Categories
ଆଜିର ଖବର

ଫିଲ୍ମ ଫ୍ରାଇଡେ’ରେ ଫଟୋଗ୍ରାଫ ଓ ‘ମେରେ ପ୍ୟାରେ ପ୍ରାଇମ୍‌ ମିନିଷ୍ଟର୍‌’

ବଲିଉଡ୍‌ ଅଭିନେତା ନଓ୍ବାଜ୍‌ ଉଦ୍ଦିନ୍‌ ସିଦ୍ଧିକି ଓ ସାନ୍ୟା ମାଲହୋତ୍ରାଙ୍କ ସିନେମା ‘ଫଟୋଗ୍ରାଫ୍‌’ ଆଜି ରିଲିଜ୍‌ ହୋଇଛି। ଏହି ଫିଲ୍ମକୁ ରିତେଶ ବାତ୍ରା ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମଟି  ୬୯ତମ ଅନ୍ତର୍ଜାତୀୟ ବର୍ଲିନ୍‌  ଫିଲ୍ମୋତ୍ସବରେ ଏହାର ପ୍ରିମିୟର୍‌ ପ୍ରଦର୍ଶିତ ହୋଇଥିଲା। ଏହା ପ୍ରଥମେ ମାର୍ଚ୍ଚ ୮ ତାରିଖରେ ରିଲିଜ୍‌ ହେବାକୁ ରହିଥିଲା। ଏହି ଫିଲ୍ମ ଭାରତ ସମେତ ୟୁକେ, ୟୁଏସ୍‌ଏ, ସ୍ପେନ୍‌, ଫ୍ରାନ୍ସ ଓ ଅଷ୍ଟ୍ରେଲିଆରେ ମଧ୍ୟ ରିଲିଜ୍‌ ହେଉଛି। ଏହି ଫିଲ୍ମରେ ନଓ୍ବାଜ୍‌ଉଦ୍ଦିନ୍‌ ଫଟୋଗ୍ରାରଫର୍‌ ରଫି ଭୂମିକାରେ ନଜର ଆସିଛନ୍ତି। ଏହି ଫିଲ୍ମରେ କିମ୍ବଦନ୍ତୀ ଗାୟ ରଫିଙ୍କର ଏକ ଲୋକପ୍ରିୟ ଗୀତ ’ତୁମ୍‌ନେ ମୁଝ୍‌କୋ ଦେଖା’ କୁ ମୂଳ ସଙ୍ଗୀତ ସହ ବ୍ୟବହାର କରାଯାଇଛି। ତେବେ ଏହି ଫିଲ୍ମର ପ୍ରିମି୍ୟର୍‌କୁ  ବେଶ୍‌ ପସନ୍ଦ କରାଯାଇଥିଲା। ଏହି ଫିଲ୍ମ ସହିତ ରାକେଶ୍‌ ଓମ୍‌ ପ୍ରକାଶ ମେହେରାଙ୍କ ପ୍ରଯୋଜନା ଓ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ‘ମେରେ ପ୍ୟାରେ ପ୍ରାଇମ ମିନିଷ୍ଟର୍‌’ ରିଲିଜ୍‌ ହୋଇଛି। ସାମାଜିକ କାହାଣୀ ଉପରେ ଆଧାରିତ ଏହି ଫିଲ୍ମକୁ ଟ୍ରେଲର୍‌କୁ ଦର୍ଶକେ ବେଶ୍‌ ପସନ୍ଦ କରିଛନ୍ତି।  ଏହି ଫିଲ୍ମରେ ଅଞ୍ଜଳି ପାଟିଲ୍‌, ମକରନ୍ଦ ଦେଶପାଣ୍ଡ, ଅତୁଲ୍‌ କୁଲ୍‌କର୍ଣ୍ଣୀ ପ୍ରମୁଖ ଅଭିନୟ କରିଛନ୍ତି। ଜଣେ ୮ ବର୍ଷର ଶିଶୁ ତା’ ମାଆ ପାଇଁ ଶୌଚାଳୟ ନିର୍ମାଣ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଚିଠି ଲେଖୁଛି।  ଶୌଚାଳୟ ନଥିବାରୁ ଖୋଲାର ଶୌଚ ହେବାରୁ ତା’ ମା’ ସହ ଘଟୁଥିବା ଦୁଷ୍କର୍ମକୁ ନେଇ ସେ ବିବ୍ରତ ହୋଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଏହି ବିଷୟରେ ଅବଗତ କରାଉଛି, ପ୍ରଧାନମନ୍ତ୍ରୀ କ’ଣ ତା’ ଚିଠି ପାଉଛନ୍ତି, ସେ କ’ଣ ଶୌଚାଳୟ ତିଆରି କରିବାରେ ସଫଳ ହେଉଛି, ଏ ସମସ୍ତ ପ୍ରଶ୍ନର ଉତ୍ତର ଏହି ଫିଲ୍ମରେ ରହିଛି। ତେବେ ପରଦା ଉପରେ ଦୁଇଟି ଭିନ୍ନ ଭିନ୍ନ କାହାଣୀକୁ ନେଇ ଫଟୋଗ୍ରାଫ ଓ ‘ମେରେ ପ୍ୟାରେ ପ୍ରାଇମ୍‌ ମିନିଷ୍ଟର୍‌’ ରିଲିଜ୍‌ ହୋଇ ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିବ ନିଶ୍ଚୟ।