Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କୋଭିଡ ହସପିଟାଲ ଓ କେୟାର ସେଣ୍ଟରରେ ଆରମ୍ଭ ହେଲା ଅଗ୍ନିସେବା ଯାଞ୍ଚ ପକ୍ରିୟା

ଭୁବନେଶ୍ବର, ଆଜି ଓଡିଶାର ବିଭିନ୍ନ ଜିଲ୍ଲାରେ ଥିବା କୋଭିଡ ହସପିଟାଲ ଏବଂ କେୟାର ସେଣ୍ଟରରେ ଅଗ୍ନି ନିରୋଧ ପକ୍ରିୟା ଯାଞ୍ଚ ଆରମ୍ଭ ହୋଇଛି। ଅଗ୍ନିଶମ ବିଭାଗର ଡିଜି ସତ୍ୟଜିତ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ଥିବା ସମସ୍ତ ଅଗ୍ନିଶମ କେନ୍ଦ୍ର କର୍ମଚାରୀ ଏହି ଯାଞ୍ଚ କରିଛନ୍ତି।ସେମାନଙ୍କ ଅଞ୍ଚଳରେ ଥିବା ସମସ୍ତ କୋଭିଡ ହସପିଟାଲ ଏବଂ କେନ୍ଦ୍ରକୁ ଭଲଭାବରେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ସେମାନେ କୋଭିଡ ଭୁତାଣୁଠାରୁ ଦୂରେଇ ରହିବା ପାଇଁ ପିପିଇ ପିନ୍ଧି ଯିବାକୁ କୁହାଯାଇଛି।

ଗତକାଲି ଅହମଦାବାଦର ଏକ କୋଭି ହସପିଟାଲରେ ନିଆଁ ଲାଗିଯିବା ଦ୍ବାରା 8 ଜଣ କୋଭିଡ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ଓଡିଶା ଅଗ୍ନିଶମ ବିଭାଗ ସଜାଗ ହୋଇଯାଇଛି। ସେଥିପାଇଁ ରାଜ୍ୟର ସମସ୍ତ କୋଭିଡ ହସପିଟାଲରେ ଅଗ୍ନି ନିରୋଧ ପକ୍ରିୟା କିପରି ଅଛି ତାହା ଯାଞ୍ଚ କରି ରିପୋର୍ଟ ଦେବେ।