Categories
ଆଜିର ଖବର ଜାତୀୟ ଖବର

ପଟପଗଞ୍ଜ ଶିଳ୍ପାଞ୍ଚଳରେ ନିଆଁ, ଜଣେ ମୃତ

ଦିଲ୍ଲୀ : ପୂର୍ବ ଦିଲ୍ଲୀର ପଟପଗଞ୍ଜ ଶିଳ୍ପାଞ୍ଚଳର  ଏକ କାରଖାନାରେ ନିଆଁ ଲାଗିଯାଇଛି।  ଏହି ଘଟଣାରେ  ଜଣଙ୍କର ମୃତ୍ୟୁ ହୋଇଛି।  ଏହି କାରଖାନାରେ ପ୍ରିନ୍ଟିଂ କାମ ହେଉଥିଲା।  30ଟି ଦମକଳ ଗାଡି  ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ନିଯୋଜିତ ରହିଛି।  ହଜାର ହଜାର ସଂଖ୍ୟାରେ ଏହି ଅଞ୍ଚଳରେ ଲୋକ କାମ କରିଥାନ୍ତି। ନିଆଁ ଲାଗିବା ପରେ  ଏହି ଅଞ୍ଚଳ ରେ ବିସ୍ଫୋରଣ ଘଟି କୋଠଟି ଭୁସୁଡି ପଡିଥିବାର ସୂଚନା ମିଳିଛି।  ଏହି ଘଟଣାରେ 18 ଜଣ ଆହତ ହୋଇଛନ୍ତି।  ପୂର୍ବରୁ ଦିଲ୍ଲୀର ସବ୍ଜୀ ମାଣ୍ଡୀ ଓ ବେକେରୀ କାରଖାନାରେ ନିଆଁ ଲାଗି ବ୍ୟାପକ ନଷ୍ଟ ହେବ ସହ ଜୀବନ ହାନି ମଧ୍ୟ ହୋଇଥିଲା।