Categories
ଆଜିର ଖବର ଜାତୀୟ ଖବର

ଭାରତରେ ତିଆରି ହେଲା ସ୍ୱଦେଶୀ ଟେଷ୍ଟ କିଟ୍

ନୂଆଦିଲ୍ଲୀ: କୋଭିଡ୍-୧୯ ଆଣ୍ଟିବଡି ଟେଷ୍ଟ ଲାଗି ଭାରତରେ ତିଆରି ହେଲା ସ୍ୱଦେଶୀ ଟେଷ୍ଟ କିଟ୍। ପୁନେସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲଜି ପକ୍ଷରୁ ଏହି ଟେଷ୍ଟ କିଟକୁ ସଫଳତାର ସହ ପ୍ରସ୍ତୁତ କରାଯାଇଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ।ଆଣ୍ଟି ସାର୍ସ କୋଭ୍ ଟୁ ହ୍ୟୁମାନ୍ ଆଜିଜି ଏଲିସା ଟେଷ୍ଟ କିଟ୍ କରୋନା ଭୂତାଣୁର ଚିହ୍ନଟ କରିପାରିବ। ଭାରତରେ କରୋନା ଦିନକୁ ଦିନ ପ୍ରଭାବ ବିସ୍ତାର କରୁଥିବାରୁ ଏହି କିଟ୍ ଆଗାମୀ ଦିନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ଏହି କିଟ୍‌ ଜରିଆରେ ଅଢେଇ ଘଣ୍ଟାରେ 90ଟି ନମୁନା ପରୀକ୍ଷଣ ହୋଇପାରିବ ବୋଲି ସୂଚନା ରହିଛି । ମାତ୍ର  ଏକ ମାସରୁ କମ୍‌ ସମୟ ମଧ୍ୟରେ ଏହା ପ୍ରସ୍ତୁତ କରାଯାଇଛି । ଏହି କିଟ୍‌ ସାହାଯ୍ୟରେ ଶରୀରରେ ଥିବା ସାର୍ସ – ସିଓବି-2ରୋଧୀ ଆଣ୍ଟିବଡିର ଉପସ୍ଥିତି ସମ୍ପର୍କରେ ସୂଚନା ମିଳିପାରିବ ।