Categories
ଆଜିର ଖବର ଜାତୀୟ ଖବର

ନକଲି ପାସପୋର୍ଟ ଓ ଆଧାର କାର୍ଡ ସହିତ ଆଫଗାନ ନାଗରିକ ଗିରଫ

ନୂଆଦିଲ୍ଲୀ : ନକଲି ପାସପୋର୍ଟ ଏବଂ ଆଧାର କାର୍ଡ ସହିତ ଜଣେ ଆଫଗାନ ନାଗରିକଙ୍କୁ ଗିରଫ କରାଯାଇଛି । ବାରଣାସୀର ପାସପୋର୍ଟ ଅଫିସରୁ ଉକ୍ତ ଯୁବକଙ୍କୁ ଗିରଫ କରାଯାଇଛି । ଗିରଫ ଆଫଗାନ ନାଗରିକଙ୍କ ନାମ ଇବାଦତଉଲ୍ଲା ଆଲିଆସ୍‌ ଆବିଦ୍‌ ବୋଲି ଜଣାପଡିଛି । ବାରଣାସୀର ମହମୁରଗଞ୍ଜରେ ପାସପୋର୍ଟ ପାଇଁ ଉକ୍ତ ଯୁବକ ଜଣକ ନକଲି ଆାଧାର କାର୍ଡ ଦେଖାଇଥିଲେ । ଆଜମଗଡର ଫୁଲପୁର ପୋଲିସ୍‌ ଥାନା ପକ୍ଷରୁ ଉକ୍ତ ଯୁବକଙ୍କୁ ଗିରଫ କରାଯାଇଛି । ଆବିଦ୍‌ ଶନିବାର ଅପରାହ୍ନରେ ଅନ୍‌ଲାଇନ୍‌ରେ ପାସପୋର୍ଟ ଆବେଦନ ପାଇଁ ଚେଷ୍ଟା କରିଥିଲେ । ମାତ୍ର ହିନ୍ଦି ଏବଂ ଇଂରାଜୀରେ କହି ପାରୁନଥିବାରୁ ଦୋକାନୀ ଜଣକ ତାଙ୍କୁ ପାସପୋର୍ଟ ଅଫିସ୍‌କୁ ପଠାଇଥିଲେ । ବ୍ୟବହାର ସନ୍ଦେହଜନକ ଲାଗିବାରୁ ପାସପୋର୍ଟ ଅଫିସ୍‌ ପକ୍ଷରୁ ପୋଲିସ୍‌କୁ ଖବର ଦିଆଯାଇଥିଲା । (ଏଜେନ୍ସି)