ଆଜି ଅପରାହ୍ନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 20 ଲକ୍ଷ କୋଟି ଟଙ୍କା ଖର୍ଚ୍ଚର ରାସ୍ତା ଦେଖାଇବେ

Published: May 13, 2020, 12:25 pm IST

ନୂଆଦିଲ୍ଲୀ, ଆଜି ଅପରାହ୍ନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି। ଏହି ସମ୍ମିଳନୀରେ ସେ ଘୋଷଣା ହୋଇଥିବା 20 ଲକ୍ଷ କୋଟି ଟଙ୍କା କିପରି ଖର୍ଛ ହେବ ତାହା ଅବଗତ କରାଇବେ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧୀତ କରିବା ବେଳେ 20 ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ। ସେତେବେଳେ ସେ କହିଥିଲେ ଯେ, ଏହାର ବିସ୍ତୁତ ବିବରଣୀ ଅର୍ଥମନ୍ତ୍ରଣାଳୟ ଦେବ। ସେହି ଅନୁସାରେ ନିର୍ମଳା ଆଜି ଅପରାହ୍ନ 4ଟା ବେଳେ ଏହି ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି।

କୋଭିଡ19 ଯୋଗୁଁ ବର୍ତ୍ତମାନ ଦେଶର ଅର୍ଥନୀତି ସଂପୂର୍ଣ୍ଣ ଭୁଷୁଡି ପଡିଛି। ବିଭିନ୍ନ କଳକାରଖାନାରୁ ଛଟେଇ ଆରମ୍ଭ ହୋଇଯାଇଛି। ଏହା ଦିନକୁ ଦିନ ବିସ୍ପୋରକ ରୂପ ନେବାର ସମ୍ଭାବନା ରହିଛି। ସେଥିପାଇଁ କେନ୍ଦ୍ର ସରକାର ଏହି ବଡ ପ୍ୟାକେଜ ଘୋଷଣା କରିଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ହୋଇଥିବା ଭିଡିଓ ସମ୍ମିଳନୀରେ ମଧ୍ୟ ଏହି ଦାବୀ ଉଠିଥିଲା। କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ରାଜ୍ୟକୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯାଉ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

Related posts