Categories
ଆଜିର ଖବର

ଭାରତୀୟ ପାଇଲଟ୍‌ ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ ନିବେଦନ କଲେ ଫାତିମା ଭୁଟ୍ଟୋ

ପାକ୍ ସେନା କବ୍ଜାରେ ଥିବା ଭାରତର ମିଗ-୨୧ ପାଇଲଟ ଅଭିନନ୍ଦନଙ୍କୁ ସୁରକ୍ଷିତ ଛାଡ଼ିଦେବା ପାଇଁ ଭାରତବାସୀ ସ୍ଵର ଉଠାଇଛନ୍ତି।  ଭାରତବାସୀଙ୍କ ସହ ସ୍ଵର ମିଳାଇଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲି ଭୁଟ୍ଟୋଙ୍କ ନାତୁଣୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ବେନୋଜିର ଭୁଟ୍ଟୋଙ୍କ ଝିଆରୀ ଲେଖିକା ଫାତିମା ଭୁଟ୍ଟୋ । ବାୟୁସେନା ପାଇଲଟ୍‌ ଅଭିନନ୍ଦନଙ୍କୁ ଛାଡ଼ି ଦେବାପାଇଁ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ  ନିବେଦନ କରିଛନ୍ତି। ଭୁଟ୍ଟୋ କହିଛନ୍ତି, ସେ ଏବଂ ପାକିସ୍ତାନର ଯୁବ ସମାଜ ପାକିସ୍ତାନକୁ ଭଲପା’ନ୍ତି, ଦେଶରେ ଶାନ୍ତି, ମୈତ୍ରୀ ଓ ମାନବତାର ପ୍ରତିଷ୍ଠା ପ୍ରତି ପ୍ରତିବଦ୍ଧତା ଏବଂ ସଂକେତ ପାଇଁ ପାକିସ୍ତାନ ଭାରତୀୟ ପାଇଲଟ୍‌ଙ୍କୁ ଛାଡ଼ି ଦେବା ଉଚିତ୍।