ବିନା ଅନୁମତିରେ କରୋନା ସୂଚନା ଦେବା ମନା

Published: Apr 5, 2020, 9:29 am IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : କରୋନା ସମ୍ପର୍କରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଗାଇଡଲାଇନ୍‌ ଜାରି କରିଛି । ବିନା ଅନୁମତିରେ କରୋନା ସମ୍ପର୍କିତ ସୂଚନା ନ ଦେବାକୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି । ଏଥିନେଇ ବ୍ୟକ୍ତି, ସଂସ୍ଥା, ପ୍ରିଣ୍ଟ୍‌, ଇଲେକ୍‌ଟ୍ରୋନିକ୍‌ ଓ ସୋସିଆଲ୍‌ ମିଡିଆ ଉପରେ ଅଙ୍କୁଶ ଲଗାଯାଇଛି । କରୋନା ସମ୍ପର୍କରେ ଯେ କୌଣସି ସୂଚନା ଦେବା ପୂର୍ବରୁ ଅନୁମତି ଆବଶ୍ୟକ । ଏଥିପାଇଁ ଡିଏମ୍‌ଇଟି, ଡିପିଏଚ୍‌, ଡିଏଚ୍‌ଏସ୍‌ ଓ ଜିଲ୍ଲାପାଳଙ୍କଠାରୁ ଅନୁମତି ଆବଶ୍ୟକ । ମେଡ଼ିକାଲ ଅଧୀକ୍ଷକଙ୍କଠାରୁ ମଧ୍ୟ ଅନୁମତି ଲୋଡିବା ଜରୁରୀ ବୋଲି ସୂଚନା ଦିଆଯାଇଛି ।

କରୋନାକୁ ନେଇ ବହୁ ଗୁଜବ ତଥ୍ୟ ଏବେ ସୋସିଆଲ ମିଡିଆରେ ଘୂରିବୁଲୁଛି । ଏହାକୁ ପ୍ରତିହତ କରିବା ପାଇଁ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗତକାଲି ସାମ୍ବାଦିକ ସମ୍ମିଳନୀରେ ଡିଜି ଅଭୟ ସୂଚନା ଦେଇଥିଲେ । କରୋନା ସମ୍ପର୍କିତ ଅପପ୍ରଚାର ନ କରିବାକୁ କୁହାଯାଇଥିବାବେଳେ ଏପରି ମେସେଜ୍‌କୁ ଫରଓ୍ବାର୍ଡ ନ କରିବାକୁ ଅନୁରୋଧ କରିଛନ୍ତି । ଏପରି ଯଦି କେହି କରୁଥିବେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ଡିଜି ।

Related posts