Categories
ଆଜିର ଖବର ରାଜ୍ୟ ଖବର

ଏନ୍‌କାଉଣ୍ଟରରେ ମାଓବାଦୀ ନିହତ

ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଶିର୍ଲା ଜଙ୍ଗଲରେ ପୁଣି ଏନ୍‌କାଉଣ୍ଟର। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ନିହତ ମାଓବାଦୀ ଜଣକ ବଂଶଧାରା ଘୁମୁସର ନାଗାବଳୀ ଡିଭିଜନ ସଦସ୍ୟ ବୋଲି କୁହାଯାଉଛି। ଘଟଣାସ୍ଥଳରୁ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି ଏହାସହ ଶିର୍ଲା ଅଞ୍ଚଳରେ ଏସ୍ଓଜି ଓ ଡିଭିଏଫ୍ ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଜୋରଦାର କରାଯାଇଛି। ସୂଚନାଥାଉ କି, ଦିନକ ପୂର୍ବରୁ ଶିର୍ଲା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗୁଳିରେ ଚାରି ଜଣ ମାଓବାଦୀ ପ୍ରାଣ ହରାଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଛତିଶଗଡରେ ଏନ୍‌କାଉଣ୍ଟର : ମହିଳା ମାଓବାଦୀ ମୃତ

ରାୟପୁର : ଛତିଶଗଡରେ ସୁରକ୍ଷା ବଳ ଏବଂ ମାଓବାଦୀଙ୍କ ମଧ୍ୟରେ ଏକ ଏନ୍‌କାଉଣ୍ଟର ସଙ୍ଗଠିତ ହୋଇଛି । ଏହି ଏନକାଉଣ୍ଟରରେ ଜଣେ ମହିଳା ମାଓବାଦୀ ପ୍ରାଣ ହରାଇଛନ୍ତି । ଛତିଶଗଡର ବିଜାପୁରରେ ପୋଲିସ୍ ଏବଂ ସିଆରପିଏଫ୍‌ ପକ୍ଷରୁ ମିଳିତ ଭାବରେ କମ୍ବିଂ ଅପରେସନ୍‌ କରାଯାଉଥିବା ବେଳେ ଏହି ଏନ୍‌କାଉଣ୍ଟର ହୋଇଛି । ରବିବାର ରାତି 9ଟା ସମୟରେ 204 କୋବ୍ରା ବାଟାଲିୟନ୍‌ ଏବଂ ସିଆରପିଏଫ୍‌ର 168 ବାଟାଲିୟନ୍‌ ପକ୍ଷରୁ ଏହି କମ୍ବିଂ ଅପରେସନ୍‌ କରାଯାଇଥିଲା । ବିଜାପୁରର ଟେକାଲଗୁଡେମରେ କମ୍ବିଂ ସମୟରେ ମାଓବାଦୀଙ୍କ ପକ୍ଷରୁ ଗୁଳିଚାଳନା କରାଯାଇଥିବା ବେଳେ ପ୍ରତି ଆକ୍ରମଣରେ ମହିଳା ମାଓବାଦୀ ପ୍ରାଣ ହରାଇଥିଲେ । ସୁରକ୍ଷା ବଳଙ୍କ ପକ୍ଷରୁ ମହିଳାଙ୍କ ମୃତ ଶରୀର ସହିତ ତିନୋଟି ରାଇଫଲ ଜବତ କରାଯାଇଥିବା ନେଇ ସୂଚନା ପ୍ରଦାନ କରାଯାଇଛି । ଏକାଧିକ ମାଓବାଦୀ ଲୁଚି ରହିଥିବା ନଇ ସୂଚନା ରହିଥିବା ବେଳେ ପୋଲିସ୍‌ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଜାରି ରହିଛି । (ଏଜେନ୍ସୀ)