଦେଶ ଦିଆଯିବା ବୋଲି କୁହାଯାଇଛି ।

ଆଇଟି ଇଲକୋଟ୍ରୋନିକ୍ସ ଓ ସଞ୍ଚାର ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ କୋନାଥମ୍ କହିଛନ୍ତି ଯେ, ଭ୍ରମାତ୍ମକ ସୂଚନା, ତଥା ଗୁଜବ ଖବରକୁ ରୋକିବା ଏବେ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ପାଲଟି ଯାଇଛି । ଏପରି ସମୟରେ ସଂଯମ ରଖିବାକୁ ଅପିଲ୍‌ କରାଯାଇଛି ।

ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ଦେଶରେ 1400ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବାବେଳେ 40ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଗଲାଣି । ସେହିପରି ସାରା ବିଶ୍ବରେ ଏବେ 9 ଲକ୍ଷ ପାଖାପାଖି ଲୋକେ ଆକ୍ରାନ୍ତ ହୋଇଥିବାବେଳେ 42 ହଜାରରୁ ଉର୍ଦ୍ଧ୍ବ ଏହି ଭାଇରସ ଯୋଗୁଁ ମୃତ୍ୟୁବରଣ କରିଛନ୍ତି । (ଏଜେନ୍ସି)

 

Categories
ଅପରାଧ ଆଜିର ଖବର ଜାତୀୟ ଖବର

କରୋନାଭାଇରସର ମିଥ୍ୟା ଖବର ଏବଂ ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କୁ ପୋଲିସର ଚେତାବନୀ

ହାଇଦ୍ରାବାଦ: କରୋନାଭାଇରସର ମିଥ୍ୟା ଖବର ଏବଂ ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ ବୋଲି ହାଇଦ୍ରାବାଦ ପୋଲିସ ଚେତାବନୀ ଦେଇଛି। କରୋନାଭାଇରସ୍ କୁ ପ୍ରତିରୋଧ ପାଇଁ ରାଜ୍ୟ ସରକାର ବନ୍ଦ ଘୋଷଣା କରିଥିବାବେଳେ ତେଲେଙ୍ଗନା ପୋଲିସ ମଧ୍ୟ ଗୁଜବ ଏବଂ ମିଥ୍ୟା ଖବର ବିରୋଧରେ କଡା ଚେତାବନୀ ଦେଇଛି।

ମିଥ୍ୟା ଖବର ଏବଂ ଗୁଜବ ସମାଜ ପାଇଁ ଖରାପ ବୋଲି ପୋଲିସ କମିଶନର ଅଞ୍ଜାନୀ କୁମାର କହିଛନ୍ତି। ସେ କହିଛନ୍ତି ଯେଉଁମାନେ ସୋସିଆଲ ମିଡିଆରେ ମିଥ୍ୟା ତଥ୍ୟ ପ୍ରଚାର କରୁଛନ୍ତି ଏବଂ କରୋନାଭାଇରସରେ ଆତଙ୍କ ସୃଷ୍ଟି କରୁଛନ୍ତି, ସେମାନେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଅଧିନିୟମ ଅନୁଯାୟୀ ଦଣ୍ଡବିଧାନ କରାଯିବ। ଏହି ଅଧିନିୟମ ଅନୁଯାୟୀ ଦଣ୍ଡ ଏକ ବର୍ଷ ପର୍ଯ୍ୟନ୍ତ ଜେଲ ଓ ଜୋରିମାନା ହୋଇପାରେ ବୋଲି ସେ କହିଛନ୍ତି।

ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ହେବା ଏବଂ ସାଧାରଣ ସଭାକୁ ନିଷିଦ୍ଧ କରିବା ଘୋଷଣା କରି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଶନିବାର ରାତିରେ କରୋନାଭାଇରସ୍ ମାମଲା ସମ୍ବନ୍ଧରେ ଅନିଶ୍ଚିତ ଖବର ପ୍ରକାଶନ କିମ୍ବା ପ୍ରସାରଣ ନକରିବାକୁ ଗଣମାଧ୍ୟମକୁ ଚେତାବନୀ ଦେଇଛନ୍ତି। କରୋନାଭାଇରସ୍ ମାମଲା ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶିତ ତଥ୍ୟକୁ କଡାକଡି କରିବାକୁ ସେ ଗଣମାଧ୍ୟମକୁ କହିଛନ୍ତି। ମିଥ୍ୟା ଖବର ପ୍ରଚାର କରୁଥିବା ବ୍ୟକ୍ତିମାନେ କଠୋର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ ବୋଲି ସେ କହିଛନ୍ତି।

 

Categories
ଆଜିର ଖବର

ସରକାରଙ୍କୁ ଅସମ୍ମାନ ତଥା ମିଥ୍ୟା ଖବର ପ୍ରସାରଣ ଉପରେ ଋଷ ସରକାର ଆଣିଲେ ନୂଆ ଆଇନ୍‌

ବୁଧବାର ଦିନ ରୁଷୀୟ ପାର୍ଲାମେଣ୍ଟ୍‌ ଗୋଟାଏ ବିବାଦୀୟ ଆଇନ୍‌ ପାସ୍‌ କରିଛି। ଦେଶ, ସମାଜ, ସରକାର ବା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସମେତ କୌଣସି ସରକାରୀ କର୍ମଚାରୀଙ୍କୁ ଅସମ୍ମାନ ହେବା ପରି ଅନ୍‌ଲାଇନ୍‌ ପୋଷ୍ଟ୍‍ କରୁଥିବା ଲୋକଙ୍କୁ ଏହି ଆଇନ୍‌ ବଳରେ ଜରିମାନା ଓ ଜେଲ୍‌ ଦଣ୍ଡ ଦିଆଯାଇ ପାରିବ। ଅନ୍‌ଲାଇନ୍‌ ବ୍ୟବହାରକାରୀମାନଙ୍କ ପାଇଁ ଭାରତୀୟ ମୁଦ୍ରାରେ ପ୍ରାୟ ୧, ୦୬ଲକ୍ଷ ଟଙ୍କା ଜରିମାନା ରଖାଯାଇଥିବା ବେଳେ ଥରକୁ ଥର ଏ ଭଳି ପୋଷ୍ଟ୍‍ କରୁଥିବା ବ୍ୟକ୍ତିବିଶେଷଙ୍କ ଲାଗି ଏହାର ଦୁଇଗୁଣା ଜରିମାନା ପଡ଼ିବ। ଏବଂ ୧୫ ଦିନ ପାଇଁ ଜେଲ୍‌ ଦଣ୍ଡର ମଧ୍ୟ ବ୍ୟବସ୍ଥା କରାଯାଇଛି । ସେହିପରି କୌଣସି ମିଥ୍ୟା ଖବର ପ୍ରସାରଣ କରୁଥିବା ଗଣମାଧ୍ୟମ ଓ୍ବେବସାଇଟ୍‌କୁ ମଧ୍ୟ ଏହି ଆଇନ୍‌ ବଳରେ ଋଷୀୟ ସରକାରୀ ଅଧିକାରୀମାନେ ବ୍ଲକ୍‌ କରିବାର ବ୍ୟବସ୍ଥା ରହିଛି ।