Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ସ୍ବାସ୍ଥ୍ୟ

କୋଭିଡ ମୁକାବିଲା ପାଇଁ 14ଟି ରାଜ୍ୟକୁ କେନ୍ଦ୍ର ଦେଲା 6 ହଜାର କୋଟି ଟଙ୍କା, କେରଳକୁ ସର୍ବାଧିକ ଟଙ୍କା

ନୂଆଦିଲ୍ଲୀ, କେନ୍ଦ୍ର ସରକାର କୋଭିଡ ମୁକାବିଲା ପାଇଁ 15 ତମ କିସ୍ତି ପ୍ରଦାନ କରିଛନ୍ତି। ଏଥିରେ 6 ହଜାର କୋଟି ଟଙ୍କା 14 ଟି ରାଜ୍ୟକୁ ପ୍ରଦାନ କରାଯାଇଛି। ଏହି ରାଜ୍ୟଗୁଡିକ ହେଲା ଆନ୍ଧ୍ର ପ୍ରଦେଶ, କେରଳ, ହିମାଚଳ ପ୍ରଦେଶ, ପଶ୍ଚିମ ବଂଗ, ଉତ୍ତରାଖଣ୍ଡ, ତାମିଲନାଡୁ ଏବଂ ଅରୁଣାଚଳ ପ୍ରଦେଶ। ଏହି ରାଜ୍ୟଗୁଡିକ କୋଭିଡ ମୁକାବିଲା ପାଇଁ ଜରୁରୀ ସହୟତା ପ୍ରଦାନ କରାଯାଇଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

ଏହି 14ଟି ରାଜ୍ୟ ମଧ୍ୟରୁ ସର୍ବାଧିକ ଅନୁଦାନ କେରଳ ରାଜ୍ୟକୁ ମିଳିଛି। ଏହି କିସ୍ତିରେ କେରଳ 1,277 କୋଟି ପାଇଛି। ଏହାପରେ ହିମାଚଳ ପ୍ରଦେଶକୁ ମିଳିଛି 953 କୋଟି ଟଙ୍କା।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଆଜି ଅପରାହ୍ନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 20 ଲକ୍ଷ କୋଟି ଟଙ୍କା ଖର୍ଚ୍ଚର ରାସ୍ତା ଦେଖାଇବେ

ନୂଆଦିଲ୍ଲୀ, ଆଜି ଅପରାହ୍ନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି। ଏହି ସମ୍ମିଳନୀରେ ସେ ଘୋଷଣା ହୋଇଥିବା 20 ଲକ୍ଷ କୋଟି ଟଙ୍କା କିପରି ଖର୍ଛ ହେବ ତାହା ଅବଗତ କରାଇବେ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧୀତ କରିବା ବେଳେ 20 ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ। ସେତେବେଳେ ସେ କହିଥିଲେ ଯେ, ଏହାର ବିସ୍ତୁତ ବିବରଣୀ ଅର୍ଥମନ୍ତ୍ରଣାଳୟ ଦେବ। ସେହି ଅନୁସାରେ ନିର୍ମଳା ଆଜି ଅପରାହ୍ନ 4ଟା ବେଳେ ଏହି ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି।

କୋଭିଡ19 ଯୋଗୁଁ ବର୍ତ୍ତମାନ ଦେଶର ଅର୍ଥନୀତି ସଂପୂର୍ଣ୍ଣ ଭୁଷୁଡି ପଡିଛି। ବିଭିନ୍ନ କଳକାରଖାନାରୁ ଛଟେଇ ଆରମ୍ଭ ହୋଇଯାଇଛି। ଏହା ଦିନକୁ ଦିନ ବିସ୍ପୋରକ ରୂପ ନେବାର ସମ୍ଭାବନା ରହିଛି। ସେଥିପାଇଁ କେନ୍ଦ୍ର ସରକାର ଏହି ବଡ ପ୍ୟାକେଜ ଘୋଷଣା କରିଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ହୋଇଥିବା ଭିଡିଓ ସମ୍ମିଳନୀରେ ମଧ୍ୟ ଏହି ଦାବୀ ଉଠିଥିଲା। କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ରାଜ୍ୟକୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯାଉ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।